ETV Bharat / sitara

ଶିକାରା ଉପରେ ଭାରି ପଡିଲା ମଲଙ୍ଗ, ଜାଣନ୍ତୁ ଓପନିଂ ଡେ କଲେକ୍ସନ - ଶିକାରର ଓପନିଂ ଡେ କଲେକ୍ସନ

ଦର୍ଶକଙ୍କ ଉପରେ ଛାଇଲା ମଲ୍ଟି ଷ୍ଟାରର ଫିଲ୍ମ ‘ମଲଙ୍ଗ’ର ଯାଦୁ । ବିଧୁ ବିନୋଧ ଚୋପ୍ରାଙ୍କ ଚର୍ଚ୍ଚିତ ଫିଲ୍ମ ‘ଶିକାରା’କୁ ପକାଇଲା ପଛରେ ।

shikara and malang
ଡିଜାଇନ ଫଟୋ
author img

By

Published : Feb 8, 2020, 5:35 PM IST

ମୁମ୍ବାଇ: ଶୁକ୍ରବାର ରିଲିଜ ହୋଇଯାଇଛି ଦୁଇଟି ବଡ ଫିଲ୍ମ । ଯେଉଁଥିରେ ଆଦିତ୍ୟ ରାୟ କପୁର ଓ ଦିଶା ପଟାନୀଙ୍କ ଫିଲ୍ମ ‘ମଲଙ୍ଗ’ ଓ ବିଧୁ ନିନୋଦ ଚୋପ୍ରାଙ୍କ ‘ଶିକାରା’ ସାମିଲ ଅଛି । ସେମିତି ଦେଖିବାକୁ ଗଲେ ଏହି ଦୁଇ ଫିଲ୍ମ ଭିନ୍ନ ଭିନ୍ନ ଜୋନର । ଗୋଟିଏ ପଟେ ଯେଉଁଠି ‘ମଲଙ୍ଗ’ ସସ୍ପେନ୍ସ ଓ ଆକ୍ସନରେ ଭରପୁର । ଅନ୍ୟପଟେ ‘ଶିକାରା’ କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରର ବାସ୍ତବ କାହାଣୀକୁ ପର୍ଯ୍ୟବେସିତ ।

ହେଲେ ବକ୍ସ ଅଫିସରେ ଏହି ଦୁଇ ଫିଲ୍ମର ପ୍ରଥମ ଦିନର ଆୟ ଜଣାଇ ଦେଇଛି ଯେ ଦର୍ଶକଙ୍କୁ ସବୁଠୁ ଅଧିକା ‘ମଲଙ୍ଗ’ ଫିଲ୍ମ ପସନ୍ଦ ଆସିଛି । ଆସନ୍ତୁ ଜାଣିବା ଏହି ଦୁଇ ଫିଲ୍ମର ଓପନିଂ ଡେ କେଲକ୍ସନ ବିଷୟରେ...

ବକ୍ସ ଅଫିସ ଇଣ୍ଡିଆ ଅନୁଯାୟୀ ମୋହିତ ସୁରୀଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ମଲଙ୍ଗ’ ଓପନିଂ ଡେରେ ପାଖାପାଖି 7 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି । ସେପଟେ ‘ଶିକାରା’ ଓପନିଂ ଡେରେ କିଛି ଖାସ କମାଲ ଦେଖାଇପାରି ନାହିଁ । ମାତ୍ର 1 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି ଏହି ଫିଲ୍ମ ।

ରିପୋର୍ଟ ଅନୁସାରେ ମଲଙ୍ଗ ନିର୍ମାଣରେ ପାଖାପାଖି 35 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଆଉ ‘ଶିକାରା’ର ବଜେଟ 30 କୋଟି ଟଙ୍କା । ମଲଙ୍ଗ ସସ୍ପେନ୍ସ, ଡ୍ରାମା, ଥ୍ରିଲର, ରୋମାନ୍ସ ଓ ଦମଦାର ଆକ୍ସନରେ ଭରପୁର । ଫିଲ୍ମରେ ଆଦିତ୍ୟ ଓ ଦିଶାଙ୍କ ବ୍ୟତୀତ ଅନିଲ କପୁର ଓ କୁନାଲ ଖେମୁ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମ ‘ମଲଙ୍ଗ’ର କାହାଣୀ ଏହି ଚାରି କଳାକାରଙ୍କ ସହ ସମ୍ପୃକ୍ତ । ଫିଲ୍ମର ଗୋଟିଏ ଗୋଟିଏ ସିନରେ ଦର୍ଶକ ସସ୍ପେନ୍ସ ଦେଖିବାକୁ ପାଇଛନ୍ତି । ଭରପୁକ ଆକ୍ସନ ଓ ଡ୍ରାମା ଫିଲ୍ମରେ ପର୍ଯ୍ୟବେସିତ କରାଯାଇଛି ।

ଅନ୍ୟପଟେ ‘ଶିକାରା’ 1990ରେ କଶ୍ମୀର ପଣ୍ଡିତଙ୍କୁ ନିଜ ଭିଟାମାଟି ଛାଡିବାକୁ ଜବରଦସ୍ତି କରାଯାଇଥିବା କାହାଣୀ ଉପରେ ଆଧାରିତ । ଫିଲ୍ମରେ ଦୁଇ ନୂଆ ଚେହରାକୁ ଦେଖିବାକୁ ମିଳିଛି । ଆଦିଲ ଖାନ ଓ ସାଦିୟା ଖାନ ଏହି ଫିଲ୍ମ ଜରିଆରେ ବଲିଉଡରେ ପଦାର୍ପଣ କରିଛନ୍ତି । ବିଧୁ ଦର୍ଶକଙ୍କୁ କଶ୍ମୀର ପଣ୍ଡିତଙ୍କ ସହ ହୋଇଥିବା ଅତ୍ୟାଚାର କାହାଣୀକୁ ଏକ ପ୍ରେମଭରା ଲଭଷ୍ଟୋରି ଜରିଆରେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.