ETV Bharat / sitara

2020 ଖ୍ରୀଷ୍ଟମାସରେ ଆମୀର ଓ ଅକ୍ଷୟ ମୁହାଁମୁହିଁ

author img

By

Published : Nov 7, 2019, 9:59 PM IST

ଆସନ୍ତାବର୍ଷ ବକ୍ସଅଫିସରେ ହେବ ଦମଦାର ଲଢେଇ । ନିଜର ନିଜର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତ ଅକ୍ଷୟ ଓ ଆମୀର । ଉଭୟ ସୁପରଷ୍ଟାର୍ସଙ୍କ ଫିଲ୍ମ ଖ୍ରୀଷ୍ଟମାସ ଅବସରରେ ରିଲିଜ କରିବାକୁ ମେକ୍ରସ ନିଷ୍ପତ୍ତି ନେଇଛନ୍ତି ।

ଡିଜାଇନ ଫଟୋ

ମୁମ୍ବାଇ: ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ନିଜର ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍ଡା’ର ସୁଟିଂରେ ବ୍ୟସ୍ତ । ସେହିପରି ଚର୍ଚ୍ଚାରେ ଖିଲାଡି କୁମାରଙ୍କ ଅପକମିଂ ଫିଲ୍ମ ‘ବଚ୍ଚନ ପାଣ୍ଡେ’। ଆସନ୍ତାବର୍ଷ ଖ୍ରୀଷ୍ଟମାସରେ ବକ୍ସଅଫିସରେ ବ୍ଲାଷ୍ଟ କରିବେ ଉଭୟ ଫିଲ୍ମ । ନିକଟରେ ‘ଲାଲ ସିଂ ଚଡ୍ଡା’ ତାର ଏକ ମୋଶନ ପୋଷ୍ଟର ରିଲିଜ କରିବା ସହ ଖ୍ରୀଷ୍ଟମାସରେ ଫିଲ୍ମର ଆସିବ ବୋଲି ଘୋଷଣା କରିଛି । ଏହାପରେ ଦର୍ଶକଙ୍କ ଉତ୍ସାହ ବଢିଯାଇଛି ।

ଏକାବେଳେ ବଡ ପରଦାରେ ଆମୀର ଓ ଅକ୍ଷୟଙ୍କ ଫିଲ୍ମ ଦେଖିବାକୁ ପାଇବେ ଦର୍ଶକ । ବକ୍ସଅଫିସରେ କ୍ଲାସ ହେବା ପ୍ରଶ୍ନ ଉପରେ ଅକ୍ଷୟ କହିଥିଲେ କି, ଗୋଟିଏ ବର୍ଷ 200ରୁ ଅଧିକ ହିନ୍ଦୀ ଫିଲ୍ମ ନିର୍ମାଣ ହେଉଛି । ଅନ୍ୟପଟେ 40ରୁ ଅଧିକା ଫିଲ୍ମର ରିଲିଜ ହେଉଛି । ଏହାସହ ଏଥିରେ ସାଉଥ ସିନେମା ଏବଂ ଅନ୍ୟ ସିନେମା ମଧ୍ୟ ସାମିଲ ଅଛି । ଏମିତି ପରିସ୍ଥିତିରେ ଆମକୁ ଖୁସି ହେବାର ଆବଶ୍ୟକ ଅଛି ଯେ ଦୁଇଟି ବଡ ଫିଲ୍ମ ଏକାଠି ରିଲିଜ ହେବ ।

ପ୍ରକାଶ ଥାଉକି ଆମୀରଙ୍କ ‘ଲାଲ ସିଂ ଚଡ୍ଡା’ ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ । ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଅଦଭୈତ ଚନ୍ଦନ । ଆମୀରଙ୍କ ସହ ଫିଲ୍ମରେ କରିନା କପୁର ଖାନ ନଜର ଆସିବେ । ସେହିପରି ଅକ୍ଷୟଙ୍କ ‘ବଚ୍ଚନ ପାଣ୍ଡେ’ରେ ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି ଫରହାଦ ସାମଜୀ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.