ETV Bharat / sitara

ଆମୀର ଖାନଙ୍କୁ କୋରୋନା - କାର୍ତ୍ତିକ ଆର୍ୟନଙ୍କୁ କୋରୋନା ନ୍ୟୁଜ

କାର୍ତ୍ତିକଙ୍କ ପରେ ସାମ୍ନାକୁ ଆସିଲା ଆମୀରଙ୍କୁ କୋରୋନା ହେବା ଖବର । ଫିଲ୍ମ‘କୋଇ ଜାନେ ନା’ର ସ୍କ୍ରିନିଂରେ ଯୋଗ ଦେବା ପରେ ତାଙ୍କ ରିପୋର୍ଟ ପଜିଟିଭ ବାହାରିଛି । ଅଧିକ ପଢନ୍ତୁ...

କୋରୋନା କବଳରେ ଆମୀର
କୋରୋନା କବଳରେ ଆମୀର
author img

By

Published : Mar 24, 2021, 1:12 PM IST

ମୁମ୍ବାଇ: କୋରୋନା ଆକ୍ରାନ୍ତ ହେଲେ ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ । ରିପୋର୍ଟ ପଜିଟିଭ ଆସିବା ପରେ ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି ଅଭିନେତା । ତାଙ୍କ ପୂର୍ବରୁ କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନଙ୍କ କୋରୋନା ଟେଷ୍ଟ ପଜିଟିଭ ବାହାରିଥିଲା ।

ନିଜ ଅପକମିଂ ଫିଲ୍ମ ‘ଲାଲ ସିଂ ଚଡ୍ଡା’ରେ ବ୍ୟସ୍ତ ଥିବା ଆମୀର କୋରୋନା କଥା ଶୁଣି ନିରାଶ ହୋଇପଡିଛନ୍ତି ଫ୍ୟାନ୍ସ । ସେପଟେ ନିଜକୁ କ୍ବାରେଣ୍ଟାଇନ କରିବା ପରେ ‘ଲାଲ ସିଂ ଚଡ୍ଡା’ର ସବୁ ସଦସ୍ୟକୁ କୋରୋନା ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି ଅଭିନେତା ।

ଆମୀର ମାର୍ଚ୍ଚ 16ରେ ଘନିଷ୍ଠ ବନ୍ଧୁ ଅମିନ ହାଜିଙ୍କ ନିର୍ଦ୍ଦେଶକ ଡେବ୍ୟୁ ‘କୋଇ ଜାନେ ନା’ ସ୍କ୍ରିନିଂରେ ଯୋଗ ଦେଇଥିଲେ । ଯାହାପରେ ତାଙ୍କୁ କୋରୋନା ହେବା କଥା ଜଣାପଡୁଛି । କାରଣ ଏହାପରେ ସେ ଅନ୍ୟ କୌଣସି ଇଭେଣ୍ଟରେ ଯୋଗ ଦେଇନାହାଁନ୍ତି ।

ପ୍ରକାଶ ଥାଉକି ଅନେକ ବଲିଉଡ ସେଲିବ୍ରିଟି କୋରୋନା ସଂକ୍ରମିତ ହୋଇସାରିଲେଣି । ଏହି କ୍ରମରେ ସାମିଲ ଅଛନ୍ତି ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ରଣବୀର କପୁର, ଅର୍ଜୁନ କପୁର, ମଲାଇକା ଅରୋରା, କ୍ରିତି ସାନନ, ତାରା ସୁତାରିୟା ଓ ସିଦ୍ଧାନ୍ତ ଚର୍ତୁବେଦୀ ଭଳି ଷ୍ଟାର୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.