ETV Bharat / sitara

Chhichhore ଫିଲ୍ମକୁ ପୂରିଲା ୨ବର୍ଷ, ସୁଶାନ୍ତଙ୍କୁ ମନେପକାଇଲେ କୋଷ୍ଟାର - ସୁଶାନ୍ତ ସିଂ ରାଜପୁତ

ଦିବ୍ୟଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଓ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ସୁପରହିଟ ଚଳଚ୍ଚିତ୍ର 'ଛିଛୋରେ'କୁ ଆଜି ୨ ବର୍ଷ ପୂରଣ ହୋଇଛି । ୨୦୧୯ ସେପ୍ଟେମ୍ବର ଆଜି ଦିନରେ ପରଦାକୁ ଆସିଥିଲା ଏହି ଫିଲ୍ମ । ଏହି ଚଳଚ୍ଚିତ୍ରକୁ ଦର୍ଶକ ଓ ସମୀକ୍ଷକ ବହୁତ ପସନ୍ଦ କରିଥିଲେ । ଅଧିକ ପଢନ୍ତୁ...

Chhichhore ଫିଲ୍ମକୁ ପୂରିଲା ୨ବର୍ଷ, ସୁଶାନ୍ତଙ୍କୁ ମନେପକାଇଲେ କୋଷ୍ଟାର

author img

By

Published : Sep 6, 2021, 8:34 AM IST

ମୁମ୍ବାଇ: ଦିବ୍ୟଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଓ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ସୁପରହିଟ ଚଳଚ୍ଚିତ୍ର 'ଛିଛୋରେ'କୁ ଆଜି ୨ ବର୍ଷ ପୂରଣ ହୋଇଛି । ୨୦୧୯ ସେପ୍ଟେମ୍ବର ଆଜି ଦିନରେ ପରଦାକୁ ଆସିଥିଲା ଏହି ଫିଲ୍ମ । ଏହି ଚଳଚ୍ଚିତ୍ରକୁ ଦର୍ଶକ ଓ ସମୀକ୍ଷକ ବହୁତ ପସନ୍ଦ କରିଥିଲେ । ଫିଲ୍ମର ଦୁଇବର୍ଷ ପୂର୍ତ୍ତିରେ ସୁଶାନ୍ତଙ୍କୁ ମନେ ପକାଇଛନ୍ତି କୋଷ୍ଟାର ।

ଫିଲ୍ମର ପ୍ରତ୍ୟେକ ଚରିତ୍ର ନିଜ ନିଜ ଭୂମିକାରେ ଜବରଦସ୍ତ ଅଭିନୟ କରିଥିଲେ । ଏହି ଫିଲ୍ମର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଜଣେ ଅଭିନେତା ତାହିର ରାଜ ବାସିନ ନିଜର ଅନୁଭୂତି ବାଣ୍ଟିଛନ୍ତି । ତାହିର କହିଛନ୍ତି ଏହି ଫିଲ୍ମ ସୁଟିଂ ସମୟରେ ମୋର ଅନେକ ସ୍ମୃତି ରହିଛି । ଆଇଆଇଟି ବମ୍ବେରେ ହୋଇଥିବା ଏହି ସୁଟିଂ ମୋ ପାଇଁ ସବୁଠୁ ଭଲ ସ୍ମୃତି ହୋଇ ରହିଛି ବୋଲି କହିଛନ୍ତି ତାହିର ।

'ଛିଛୋରେ'ର ସ୍ମୃତି ତାଜା କଲେ ତାହିର...

ତାହିର କହିଛନ୍ତି ହଷ୍ଟେଲ-୪ ଯାହା ଉପରେ ଫିଲ୍ମ ଆଧାରିତ ହୋଇଛି । ବାସ୍ତବରେ ସେଠାକାର କ୍ୟାଣ୍ଟିନ ଓ କରିଡରରେ ସୁଟିଂ କାଷ୍ଟକୁ ସେମାନଙ୍କ କଲେଜ ବିଷୟରେ ମନେ ପକାଇବାରେ ସାହାଯ୍ୟ କରିଛି । ଫିଲ୍ମର ନିର୍ଦ୍ଦେଶକ ନୀତେଶ ତିୱାରୀ ତାଙ୍କୁ ଫିଲ୍ମରେ ଡରକୁ ପଛରେ ପକାଇ କିପରି ପ୍ରଦର୍ଶନ ଉପରେ ଧ୍ୟାନ ଦେବା ପାଇଁ କୋଚ ଭଳି ପ୍ରଶିକ୍ଷଣ ଦେଇଥିବା କହିଛନ୍ତି ତାହିର ।

ଫିଲ୍ମ ପାଇଁ ୪ମାସ ତାଲିମ ନେଇଥିଲା ତାହିର...

