ETV Bharat / sitara

ବୟଫ୍ରେଣ୍ଡଙ୍କ ସହ ରୋମାଣ୍ଟିକ ପୋଷ୍ଟ କଲେ ଆମୀରଙ୍କ ଲାଡଲୀ

author img

By

Published : Jun 1, 2021, 3:06 PM IST

ଭାଇରାଲ ହେଲା ଇରାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ନୁପୁରଙ୍କ ପାଇଁ ଲେଖିଲେ ମନ କଥା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁପରଷ୍ଟାର ଆମୀର ଖାନଙ୍କ ଲାଡଲୀ ଇରା ଖାନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ନଜର ଆସନ୍ତି । ସେ ଏମିତି ଷ୍ଟାରକିଡ୍ସଙ୍କ ମଧ୍ୟରେ ଅନ୍ୟତମ ଯିଏ ଫିଲ୍ମରେ ଆସିବାକୁ ପୂର୍ବରୁ ବେଶ୍ ଲୋକପ୍ରିୟତା ହାସିଲ କରିସାରିଲେଣି । ଏହାବ୍ୟତୀତ ସେ ନିଜ ଲଭ ଲାଇଫକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେ ଦୀର୍ଘ ସମୟରୁ ନିଜ ଫିଟନେସ କୋଚ ନୁପୁର ଶିଖାରେଙ୍କୁ ଡେଟ କରୁଛନ୍ତି ବୋଲି ଚର୍ଚ୍ଚା । ଏହାସହ ସେ ସୋସିଆଲ ମିଡିଆରେ ମଧ୍ୟ ନୁପୁରଙ୍କ ସହ କେବେ ଫଟୋ ତ ଆଉ କେବେ ଭିଡିଓ ସେୟାର କରୁଥିବାର ନଜର ଆସନ୍ତି ।

ଏଥର ମଧ୍ୟ ସମାନ କାମ କରିଛନ୍ତି ସେ । ଇନଷ୍ଟାଗ୍ରାମରେ ସେ ନୁପୁରଙ୍କ ସହ ନିଜର କିଛି ଫଟୋକୁ ମିଶାଇ ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି । ଯାହାର କ୍ୟାପସନରେ ସେ ଲେଖିଛନ୍ତି, ‘ୟୁ ଆର୍ ମାଇଁ ଆଙ୍କର୍ । ଆଇ ଲଭ ୟୁ ସୋ ମଚ୍ କ୍ୟୁଟି ।’ ଦେଖନ୍ତୁ ପୋଷ୍ଟ...

ପ୍ରକାଶ ଥାଉକି ଗତ ବର୍ଷ ଇରା ନିଜ ଡିପ୍ରେସନ କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ସେ ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ସେୟାର କରି ଜଣାଇଥିଲେ ତାଙ୍କ ପାଖରେ ସବୁ ଅଛି ତଥାପି ସେ ଏକୁଟିଆ ଅନୁଭବ କରୁଛନ୍ତି । ସେ ଅନେକ ଥର ଡିପ୍ରେସନ ବିଷୟରେ ଆଲୋଚନା କରିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.