ETV Bharat / science-and-technology

YouTube New feature: ୟୁଟ୍ୟୁବରେ ନ୍ୟୁଜ ଦେଖୁଛନ୍ତି କି ? ଆପଣଙ୍କ ପାଇଁ ଆସିଲା ନୂଆ ଅପଡେଟ

author img

By ETV Bharat Odisha Team

Published : Oct 19, 2023, 12:50 PM IST

ଏଣିକି ଆଉ ମିଥ୍ୟା ଖବର କିମ୍ବା ବିଭ୍ରାନ୍ତକାରୀ ଖବର ଦେଖିବେନି ୟୁଜର୍ସ । ୟୁଟ୍ୟୁବରେ ଆସିଲା ଏହି ନୂଆ ଫିଚର । ଅଧିକ ପଢ଼ନ୍ତୁ

YouTube News Page
YouTube News Page

ହାଇଦ୍ରାବାଦ: ଡିଜିଟାଲ୍ ଯୁଗରେ ପ୍ରତି ସମୟରେ ଲୋକଙ୍କୁ ଫେସବୁକ୍‌ ଏବଂ ୟୁଟ୍ୟୁବର ଆବଶ୍ୟକତା ରହିଥାଏ । ପ୍ରାୟତଃ ସମସ୍ତେ ୟୁଟ୍ୟୁବରେ ନ୍ୟୁଜ୍‌ ବା ଖବର ଦେଖିଥାଆନ୍ତି । ମେଟ୍ରୋ, ବସ୍ ହେଉ କିମ୍ବା ପାର୍କରେ ବସି ସମସ୍ତେ ୟୁଟ୍ୟୁବରେ ସେମାନଙ୍କର ପ୍ରିୟ ନ୍ୟୁଜ୍ ଚ୍ୟାନେଲ୍ ଦେଖିଥାଆନ୍ତି। ତେବେ ଅନେକ ସମୟରେ ୟୁଟ୍ୟୁବରେ ମିଥ୍ୟା ଖବର ଏବଂ ନକଲି ଥମ୍ବନେଲ ଲଗାଇ ଖବର ପରିବେଷଣ କରାଯାଇଥାଏ। ଯାହାର ପ୍ରଭାବ ୟୁଜର୍ସମାନଙ୍କ ଉପରେ ପଡିଥାଏ। ତେବେ ଏହି ସମସ୍ୟାର ମୁକାବିଲା କରିବା ପାଇଁ କମ୍ପାନୀ ଆପରେ 'ନ୍ୟୁଜ୍ ଷ୍ଟୋରୀ' ନାମକ ଏକ ଫିଚର ରୋଲଆଉଟ କରିଛି । ତେବେ ବର୍ତ୍ତମାନ ଏହି ଫିଚର ମୋବାଇଲରେ ଉପଲବ୍ଧ ହୋଇଥିବା ବେଳେ ପରବର୍ତ୍ତି ସମୟରେ ଡେକ୍ସଟପରେ ମଧ୍ୟ ଉପଲବ୍ଧ ହେବ ବୋଲି କୁହାଯାଇଛି । ୟୁଟ୍ୟୁବର ନ୍ୟୁଜ୍ ଷ୍ଟୋରୀ ଫିଚର ଗୁଗୁଲର ନ୍ୟୁଜ୍ ଫିଡ୍ ପରି କାମ କରିବ। ତେବେ ଏହି ଫିଚର ଦ୍ବାରା ଗୋଟିଏ ନ୍ୟୁଜ ଦେଖିବା ପରେ କମ୍ପାନୀ ଅନ୍ୟ ଏକ ନ୍ୟୁଜ ଦେଖିବା ପାଇଁ ରେକୋମେଣ୍ଡ କରିବା ଯାହାକି ଅଥୋରାଇଜ୍‌ ଚ୍ୟାନେଲ ସହିତ ସଠିକ ସୂଚନା ହୋଇଥିବ ।

