ETV Bharat / science-and-technology

Xpro: ଆଉ ଏକ ପରିବର୍ତ୍ତନ କଲେ ଏଲନ ମସ୍କ, ଟ୍ବିଟଡେକ ହେଲା ଏକ୍ସପ୍ରୋ

ଏଲନ ମସ୍କ ଟ୍ବିଟରକୁ କିଣିବା ପରେ ଟ୍ବିଟରର ରିବ୍ରାଣ୍ଡିଂ ଜାରି ରହିଛି । ଏକ୍ସ ମ୍ୟାନେଜମେଣ୍ଟ ପକ୍ଷରୁ ସୋସିଆଲ ମିଡିଆ ଡେସବୋର୍ଡ ଆପ୍ଲିକେସନ ଟ୍ବିଟରଡେକର ରିବ୍ରାଣ୍ଡିଂ କରାଯାଇଛି । ବର୍ତ୍ତମାନ ଏହା ନୂତନ ବ୍ରାଣ୍ଡ ଏକ୍ସପ୍ରୋ ଭାବେ ଜଣାଯିବ । ଅଧିକ ପଢନ୍ତୁ

Xpro
Xpro
author img

By

Published : Aug 2, 2023, 1:57 PM IST

ହାଇଦ୍ରାବାଦ: ଟ୍ବିଟର ପରିବର୍ତ୍ତନର ଏକ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ବର୍ତ୍ତମାନ ପ୍ଲାଟଫର୍ମରେ ଆଉ ଏକ ନୂତନ ପରିବର୍ତ୍ତନ ଦେଖାଯିବ । ପୁଣି ଏକ ପରିବର୍ତ୍ତନ କରିଛନ୍ତି ଏଲନ ମସ୍କ । କିଛି ଦିନ ପୂର୍ବେ ମସ୍କ ଟ୍ବିଟରର ନାମ ଏବଂ ଲୋଗୋକୁ ପରିବର୍ତ୍ତନ କରିଥିଲେ ହେଲେ ସୋସିଆଲ୍ ମିଡିଆ ଡ୍ୟାସବୋର୍ଡରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ବର୍ତ୍ତମାନ ଏହାକୁ ମଧ୍ୟ ପରିବର୍ତ୍ତନ କରିଛନ୍ତି ଏଲନ ମସ୍କ । ବର୍ତ୍ତମାନ ଟ୍ବିଟ ଡେକକୁ ଏକ୍ସପ୍ରୋ ଭାବେ ଜଣାଯିବ । ଏବେ ଉପଭୋକ୍ତା ଟ୍ବିଟଡେକ ଖୋଲିବା ମାତ୍ରେ ଏକ୍ସପ୍ରୋ ବୋଲି ଲେଖାହେଉଛି ।

କମ୍ପାନୀ ପକ୍ଷରୁ ବର୍ତ୍ତମାନ URLରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।https://tweetdeck.twitter.com/ ଖୋଲିବ ଏକ୍ସପ୍ରୋ ସାଇଟ । କମ୍ପାନୀ ପକ୍ଷରୁ ନିଜ ପେଜରେ ଦର୍ଶାଇଛି ଯେ, Xproରେ ଉପଭୋକ୍ତା ଏକାଥରକେ ଏକାଧିକ ଟାଇମଲାଇନ ଦେଖିପାରିବେ।

ଗତ ସପ୍ତାହରେ ଏକ୍ସ-ମାଲିକ ଏଲନ୍ ମସ୍କ ଏହି ରିବ୍ରାଣ୍ଡିଂ ଘୋଷଣା କରିଥିଲେ । ଟ୍ୱିଟ୍ ଡେକ୍ ବିଷୟରେ ଏକ ପୋଷ୍ଟର ଉତ୍ତରରେ ମସ୍କ ଲେଖିଛନ୍ତି ଯେ,"ବର୍ତ୍ତମାନ ଟ୍ବିଟଡେକର ନାମକୁ ପରିବର୍ତ୍ତନ କରାଯାଇଛି । ଏଣିକି ଟ୍ବିଟଡେକ ବଦଳରେ ଏହାର ନାମ ଏକ୍ସପ୍ରୋ କରାଯାଇଛି ।" ଗତ ମାସରେ, ପ୍ଲାଟଫର୍ମ ଟ୍ୱିଟ୍ ଡେକର ଏକ ବର୍ଦ୍ଧିତ ସଂସ୍କରଣ ଲଞ୍ଚ କରି କହିଥିଲା, "30 ଦିନ ମଧ୍ୟରେ ଟ୍ୱିଟ୍ ଡେକ୍ ପ୍ରବେଶ କରିବାକୁ ଉପଭୋକ୍ତାଙ୍କୁ ଯାଞ୍ଚ କରିବାକୁ ପଡିବ।"

