ETV Bharat / sitara

ଅଭିନେତ୍ରୀ ଶାମନାଙ୍କୁ ଧମକ ଦେଇ 4 ଗିରଫ - ଶାମନାଙ୍କୁ ଧମକ ଦେଇଥିବା ଅଭିଯୋଗରେ

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶାମନା କାସୀମଙ୍କୁ ଧମକ ଦେବା ଏବଂ ବ୍ଲାକମେଲ କରିବା ଅଭିଯୋଗରେ ଚାରିଜଣ ଯୁବକଙ୍କୁ ଗିରଫ କରାଯାଇଛି । ଯିଏ ଏପର୍ଯ୍ୟନ୍ତ ପ୍ରାୟ 40 ଟି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଅଧିକ ପଢନ୍ତୁ...

4 arrested for threatening south indian actress shamna kasim
ଅଭିନେତ୍ରୀ ଶାମନାଙ୍କୁ ଧମକ ଦେଇଥିବା ଅଭିଯୋଗରେ 4 ଜଣଙ୍କୁ ଗିରଫ କରିଛି ପୋଲିସ
author img

By

Published : Jun 24, 2020, 8:39 PM IST

କୋଚି: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶାମନା କାସୀମଙ୍କୁ ଧମକ ଓ ବ୍ଲାକମେଲ କରିବା ଅଭିଯୋଗରେ କେରଳ ପୋଲିସ ଚାରି ଜଣ ଯୁବକଙ୍କୁ ଗିରଫ କରିଛି ।

ମରର୍ଡୁ ପୋଲିସ ଷ୍ଟେସନର ଜଣେ ପୋଲିସ ଅଧିକାରୀ କହିଛନ୍ତି, ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ଚାରି ଜଣଙ୍କୁ ଗିରଫ କରାଯାଇଛି ।

ନାମ ଗୋପନ ରଖିବା ସର୍ତ୍ତରେ ଅଧିକାରୀ କହିଛନ୍ତି, ଶାମନା କାସୀମଙ୍କୁ ଧମକ ଦେବା ଏବଂ ବ୍ଲାକମେଲ କରିବା ଅଭିଯୋଗରେ ଚାରିଜଣ ଯୁବକଙ୍କୁ ଗିରଫ କରାଯାଇଛି । ଏଥିସହ ସେମାନଙ୍କୁ ବର୍ତ୍ତମାନ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଅଧିକ ତଦନ୍ତ ଜାରି ରହିଛି ।

ପ୍ରକାଶ ଥାଉ କି, କାସୀମ ଜଣେ ନୃତ୍ୟଶିଳ୍ପୀ ଏବଂ ମଡେଲ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ଟେଲିଭିଜନ୍ ଇଣ୍ଡଷ୍ଟ୍ରିରେ ସଫଳ ହେବା ପରେ ଚଳଚ୍ଚିତ୍ର ଇଣ୍ତଷ୍ଟ୍ରିରେ ପ୍ରବେଶ କରିଥିଲେ । 2004 ମସିହାରୁ ସେ ଏପର୍ଯ୍ୟନ୍ତ ପ୍ରାୟ 40 ଟି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.