ମୁମ୍ବାଇ: ବଲିଉଡର ଦୁଇ ଫେମସ ଅଭିନେତ୍ରୀ କଙ୍ଗନା ରଣାୱତ ଓ ପ୍ରିୟଙ୍କା ଚୋପ୍ରା ଲୋକପ୍ରିୟ ନିର୍ମାତା ମଧୁର ଭଣ୍ଡାରଙ୍କ ହିଟ୍ ଫିଲ୍ମ ‘ଫ୍ୟାସନ’ରେ ଏକାଠି କାମ କରିଥିଲେ । ଗୁରୁବାର ଫିଲ୍ମ ରିଲିଜକୁ 12 ବର୍ଷ ପୂରଣ ହୋଇଛି । 2008 ଅକ୍ଟୋବର 29ରେ ରିଲିଜ ହୋଇଥିଲା ଫିଲ୍ମ । ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ବ୍ୟବହାର କଙ୍ଗନାଙ୍କୁ ଇମ୍ପ୍ରେସ କରିଥିଲା । କାରଣ ସେହି ସମୟରେ ପପୁଲାର ଅଭିନେତ୍ରୀ ରୂପେ ଗଣିତ ହେଉଥିଲେ ପ୍ରିୟଙ୍କା । ତଥାପି ସେ କଙ୍ଗନାଙ୍କ ସହ ଫିଲ୍ମ ସୁଟିଂ ସେଟରେ କୌଣସି ଅନ୍ତରପାନ୍ତର କରିନଥିଲେ । ଯାହା କଙ୍ଗନାଙ୍କୁ ଭଲ ଲାଗିଥିଲା ।

ଫିଲ୍ମକୁ 12 ବର୍ଷ ପୂରଣ ଅବସରରେ କଙ୍ଗନା ଏକ ସାକ୍ଷାତକାରରେ କହିଥିଲେ, ‘ପ୍ରିୟଙ୍କାଙ୍କ ଅଭିନୟ ଦ୍ବାରା ମୁଁ ପ୍ରେରଣା ପାଇଥିଲେ । ସେ ଜଣେ ଶାନଦାର ମହିଳା । ଆଉ ମୋର ଭଲ କୋ-ଷ୍ଟାର ମଧ୍ୟ। ମୁଁ 19 ବର୍ଷର ହୋଇଥିବା ବେଳେ ସେ ପପୁଲାର ଅଭିନେତ୍ରୀ ହୋଇସାରିଥିଲେ । ମଜାଦାର କଥା ହେଲା ଯେ ମୁଁ ସ୍କୁଲରେ ପଡୁଥିବା ସମୟରେ ତାଙ୍କ ଫିଲ୍ମ ଦେଖୁଥିଲେ । ଆଉ ତାଙ୍କ ଅଭିନୟ ମତେ ଖୁବ୍ ପସନ୍ଦ ଆସୁଥିଲା । ଫ୍ୟାସନ ଫିଲ୍ମ ସୁଟିଂ ସେଟରେ ପ୍ରିୟଙ୍କା ମତେ ଜୁନିୟର ପରି ନୁହେଁ ବରଂ ବନ୍ଧୁ ଭଳି ଭାବୁଥିଲେ । ତାଙ୍କର ଏହି ଗୁଣ ମତେ ଇମ୍ପ୍ରେସ କରିଥିଲା ।’

ସବୁବେଳେ ବଲିଉଡ ସେଲିବ୍ରିଟିଙ୍କ ବିରୋଧରେ କହୁଥିବା କଙ୍ଗନାଙ୍କ ମୁହଁରୁ ପ୍ରିୟଙ୍କା ପ୍ରଶଂସା ସମସ୍ତେ ଆଶ୍ଚର୍ଯ୍ୟ । କାରଣ ସବୁବେଳେ ସେ ସେଲିବ୍ରିଟିଙ୍କୁ ଟାର୍ଗେଟ କରି କଡା କଟୁ କଥା ଶୁଣାନ୍ତି। ହେଲେ ଏଥର ସେ ପ୍ରିୟଙ୍କା ପ୍ରଶଂସା କରିଥିବାର ନଜର ଆସୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