ସେ ଆହୁରି କହିଛନ୍ତି ଏହା ଏକ ଚ୍ୟାଲେଞ୍ଜ ପୂର୍ଣ୍ଣ ଚଳଚ୍ଚିତ୍ର ଥିଲା । ନୀତେଶ ତିୱାରୀ ଜଣେ ଦକ୍ଷ ନିର୍ଦ୍ଦେଶକ । ସେ ମୋତେ ଫିଲ୍ମ ଜାତୀୟ ସ୍ତରର କ୍ରୀଡା ପ୍ରଶିକ୍ଷକଙ୍କ ଅଧୀନରେ ତାଲିମ ଦେଇଛନ୍ତି । ଚଳଚ୍ଚିତ୍ରର 2 ବର୍ଷ ଶେଷ ହେବାପରେ ଅଭିନେତା ତାହିର କହିଛନ୍ତି ଯେ ମୁଁ ଆଥଲେଟିକ୍ସ, ଫୁଟବଲ ଏବଂ କବାଡି ପାଇଁ 4 ମାସ ତାଲିମ ନେଇଥିଲି ଯାହା ମୋର ଶାରୀରିକ ବିକାଶ କରିଥିଲା ।

ସୁଶାନ୍ତଙ୍କୁ ମନେପକାଇଲେ ତାହିର...

ଫିଲ୍ମର ହିରୋ ଚମତ୍କାର ଅଭିନେତା ସୁଶାନ୍ତଙ୍କୁ ମନେପକାଇଛନ୍ତି ତାହିର । ୨୦୨୦ ଜୁନ ୧୪ରେ ମୁମ୍ବାଇରେ ସୁଶାନ୍ତଙ୍କ ଦେହାନ୍ତ ହୋଇଥିଲା । ସୁଶାନ୍ତଙ୍କ ସହିତ କାମ କରିବା ସହିତ ପରଦା ପଛରେ ତାଙ୍କ ସହିତ ସମୟ ବିତେଥିବା ସେ ସବୁ ଅଭୁଲା । ସେ ଆହୁରି କହିଛନ୍ତି ତାଙ୍କ ଅଭିନୟ ଅତୁଳନୀୟ ଥିଲା । ତାଙ୍କୁ ରୁଚିର ବିଷୟ ସବୁବେଳେ ସେଟରେ ଆନନ୍ଦ ଉଲ୍ଲାସର ମାହୋଲ ସୃଷ୍ଟି କରିଥାଏ ।

କଲେଜ ଦିନ ତାଜା କରେ ଏହି ଫିଲ୍ମ...

ଏହି ଚଳଚ୍ଚିତ୍ରରେ ଜଣେ ମଧ୍ୟବୟସ୍କ ବ୍ୟକ୍ତିଙ୍କ କାହାଣୀ କୁହାଯାଇଛି, ଯିଏ ନିଜ ସାଙ୍ଗମାନଙ୍କ ସହିତ ତାଙ୍କ କଲେଜ ଦିନ ବିଷୟରେ ମନେ ପକାନ୍ତି, ଯାହାକୁ ହାରିଯାଇଥିବା ବ୍ୟକ୍ତି ଭାବରେ ଟାଇଟଲ ମିଳିଥିଲା । 2021 ମସିହାରେ ଘୋଷିତ 67 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ 'ଛିଛୋରେ' ହିନ୍ଦୀରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା । ଯେବେ ବି ଏହି ଚଳଚ୍ଚିତ୍ର ଦେଖିବ ମୁହଁରେ ହସ ଫୁଟିବାଟା ନିଶ୍ଚୟ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.