ନୂଆ ଫିଚର ଦ୍ବାରା ଏହି ଫିଚର ମିଳିବ: ୟୁଟ୍ୟୁବର ନ୍ୟୁଜ୍ ଷ୍ଟୋରୀ ଦ୍ବାରା ମିଥ୍ୟା କିମ୍ବା ବିଭ୍ରାନ୍ତକାରୀ ତଥ୍ୟ ପାଇବେନି ୟୁଜର୍ସ । ଯେତେବେଳେ ଆପଣ ଗୋଟିଏ ନ୍ୟୁଜ୍‌ ଦେଖୁଥିବେ ସେତେବେଳେ ନିମ୍ନରେ ବିଭିନ୍ନ ପ୍ରାଧିକୃତ ଚ୍ୟାନେଲ୍‌ରୁ ସେହି ସମ୍ବନ୍ଧୀୟ ଖବର ରେକମେଣ୍ଡ୍‌ କରିବ । ସେହି ବିଷୟ ସହିତ ଜଡିତ ଲାଇଭ୍ ଷ୍ଟ୍ରିମ୍, ପଡ୍‌କାଷ୍ଟ, ସର୍ଟ ଭିଡିଓ ଇତ୍ୟାଦି ମଧ୍ୟ ନିମ୍ନରେ ଦିଆଯାଇଥିବା ଫିଡରେ ଦେଖାଯିବ । ଏହା ମାଧ୍ୟମରେ ୟୁଜର୍ସ ସଠିକ ସୂଚନା ପାଇବେ । ୟୁଟ୍ୟୁବର ନ୍ୟୁଜ ଷ୍ଟୋରୀ ଫିଚର ଖୁବଶୀଘ୍ର 40ଟି ଦେଶରେ ରୋଲଆଉଟ ହୋଇପାରେ । ତେବେ ଆଗାମୀ ଦିନରେ ଖୁବଶୀଘ୍ର ମୋବାଇଲ ବ୍ୟତୀତ ଡେକ୍ସଟପରେ ମଧ୍ୟ ଏହି ଫିଚର ଲଞ୍ଚ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: ଭାରତରେ 19 ଲକ୍ଷ ଭିଡିଓକୁ ଡିଲିଟ କଲା ୟୁଟ୍ୟୁବ, ଏହା ରହିଥିଲା କାରଣ

ଖବର ସରବରାହ ସଂସ୍ଥାକୁ ସର୍ଟ କଣ୍ଟେଣ୍ଟ କରିବାକୁ ୟୁଟ୍ୟୁବ୍‌ର ପରାମର୍ଶ: ସର୍ଟ ଫର୍ମ ନ୍ୟୁଜକୁ ପ୍ରୋତ୍ସାହିତ କରିବା ପାଇଁ ୟୁଟ୍ୟୁବ ଖବର ସରବରାହ ସଂସ୍ଥା ଉପରେ 1.6 ମିଲିୟନ ଡଲାର ଖର୍ଚ୍ଚ କରିବାକୁ ଯାଉଛି ୟୁଟ୍ୟୁବ୍‌ । ତେବେ କମ୍ପାନୀ ନ୍ୟୁଜ୍ ଚ୍ୟାନେଲଗୁଡ଼ିକୁ ସର୍ଟ ଫର୍ମ କଣ୍ଟେଣ୍ଟ୍‌ ସୃଷ୍ଟି କରିବାକୁ କହୁଥିବା ଏକ ରିପୋର୍ଟରେ କୁହାଯାଇଛି । ବର୍ତ୍ତମାନ କମ୍ପାନୀ 10ଟି ଦେଶରୁ 20ଟି ବଡ଼ ଚ୍ୟାନେଲ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ କରୁଛି ଏବଂ ଧୀରେଧୀରେ ଏହାକୁ ସମସ୍ତ ଦେଶକୁ ଅଣାଯିବ । ତେବେ ୟୁଜର୍ସ ଲଙ୍ଗ୍‌ ଭିଡିଓ ବଦଳରେ ସର୍ଟ ଭିଡିଓ ଦେଖିବା ପାଇଁ ପସନ୍ଦ କରୁଥିବା ବେଳେ ଏହାକୁ ଗୁରତ୍ବ ଦିଆଯାଉଥିବା କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.