ମୁମ୍ବାଇ: ସୁପରଷ୍ଟାର ଆମୀର ଖାନଙ୍କ ଲାଡଲୀ ଇରା ଖାନ ଆଜିକାଲି ନିଜ ସ୍ପେଶାଲ ଫଟୋସୁଟକୁ ନେଇ ଚର୍ଚ୍ଚାରେ । ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ କୌଣସି ସସ୍ପେନ୍ସ ରଖନ୍ତି ନାହିଁ । ଏବେ ସେ ବୟଫ୍ରେଣ୍ଡକୁ ନେଇ ଚର୍ଚ୍ଚାରେ ଆସିଛନ୍ତି ।
ନିକଟରେ ଇରା ଓ ତାଙ୍କ ବଏଫ୍ରେଣ୍ଡ ମିଶାଲ କୃପଲାନୀଙ୍କ ରିଲେସନଶିପକୁ ଦୁଇ ବର୍ଷ ପୂରଣ ହୋଇଯାଇଛି । ଏହି ଅବସରରକୁ ଧୁମଧାମରେ ଖୁବ୍ ସେଲିବ୍ରେଟ କରିବାରେ ଲାଗିଛନ୍ତି ଏହି ଯୋଡି । ଏକଥା ଆମେ କହୁନାହୁଁ ଏହା ଦୁଇଜଣଙ୍କ ସୋସିଆଲ ମିଡିଆରୁ ଜଣାପଡୁଛି ।
ଆଜ୍ଞା ହଁ, ଇରା ଇନଷ୍ଟାଗ୍ରାମରେ ମିଶାଲଙ୍କ ସହ ଦୁଇ ବର୍ଷ ରିଲେସନଶିପ ପୁରୁଣା କରିବା ଅବସରରେ ଥ୍ରୋବ୍ୟାକ ଫଟୋ ସବୁ ସେୟାର କରିଛନ୍ତି । ଫଟୋରେ ଦୁଇଜଣଙ୍କ ନିବିଡ ପ୍ରେମ କାହାଣୀ ଦେଖିବାକୁ ମିଳୁଛି ।
ପ୍ରକାଶ ଥାଉକି 2017ରୁ ଇରା ଓ ମିଶାଲ ପରସ୍ପରକୁ ଡେଟ କରିଆସୁଛନ୍ତି । ଫଟୋ କ୍ୟାପସନରେ ମଧ୍ୟ 2017 ଏହି ଦିନ ବୋଲି ଲେଖି ମିଶାନଙ୍କୁ ଟ୍ୟାଗ କରିଛନ୍ତି ଇରା ।