ETV Bharat / sitara

ପିତାଙ୍କ ଫଟୋ ସେୟାର କରି ଭାବବିହ୍ବଳ ଆମୀର

author img

By

Published : Feb 3, 2020, 8:32 PM IST

ନିଜ ପୁରୁଣା ଫଟୋ ସେୟାର କରି ପିତାଙ୍କୁ ମନେ ପକାଇଲେ ଆମୀର ଖାନ । ଏବେ ନିଜର ଚର୍ଚ୍ଚିତ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ନେଇ ସେ ଖୁବ୍ ଉତ୍ସାହିତ । ଫିଲ୍ମରେ ତାଙ୍କ ସହ ନଜର ଆସିବେ କରୀନା କପୁର ଖାନ ।

aamir khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ ଫ୍ୟାନକ୍ଲବ

ମୁମ୍ବାଇ: ବି-ଟାଉନର ମିଷ୍ଟର ଫରଫେକ୍ସନିଷ୍ଟ ଆମୀର ଖାନ ବର୍ତ୍ତମାନ ନିଜ ଅପକମିଂ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । କିଛି ଦିନ ପୂର୍ବରୁ ଫିଲ୍ମ ସେଟରୁ ତାଙ୍କ ଲୁକର କିଛି ଫଟୋ ସୋସିଆଲ ମିଡିଆରେ ଲିକ ହୋଇଥିଲା । ଇତିମଧ୍ୟରେ ସେ ନିଜ ପିଲା ବେଳର ଫଟୋ ସେୟାର କରି ଚର୍ଚ୍ଚାରେ ଆସିଛନ୍ତି । ଫଟୋରେ ସେ ନିଜ ପିତା ତଥା ଫିଲ୍ମ ନିର୍ମାତା ତାହିର ହୁସୈନଙ୍କୁ ମନେ ପକାଇଛନ୍ତି ।

ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋରେ ଆମୀର ବହୁତ ଛୋଟ ନଜର ଆସୁଛନ୍ତି । ଆଉ ପିତା ତାଙ୍କୁ କୋଳରେ ଧରିଥିବାର ଦେଖାଯାଉଛନ୍ତି । ଅନ୍ୟ ଏକ ଫଟୋରେ ତାଙ୍କ ମା' ଜିନତ ହୁସୈନ ମଧ୍ୟ ନଜର ଆସୁଛନ୍ତି । ପ୍ରକାଶ ଥାଉକି ଆମୀରଙ୍କ ପିତା ଫେମସ ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ।

ଯଦି ଆମୀରଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ବିଷୟରେ କଥା ହେବା, ତେବେ ଫିଲ୍ମଟି ଏବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ସହ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ମଧ୍ୟ ରିଲିଜ ହେବାର ଥିଲା । ହେଲେ ବନ୍ଧୁତା ପାଇଁ ଅକ୍ଷୟ ନିଜ ଫିଲ୍ମ ରିଲିଜ ତାରିଖ ପରିବର୍ତ୍ତନ କରିନେଇଛନ୍ତି । ‘ଲାଲ ସିଂ ଚଡ୍ଡା’ରେ ଆମୀରଙ୍କ ସହ କରୀନା କପୁର ଖାନ ରୋମାନ୍ସ କରୁଥିବାର ନଜର ଆସିବେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.