ହାଇଦ୍ରାବାଦ: ବିବେକ ଓବରାୟଙ୍କ ମିମି ବିଷୟରେ ବେଫିକର ଥିବା ଐଶ କାନ୍ସରେ ରୟାଲ ଲୁକରେ ନଜର ଆସିଛନ୍ତି । ଦ୍ବିତୀୟ ଦିନରେ ଐଶଙ୍କ ଲୁକକୁ କାଫି ପସନ୍ଦ କରାଯାଇଛି । ହ୍ବାଇଟ ଗାଉନରେ କୌଣସି ରାଜକୁମାରୀ ଠାରୁ କମ ଲାଗୁନାହାଁନ୍ତି ଐଶ । ହ୍ବାଇଟ ଫିଦର ଗାଉନ ସହ ଫିଦର ଜ୍ୟାକେଟରେ ଖୁବ ସୁନ୍ଦର ଦେଖାଯାଉଛନ୍ତି ବଲିଉଡ ନୀଳ ନୟନା ।

ସେହିପରି ବିଳମ୍ବରେ କାନ୍ସରେ ଯୋଗ ଦେଇଥିବା ସୋନମଙ୍କ ଲୁକ ମଧ୍ୟ ସାମ୍ନାକୁ ଆସିଛି । ସୋନମ ଏଥିରେ କୌଣସି ମହାରାଣୀ ଠାରୁ କମ ଲାଗୁନାହାଁନ୍ତି । ଏ ପର୍ଯ୍ୟନ୍ତ ଯେତେ ବି ବଲିଉଡ ଷ୍ଟାର ରେଡ କାରପେଟରେ ଚାଲିଛନ୍ତି ସମସ୍ତଙ୍କୁଠୁ ଅଲଗା ଲୁକ ସୋନମଙ୍କର ଦେଖିବାକୁ ମିଳିଛି । ମହାରାଣୀଙ୍କ ଠାରୁ କମ ଲାଗୁନାହାଁନ୍ତି ସୋନମ ।

ଐଶଙ୍କ ଗାଉନ ଆଶି ଷ୍ଟୁଡିଓ ର ଏକ କଲେକ୍ସନ । ତେବେ ପ୍ରଥମ ଦିନ ଐଶ ୟେଲୋ ଫିସ୍ ଗାଉନରେ ନଜର ଆସିଥିଲେ । ଏଥିରେ ସେ କୌଣସି ଗହଣା ପିନ୍ଧିନଥିଲେ । ତେବେ ଐଶ ପୁଣି ନିଜ ଝିଅ ଆରାଧ୍ୟା ସହ କାନ୍ସରେ ଯୋଗ ଦେଇଥିଲେ ।
ରେଡ କାର୍ପେଟ ପୂର୍ବରୁ ସୋନମଙ୍କ ଦୁଇଟି ଲୁକ ସାମ୍ନାକୁ ଆସିଛି । ଗୋଟେରେ ନୀଳ ଗାଉନ ପିନ୍ଧିଥିବା ବେଳେ ଅନ୍ୟରେ ଗୋଲ୍ଡେନ ଗାଉନରେ ନଜର ଆସିଛନ୍ତି । ତେବେ ଏହାକୁ ବଲିଉଡର ପପୁଲାର ଡିଜାଇନର ଅବୁ ଜାନି ସନ୍ଦିପ ଖୋସଲା ଡିଜାଇନ କରିଛନ୍ତି ।