ETV Bharat / sitara

211 ଗାୟକ-ଗାୟକଙ୍କ ଗୀତ ‘ଜୟତୁ ଭାରତମ’, ପ୍ରଶଂସାରେ ମୋଦି - କୋରୋନା ଭାଇରସ ପ୍ରକୋପ

ସେଲିବ୍ରିଟିଙ୍କ ଦ୍ବାରା ଯାହା ସମ୍ଭବ ତାହା ଦେଶ ପାଇଁ କରୁଛନ୍ତି । କିଏ ସଚେତନା ବାର୍ତ୍ତା ବାଣ୍ଟିବାରେ ବ୍ୟସ୍ତ ତ ଆଉ କିଏ ଦାନ କରିବାରେ । ଏବେ 211 ବିଶିଷ୍ଟ ଗାୟକ-ଗାୟିକା ଦେଶ ହିତରେ ଏକ ଗୀତ ପ୍ରସ୍ତୁତ କରିଛନ୍ତି । ଯାହା 14ଟି ଭାଷାରେ ରିଲିଜ ହୋଇଛି।

ଡିଜାଉନ ଫଟୋ
ଡିଜାଉନ ଫଟୋ
author img

By

Published : May 18, 2020, 10:19 PM IST

ମୁମ୍ବାଇ: କୋରୋନା ଭାଇରସ ପ୍ରକୋପରେ ସାରା ବିଶ୍ବ । ଭାରତରେ ମଧ୍ୟ 96 ହଜାରରୁ ଅଧିକ ସଂକ୍ରମିତ ହୋଇସାରିଲେଣି । ଏହାକୁ ଦୃଷ୍ଟିରେ ରଖି ସୋମବାରଠୁ ଦେଶରେ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏମିତି ପରିସ୍ଥିତିରେ ଦେଶବାସୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହି କଠିନ ପରିସ୍ଥିତିରେ ଦେଶର ଦୃଢ ଶକ୍ତିକୁ ବଢାଇବା ପାଇଁ ଲୋକପ୍ରିୟ ଗାୟକ-ଗାୟିକା ଏକ ଗୀତ ପ୍ରସ୍ତୁତ କରିଛନ୍ତି । ଯାହାର ଟାଇଟଲ ରହିଛି ‘ଜୟତୁ ଭାରତମ ।’

tweet-2
ଫଟୋ ସୌଜନ୍ୟ: ଟ୍ବିଟର@ଲତା ମଙ୍ଗେସକର

ଗୀତଟିକୁ 211 ଜଣ ଗାୟକ-ଗାୟିକା ମିଶି ଗାଇଛନ୍ତି । ସ୍ବର ସାମ୍ରାଜ୍ଞୀ ଲତା ଏହାକୁ ନେଇ ଏକ ଟ୍ବିଟ କରିଛନ୍ତି । ଆଉ ଟ୍ବିଟରେ ଲେଖିଛନ୍ତି, ‘ନମସ୍କାର ଆମର ଆଇଏସଆରଏ ବହୁତ ଗୁଣି 211 କଳାକାର ଏକଜୁଟ ହୋଇ ଆତ୍ମନିର୍ଭର ଭାରତ ଭାବନାରୁ ପ୍ରେରଣା ପାଇ ଏହି ଗୀତ ନିର୍ମାଣ କରିଛନ୍ତି । ଯାହାକୁ ଭାରତର ଜନତାଙ୍କ ସହ ଆମର ପିଏମ ମୋଦିଙ୍କୁ ଏହା ସମର୍ପଣ କରୁଛୁ । ଜୟତୁ ଭାରତମ ।’

tweet-3
ଫଟୋ ସୌଜନ୍ୟ: ଟ୍ବିଟର@ନରେନ୍ଦ୍ର ମୋଦି

ସେପଟେ ତାଙ୍କ ଟ୍ବିଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିଟ୍ବିଟ କରି ଗୀତର ଖୁବ୍ ପ୍ରଂଶସା କରିଛନ୍ତି। ସେ ଟ୍ବିଟରେ ଲେଖିଛନ୍ତି, ‘ଏହି ଗୀତ ସମସ୍ତଙ୍କ ଉତ୍ସାହିତ ଓ ପ୍ରେରଣା ଯୋଗାଇବ । ଏଥିରେ ଆତ୍ମନିର୍ଭରଶୀଳ ଭାରତ ପାଇଁ ଘୋଷଣା କରାଯାଇଛି ।’

  • " class="align-text-top noRightClick twitterSection" data="">

ପ୍ରକାଶ ଥାଉକି ବିଶିଷ୍ଟ କଣ୍ଠଶିଳ୍ପୀ ଆଶା ଭୋସଲେ ସହ ପାଖାପାଖି 211 ଜଣ କଳାକାର ‘ଜୟତୁ ଭାରତମ’ ଗୀତ ଗାଇଛନ୍ତି । ଯାହା 14ଟି ଭାଷାରେ ରିଲିଜ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.