ଲକ୍ଷ୍ନୌ: କୋରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଧିରେ ଧିରେ କରି ବଢିବାରେ ଲାଗିଛି। ଏଯାବତ ଭାରତରେ ପାଖାପାଖି 200ରେ ପହଞ୍ଚିଲାଣି ସଂକ୍ରମିତ ଲୋକଙ୍କ ସଂଖ୍ୟା। ଆଜି(ଶୁକ୍ରବାର) ଉତ୍ତର ପ୍ରଦେଶରେ ଏହି ଭାଇରସରେ ଆଉ ଚାରିଜଣଙ୍କ ଟେଷ୍ଟ କରାଯାଇଥିଲା । ସମସ୍ତଙ୍କ ମଧ୍ୟରେ କୋରୋନା ଭାଇରସ ପଜେଟିଭ ରହିଛି । ଉତ୍ତର ପ୍ରଦେଶରେ ଏପର୍ଯ୍ୟନ୍ତ 9 ଜଣ ସଂକ୍ରମିତ ହୋଇସାରିଲେଣି ।
ମୁଖ୍ୟ କଥା ହେଲା ଯେ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରେ ଗୋଟିଏ ପରିବାରର ତିନି ଜଣ ହୋଇଥିବା ବେଳେ ଆଜି ଜଣେ ବଲିଉଡର ଲୋକପ୍ରିୟ ଗାୟିକା କନିକ କପୁର ।
ପ୍ରକାଶ ଥାଉକି କୋରୋନା ଭାଇରସ ପାଇଁ ପିଏମ ମୋଦି ଗୁରୁବାର ଜନତା କର୍ଫ୍ୟୁର ଘୋଷଣା କରିଥିଲେ । ଯାହା ଆସନ୍ତା ରବିବାର ସକାଳ 7ରୁ ଆରମ୍ଭ ହୋଇ ରାତି 9ଟା ରେ ଶେଷ ହେବ । ଏହି ପଦକ୍ଷେପ ଜରିଆରେ ଦେଶବାସୀ ଗୋଟିଏ ଦିନ ନିଜକୁ ଘରେ ବନ୍ଦ ରଖିବେ ।