ETV Bharat / science-and-technology

Youtube ଆଣୁଛି ମଲ୍ଟି-ଲାଙ୍ଗୁଏଜ୍ ଅଡିଓ ଫିଚର୍ସ - ୟୁଟ୍ଯୁବ୍ ନ୍ୟୁ ଫିଚର୍ସ

ମଲ୍ଟି-ଲାଙ୍ଗୁଏଜ୍ ଅଡିଓ ଫିଚର୍ସ ଆଣୁଛି ୟୁଟ୍ୟୁବ୍ । ଏହି ଫିଚର୍ସ ମାଧ୍ୟମରେ ନୂତନ ଏବଂ ଅପଲୋଡ୍ ହୋଇଥିବା ଭିଡିଓଗୁଡ଼ିକୁ ବିଭିନ୍ନ ଭାଷାରେ ଡବ୍ କରିବାକୁ ସୁବିଧା ପାଇବେ କ୍ରିଏଟର୍ସ । ଅଧିକ ପଢନ୍ତୁ

Youtube
Youtube
author img

By

Published : Feb 24, 2023, 5:26 PM IST

ସାନ ଫ୍ରାନ୍ସିସ୍କୋ: ୟୁଟ୍ୟୁବର୍‌ଙ୍କ ପାଇଁ ଖୁସି ଖବର । ମଲ୍ଟି-ଲାଙ୍ଗୁଏଜ୍ ଅଡିଓ ଫିଚର୍ସ ଆଣୁଛି ପ୍ଲାଟଫର୍ମ । ଭିଡିଓ-ସେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ଘୋଷଣା କରିଛି ଯେ, ବହୁଭାଷୀ ଅଡିଓ ଟ୍ରାକ୍ ପାଇଁ ସପୋର୍ଟ ଆରମ୍ଭ ହେବାକ ଯାଉଛି, ଯାହାକି କ୍ରିଏଟର୍ସଙ୍କୁ ସେମାନଙ୍କର ନୂତନ ଏବଂ ଅପଲୋଡ୍ କରିଥିବା ଭିଡିଓଗୁଡ଼ିକୁ ବିଭିନ୍ନ ଭାଷାରେ ଡବ୍ କରିବାକୁ ସୁବିଧା ଦେବ । ଗତ ଏକ ବର୍ଷ ମଧ୍ୟରେ, କମ୍ପାନୀ ଲୋକପ୍ରିୟ ୟୁଟ୍ୟୁବ୍ କଣ୍ଟେଣ୍ଟ କ୍ରିଏଟର୍ ଜିମି ଡୋନାଲ୍ଡସନ୍ ଉର୍ଫ Mr Beast ଏବଂ କ୍ରିଏଟର୍ସଙ୍କ ଏକ ଛୋଟ ଗ୍ରୁପ୍‌କୁ ନେଇ ଏହି ଫିଚର୍ସ ପରୀକ୍ଷଣ କରୁଛି ।

ଏହା ମଧ୍ୟ ପଢନ୍ତୁ:- WhatsApp New Features: ଏଣିକି ସେଣ୍ଡ୍ କରିସାରିଥିବା ମେସେଜ୍‌କୁ ବି ଏଡିଟ୍ କରିହେବ

ଗୁରୁବାର(ଫେବ୍ରୁଆରୀ 23)ରେ କମ୍ପାନୀ ଏକ ବ୍ଲଗ୍‌ ପୋଷ୍ଟରେ କହିଛି ଯେ, ଦର୍ଶକଙ୍କ ପାଇଁ ମଲ୍ଟି-ଲାଙ୍ଗୁଏଜ୍ ଅଡିଓ ଅର୍ଥ ହେଉଛି, ସେମାନେ ବର୍ତ୍ତମାନ ନିଜ ଭାଷାରେ ଡବ୍ କରାଯାଇଥିବା ଭିଡିଓ ଦେଖିପାରିବେ, ଯାହା ସେମାନଙ୍କୁ ଆହୁରି ଅଧିକ କଣ୍ଟେଟ୍ ଯୋଗାଇପାରିବ । ଆମେ ଜାଣିବାକୁ ପାଇଲୁ ଯେ, କ୍ରିଏଟର୍ସ ଏକାଧିକ ଭାଷାରେ ଡବ୍ ହୋଇଥିବା ଭିଡିଓଗୁଡ଼ିକୁ ପରୀକ୍ଷା କରୁଥିବା ସମୟର ନିଜର ଭିଡିଓ ଦେଖିବା ସମୟର 15 ପ୍ରତିଶତ ଏହି ଭିଡିଓଗୁଡିକୁ ଦେଖିବାରେ ସମୟ ଅତିବାହିତ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:-New Hp Laptop: ଭାରତରେ ଲଞ୍ଚ୍ ହେଲା ଓମେନ୍ 17 ଗେମିଙ୍ଗ ଲାପଟପ୍

ଏଥିସହ ଦର୍ଶକମାନେ କେବଳ ଗତ ମାସରେ ହାରାହାରି ଦୁଇ ଲକ୍ଷ ଘଣ୍ଟାରୁ ଅଧିକ ଡବଡ୍ ଭିଡିଓ ଦେଖିଥିବା ଜାଣିବାକୁ ପାଇଛି କମ୍ପାନୀ । ପ୍ଲାଟଫର୍ମ କହିଛି ଯେ, 40 ରୁ ଅଧିକ ଭାଷାରେ 3500 ରୁ ଅଧିକ ମଲ୍ଟି-ଲାଙ୍ଗୁଏଜ୍ ଭିଡିଓ ଅପଲୋଡ୍ ହୋଇସାରିଛି । କ୍ରିଏଟପ୍ସ ସେମାନଙ୍କ ଚ୍ୟାନେଲରେ ଭିଡିଓ ଅପଲୋଡ୍ କରିବା ସମୟରେ କ୍ରିଏଟର୍ସ ଉପକରଣରେ ଥିବା ବିଷୟବସ୍ତୁ(କଣ୍ଟେଣ୍ଟ) ମାଧ୍ୟମରେ ବ୍ୟକ୍ତିଗତ ଅଡିଓ ଟ୍ରାକ୍ ଯୋଡିବା ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ:-6G Coming Soon ! ପ୍ରଥମ ଦେଶ ଭାବେ 6ଜି ସେବା ଆଣିବ ଦକ୍ଷିଣ କୋରିଆ

କମ୍ପାନୀ ଆହୁରି ମଧ୍ୟ କହିଛି ଯେ କ୍ରିଏଟର୍ସଙ୍କ ତାଲିକାରେ ଥିବା କଣ୍ଟେଣ୍ଟକୁ ଅତିରିକ୍ତ ଅଡିଓ ଟ୍ରାକ୍ ସହିତ ଅପଡେଟ୍ କରାଯାଇପାରିବ । ଯଦି ଆପଣ ଜଣେ ଦର୍ଶକ, ତେବେ ଆପଣଙ୍କୁ କେବଳ ଭିଡିଓର ସେଟିଙ୍ଗ୍ ଉପରେ କ୍ଲିକ୍ କରିବାକୁ ପଡିବ ଏବଂ ଅନ୍ୟ ଭାଷାରେ କେଉଁ ଅଡିଓ ଟ୍ରାକ୍ ଦେଖିବାକୁ ଉପଲବ୍ଧ ତାହା ଦେଖିବାକୁ ପଡିବ ବୋଲି ପ୍ଲାଟଫର୍ମ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.