ETV Bharat / sitara

ଜାପାନରେ କମିନି ‘3 ଇଡିଅଟ୍ସ’ କ୍ରେଜ, ହଲ ବନ୍ଦ ପୂର୍ବରୁ ଚାଲିଲା ଫିଲ୍ମ

author img

By

Published : Mar 3, 2020, 7:10 PM IST

ଜାପାନର ହଲରେ ଝୁଲିଲା ତାଲା, ଶେଷ ପରଦାରେ ‘3 ଇଡିଅଟ୍ସ’ । ହାଉସଫୁଲ ହେଲା ଶୋ । ଥିଏଟର ଆୟୋଜକ ଟ୍ବିଟରେ କଲେ ଖୁଲାସା ।

3 idiots
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ସୁପରଡୁପର ହିଟ୍ ଫିଲ୍ମ ‘3 ଇଡିଅଟ୍ସ’ ରିଲିଜକୁ 10 ବର୍ଷରୁ ଅଧିକ ବର୍ଷ ପୂରଣ ହୋଇସାରିଲାଣି । ବିଶ୍ବସ୍ତରରେ ଏହି ଫିଲ୍ମ ଆଜି ମଧ୍ୟ ଫେମସ। ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରାଜକୁମାର ହିରାନୀ। ଫିଲ୍ମକୁ ତାଇୱାନ, ହଙ୍ଗକଙ୍ଗ, ସାଉଥ କୋରିଆ, ଚୀନ ଓ ଜାପାନରେ ରିଲିଜ କରାଯାଇଥିଲା।

ପ୍ରକାଶ ଥାଉକି ନିକଟରେ ଜାପାନର ଓସାକାରେ ଥିବା ଏକ ଥିଏଟରକୁ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି। ହେଲେ ହଲରେ ତାଲା ପଡିବା ପୂର୍ବରୁ ‘3 ଇଡିଅଟ୍ସକୁ ଶେଷ ଫିଲ୍ମ ରୂପେ ପ୍ରଦର୍ଶନ କରିବାର ନିଷ୍ପତ୍ତି ନିଆଯାଇଥିଲା । ଆଉ ପୁରା ଶୋ ହାଉସ ଫୁଲ ହୋଇଥିଲା । ଏଥିରୁ ସାବ୍ୟସ୍ତ ହେଉଛି ଯେ ଆଜି ମଧ୍ୟ ବିଦେଶରେ ଫିଲ୍ମ ପ୍ରତି ଦର୍ଶକଙ୍କ କ୍ରେଜ କମିନାହିଁ । ଯାହାକୁ ବିଶ୍ବସ୍ତରରେ ଆଜି ମଧ୍ୟ ପସନ୍ଦ କରୁଛନ୍ତି ଦର୍ଶକ।

ଥିଏଟର ଆୟୋଜକ ଟ୍ବିଟରରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଦ ଲାଷ୍ଟ ଶୋ ଅଫ ଫୁଜେ ଲାଇନ ସିନେମାସ।’ ଫିଲ୍ମଟିକୁ ବିଦେଶରେ 415 ସ୍କ୍ରିନ୍ ଓ ବିଶ୍ବସ୍ତରରେ ପାଖାପାଖି 1800 ସ୍କ୍ରିନରେ ରିଲିଜ କରାଯାଇଥିଲା। ଯାହା ସେହି ସମୟରେ ଦେଶରେ ସବୁଠାରୁ ବଡ ରିଲିଜ ଫିଲ୍ମ ଥିଲା ।

2009 ଡିସେମ୍ବର 25ରେ ଫିଲ୍ମକୁ ଭାରତରେ ରିଲିଜ କରାଯାଇଥିଲା । ଆମୀରଙ୍କ ସହ ଫିଲ୍ମରେ କରୀନା କପୁର ଖାନ, ଶରମନ ଯୋଶୀ, ଆର ମାଧବନ ଓ ବୋମନ ଇରାନୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.