ମୁମ୍ବାଇ: 2020 ର ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଫିଲ୍ମ '83' ବହୁ ଚର୍ଚ୍ଚାରେ ଥିଲା । ଏହି ଫିଲ୍ମ ଏପ୍ରିଲରେ ରିଲିଜ୍ ହେବାର ଥିଲା, ଯାହା କରୋନାଭାଇରସ ମହାମାରୀ କାରଣରୁ ସ୍ଥଗିତ ରଖାଯାଇଥିଲା ।
-
Magic was created. History was written.#OnThisDay, Team India won the World Cup and changed Indian Cricket forever. #ThisIs83@therealkapildev #SunilGavaskar @KrisSrikkanth @JimmyAmarnath @cricyashpal #SandeepPatil @KirtiAzaad #RogerBinny @MadanLal1983 @syedkirmani14 pic.twitter.com/SQWo4It73u
— Reliance Entertainment (@RelianceEnt) June 25, 2020 " class="align-text-top noRightClick twitterSection" data="
">Magic was created. History was written.#OnThisDay, Team India won the World Cup and changed Indian Cricket forever. #ThisIs83@therealkapildev #SunilGavaskar @KrisSrikkanth @JimmyAmarnath @cricyashpal #SandeepPatil @KirtiAzaad #RogerBinny @MadanLal1983 @syedkirmani14 pic.twitter.com/SQWo4It73u
— Reliance Entertainment (@RelianceEnt) June 25, 2020Magic was created. History was written.#OnThisDay, Team India won the World Cup and changed Indian Cricket forever. #ThisIs83@therealkapildev #SunilGavaskar @KrisSrikkanth @JimmyAmarnath @cricyashpal #SandeepPatil @KirtiAzaad #RogerBinny @MadanLal1983 @syedkirmani14 pic.twitter.com/SQWo4It73u
— Reliance Entertainment (@RelianceEnt) June 25, 2020
ଏହି ମଲ୍ଟିଷ୍ଟାର୍ ଫିଲ୍ମରେ ଅଭିନେତା ରଣଭୀର ସିଂ ଟିମର ଅଧିନାୟକ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମ '83' କବୀର ଖାନଙ୍କ ନିର୍ଦ୍ଦେଶିତ ଅଟେ ଏବଂ ଏହାର କାହାଣୀ 1983 କ୍ରିକେଟ୍ ବିଶ୍ୱକପରେ ଭାରତର ଐତିହାସିକ ବିଜୟ ଉପରେ ଆଧାରିତ ।
ଆଜି ଅର୍ଥାତ୍ ଜୁନ୍ 25 ହେଉଛି ଐତିହାସିକ ଦିନ । ଯେଉଁଥିରେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଥିଲା ।
ଏହି ବିଶେଷ ଉତ୍ସବକୁ ପାଳନ କରିବା ପାଇଁ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ତରଫରୁ ଟ୍ୱିଟର ଦ୍ୱାରା ଏକ ଭିଡିଓ ପୋଷ୍ଟ କରାଯାଇଛି । ଯେଉଁଥିରେ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇବା ଏବଂ ସେହି ଦିନର କିଛି ସ୍ମରଣୀୟ ମୁହୂର୍ତ୍ତକୁ ସତେଜ କରିବାକୁ ଚେଷ୍ଟା କରାଯାଇଛି ।
ଭିଡିଓ ସହିତ କ୍ୟାପସନରେ ଲେଖାଯାଇଛି, "ମ୍ୟାଜିକ୍ ହୋଇଥିଲା, ଇତିହାସ ଲେଖାଯାଇଥିଲା । ଏହି ଦିନ ଟିମ୍ ଇଣ୍ଡିଆ ଓ୍ବାର୍ଲ୍ଡ କପ୍ ଜିତିଥିଲେ । ଯାହା ଭାରତୀୟ କ୍ରିକେଟର ଇତିହାସକୁ ବଦଳାଇ ଦେଇଥିଲା ।
ପ୍ରକାଶ ଥାଉ କି, ଫିଲ୍ମର ନିର୍ମାଣ ଅଭିନେତ୍ରୀ ଦୀପିକା ପାଦୁକୋନ, କବୀର ଖାନ, ବିଷ୍ଣୁ ବର୍ଦ୍ଧନ ଇନ୍ଦୁରୀ, ସାଜିଦ ନାଡିଆୱାଲା, ଫେଣ୍ଟମ ଫିଲ୍ମସ, ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଏବଂ '83' ଫିଲ୍ମ ଲିମିଟେଡ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ଚଳଚ୍ଚିତ୍ରଟି ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଏବଂ ପିବିଆର ପିକ୍ଚର୍ସ ଦ୍ୱାରା ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