ଏହା ମଧ୍ୟ ପଢନ୍ତୁ: X: କାମ ଦେଲା ମସ୍କଙ୍କ ଯାଦୁ, ରେକର୍ଡ ସ୍ତରରେ ବୃଦ୍ଧି ପାଇଲା ୟୁଜର୍ସଙ୍କ ସଂଖ୍ୟା

ମସ୍କ ଜୁଲାଇ 23 ରେ ଟ୍ୱିଟରର ରିବ୍ରାଣ୍ଡିଂରେ 'X' ଭାବରେ ଇଙ୍ଗିତ କରିବା ଆରମ୍ଭ କରିଥିଲେ । ଏହାସହ ମସ୍କ କହିଥିଲେ ଯେ,"ଖୁବ୍ ଶୀଘ୍ର ଆମେ ଟ୍ୱିଟର ବ୍ରାଣ୍ଡ ଏବଂ ସମସ୍ତ ପକ୍ଷୀମାନଙ୍କୁ ଧୀରେ ଧୀରେ ବିଦାୟ ଦେବୁ।" ସେବେ ଠାରୁ ସମସ୍ତ ପ୍ଲାଟଫର୍ମର ଟ୍ବିଟରର ନାମ ଏବଂ ନୀଳ ପକ୍ଷୀ ଲୋଗୋ ବଦଳି ଯାଇଛି । ଅନ୍ୟପଟେ କମ୍ପାନୀ ଏପର୍ଯ୍ୟନ୍ତ ଆଇଡି ଆଧାରିତ ଯାଞ୍ଚରେ କାମ କରୁଥିବା ଦେଖାଯାଇଛି । ଆପ୍ ଅନୁସନ୍ଧାନକାରୀ ନିମା ଓବଜୀ ମଙ୍ଗଳବାର ଏକ ସ୍କ୍ରିନସଟ୍ ସେୟାର କରିଥିଲେ । ଯେଉଁଥିରେ ଦେଖାଯାଇଥିଲା ଯେ, ଯେତେବେଳେ ଜଣେ ବ୍ଲୁ ଚେକ ମାର୍କ ଉପରେ କ୍ଲିକ କରେ ସେତେବେଳେ ଏକ ନୂଆ ଲେବଲ ଦେଖାଯାଉଥିଲା, ଏବଂ ଲେଖାଯାଇଥିଲା ଏହା ଭେରିଫାଇଡ ଆକାଉଣ୍ଟ ।

କହିରଖୁଛୁ ଯେ, ଟ୍ବିଟର ବିଶ୍ବର ଏକ ପ୍ରସିଦ୍ଧ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଅଟେ । ତେବେ ଏହାକୁ ଟକ୍କର ଦେବା ପାଇଁ ଗତ କିଛି ଦିନ ପୂର୍ବେ ଥ୍ରେଡ ଆପକୁ ଲଞ୍ଚ କରାଯାଇଥିବା ବେଳେ ଟ୍ବିଟର ମଧ୍ୟ ହାର ମାନିନଥିଲା । ଥ୍ରେଡ୍ସ ଆପ ଲଞ୍ଚ ହେବା ପରେ ୟୁଜର୍ସଙ୍କ ସଂଖ୍ୟା ରେକର୍ଡ ସ୍ତରରେ ବୃଦ୍ଧି ପାଇଥିଲା। ତେବେ କଡା ଜବାବ ଦେବା ପାଇଁ ମସ୍କ ମଧ୍ୟ ଟ୍ବିଟରରୁ ରିବ୍ରାଣ୍ଡିଂ କରିଥିଲେ । ଏଲନ୍ ମସ୍କ ଉଭୟ କମ୍ପାନୀର ଲୋଗୋ ଏବଂ URL ପରିବର୍ତ୍ତନ କରିଥିଲେ । ଏହାରି ଭିତରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ମାସିକ ବ୍ୟବହାରକାରୀଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି ବୋଲି କହିଛନ୍ତି ଏଲନ ମସ୍କ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.