ETV Bharat / sitara

ସରଦାର ଲୁକରେ ଆମୀର

author img

By

Published : Nov 18, 2019, 1:47 PM IST

ସୋମବାର ଜାରି ହୋଇଯାଇଛି ଆମୀର ଖାନଙ୍କ ‘ଲାଲ ସିଂ ଚଡ୍ଡା’ର ଫାଷ୍ଟ ଲୁକ ପୋଷ୍ଟର । ଆସନ୍ତା ବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବ ଏହି ଫିଲ୍ମ । ଆମୀରଙ୍କ ସହ ନଜର ଆସିବେ କରୀନା କପୁର ଖାନ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ

ମୁମ୍ବାଇ: ମିଷ୍ଟର ଫରକ୍ସେନିଷ୍ଟ ଆମୀର ଖାନ ଖୁବଶୀଘ୍ର ଦର୍ଶକଙ୍କୁ ସରପ୍ରାଇଜ ଦେବାକୁ ଯାଉଛନ୍ତି । ଏକ ଭିନ୍ନ କାହାଣୀ ନେଇ ସେ ପରଦାରେ ନଜର ଆସିବେ । ବର୍ତ୍ତମାନ ସେ ନିଜର ଅପକମିଂ ଫିଲ୍ମ ‘ଲାଲ ସିଂ ଚଡ୍ଡା’ର ସୁଟିଂରେ ଜୋରସୋରରେ ଲାଗିଛନ୍ତି । ଅନେକ ଦିନ ପରେ ଫିଲ୍ମରେ ତାଙ୍କ ସହ ବି-ଟାଉନର ବେବୋ କରୀନା କପୁର ଖାନ ରୋମାନ୍ସ କରୁଥିବାର ନଜର ଆସିବେ । ଯାହାକୁ ନେଇ ଉତ୍ସାହିତ ଫ୍ୟାନ୍ସ । ନିକଟରେ ଫିଲ୍ମର ଏକ ମୋଶନ ପୋଷ୍ଟର ଜାରି କରାଯାଇ ଫିଲ୍ମର ରିଲିଜ ତାରିଖ ଘୋଷଣା କରାଯାଇଥିଲା । ଆଉ ଏବେ ଫିଲ୍ମରୁ ଆମୀରଙ୍କ ସରଦାର ଲୁକ ସାମ୍ନାକୁ ଆସିଯାଇଛି।

ଦେଶୀ ଫରେଷ୍ଟ ଗମ୍ପ ଆମୀର ପୋଷ୍ଟରେ ଲମ୍ବା ଦାଢି ଓ ମୁଣ୍ଡରେ ପଗଡି ପିନ୍ଧିଥିବାର ଦେଖାଯାଉଛନ୍ତି । ଏହାସହ ସେ ବ୍ଲୁ ଏବଂ ପିଙ୍କ ଚେକ ସର୍ଟ କ୍ୟାରି କରିଛନ୍ତି । ଏହି ପୋଷ୍ଟରକୁ ସେ ଟ୍ବିଟରରେ ସେୟାର କରିଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ସତ ଶ୍ରୀ ଅଖଲ ଜି, ମାଇଁସେଲ୍ଫ ଲାଲ, ଲାଲ ସିଂଖ ଚଡ୍ଡା ।’

tweet
ଫଟୋ ସୌଜନ୍ୟ: ଟ୍ବିଟର@ଆମୀର ଖାନ

ପ୍ରକାଶ ଥାଉକି ଫିଲ୍ମକୁ ଆସନ୍ତା ବର୍ଷ ଖ୍ରୀଷ୍ଟମାସରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ଯାହାର ଘୋଷଣା ନିକଟରେ ମୋଶନ ପୋଷ୍ଟ ଜରିଆରେ କରିଥିଲେ ଆମୀର । ଅନ୍ୟପଟେ ଫିଲ୍ମଟି କିଙ୍କଖାନ ଶାହରୁଖ ଖାନଙ୍କ ରେଡ ଚିଲିଜ ପ୍ରଡକ୍ସନ ହାଉସରେ ନିର୍ମାଣ କରାଯାଉଛି । ‘ଲାଲ ସିଂ ଚଡ୍ଡା’ ହଲିଉଡ ଚର୍ଚ୍ଚିତ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.