ETV Bharat / science-and-technology

X Handle New Feature: ଏଣିକି ଏକ୍ସରେ କଲ କରିପାରିବେ ୟୁଜର୍ସ - ଏକ୍ସର ଲାଟେଷ୍ଟ ଫିଚର

ଏଣିକି ଏକ୍ସରେ କରିହେବ ଅଡିଓ-ଭିଡିଓ କଲ୍। ନୂଆ ଫିଚର ରୋଲଆଉଟ କରାଯାଇଥିବା ବେଳେ କଲ୍ କଣ୍ଟ୍ରୋଲ କରିପାରିବେ ୟୁଜର୍ସ । ଅଧିକ ପଢନ୍ତୁ

X Handle New Feature
X Handle New Feature
author img

By ETV Bharat Odisha Team

Published : Oct 26, 2023, 1:10 PM IST

ହାଇଦ୍ରାବାଦ: ଅପେକ୍ଷାର ଅନ୍ତ ଘଟିଲା । ଘୋଷଣା କରିବାର 2 ମାସ ଭିତରେ ନୂଆ ଫିଚର ରୋଲଆଉଟ କରିଲେ ଏଲନ ମସ୍କ। ଏକ୍ସ(ପୂର୍ବର ଟ୍ବିଟର)ରେ ଅଡିଓ ଏବଂ ଭିଡିଓ କଲର ସୁବିଧା ମିଳିବା ନେଇ ମସ୍କ ଅଗଷ୍ଟ 31 ତାରିଖରେ ଘୋଷଣା କରିଥିବା ବେଳେ ଆଜି(ଗୁରୁବାର) ଆପରେ ଏହାରୁ ରୋଲଆଉଟ କରାଯାଇଛି । ଏନେଇ କମ୍ପାନୀର ସିଇଓ ଲିଣ୍ଡା ୟାକାରିନୋ ଏବଂ ଏଲନ ମସ୍କ ଏକ୍ସରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ଆପ ଖୋଲିବା ମାତ୍ରେ ୟୁଜର୍ସଙ୍କୁ Audio and Video calls are here ମେସେଜ ଦେଖାଯାଉଛି ।

ଲିଣ୍ଡା ସେୟାର କଲେ ନୂଆ ଫଟୋ: ଏଣିକି ଏକ୍ସରେ ଅଡିଓ ଏବଂ ଭିଡିଓ କଲ କରିପାରିବେ ୟୁଜର୍ସ । ଏନେଇ ପୂର୍ବରୁ ଏକ୍ସ ସିଇଓ ଲିଣ୍ଡା ଏବଂ କମ୍ପାନୀ ମାଲିକ ଏଲନ ମସ୍କ ଘୋଷଣା କରିଥିଲେ । ଆଜି ଆପରେ ଲିଣ୍ଡା ଭିଡିଓ କଲର ଏକ ସ୍କ୍ରିନସଟ ସେୟାର କରିଛନ୍ତି । ତେବେ କହିରଖୁଛି କି, ଏଲନ ମସ୍କ ଆପକୁ ଏଭ୍ରିଥିଙ୍ଗ କରିବା ନେଇ ସ୍ବପ୍ନ ଦେଖିଥିଲେ । ଏହାର ଅର୍ଥ ଗୋଟିଏ ଆପ ବ୍ୟବହାର କରି ୟୁଜର୍ସ ସମସ୍ତ ସୁବିଧା ପାଇପାରିବେ । ମେସେଜ, ଭିଡିଓ କଲ ଠାରୁ ଆରମ୍ଭ କରି ପେମେଣ୍ଟ ସୁବିଧା ମଧ୍ୟ ପାଇପାରିବେ । ତେବେ ମସ୍କ ଗୋଟିଏ ପରେ ଗୋଟିଏ ଇଚ୍ଛାକୁ କାର୍ଯ୍ୟକାରୀ କରିଲା ଭଳି ମନେ ହେଉଛି ।

ଏହା ମଧ୍ୟ ପଢନ୍ତୁ: X New Subscription plan: 2 ନୂଆ ସବସ୍କ୍ରିପ୍ସନ ପ୍ଲାନ ଲଞ୍ଚ କରିବେ ମସ୍କ

କେମିତି କାମ କରିବ କଲିଂ ଫିଚର: କହିରଖିଛୁ କି, ଏକ୍ସର ଏହି ଅଡିଓ-ଭିଡିଓ କଲ ଫିଚର ବାଇ ଡିଫଲ୍ଟ ଅନ ରହିବ। ଫଳରେ ଇଚ୍ଛା ଅନୁସାରେ ୟୁଜର୍ସ ଅନ୍ୟ ୟୁଜର୍ସଙ୍କୁ କଲ କରିପାରିବେ । କିନ୍ତୁ ଯେଉଁ ୟୁଜର୍ସମାନେ ଆପରେ କଲ ମେସେଜ ଚାହୁଁନାହାନ୍ତି ସେମାନେ ଏହି ଅପ୍ସନକୁ ଡିସେବଲ କରିପାରିବେ । ଆପ ସେଟିଂରେ ୟୁଜର୍ସଙ୍କୁ Enable audio and video calling ଅପ୍ସନ ଦେଖାଯିବ। ଏହି ଅପ୍ସନକୁ ଇନେବଲ ଏବଂ ଡିସେବଲ କରିପାରିବେ ୟୁଜର୍ସ ।

ନିଜ ଇଚ୍ଛା ଅନୁସାରେ କଲ କଣ୍ଟ୍ରୋଲ କରିବେ ୟୁଜର୍ସ: ଏକ୍ସର ଏହି ନୂଆ ଫିଚର ଉପରେ ୟୁଜର୍ସଙ୍କ ପୁରା କଣ୍ଟ୍ରୋଲ ରହିବ। କେଉଁମାନେ କଲ କରିବା ପାଇଁ ସକ୍ଷମ ହେବେ ତାହାର ନିଷ୍ପତ୍ତି ନେଇପାରିବେ ୟୁଜର୍ସ। ୟୁଜର୍ସଙ୍କୁ କଲିଂ ଅପ୍ସନ ବାଛିବା ପାଇଁ people in your address book, people you follow, verified users ଅପ୍ସନ ମିଳିବ। ୟୁଜର୍ସ ନିଜ ଇଚ୍ଛା ଅନୁସାରେ ସେଟିଂ କରିପାରିବେ। ବର୍ତ୍ତମାନ ଏହି ଫିଚର ପର୍ଯ୍ୟାୟ କ୍ରମେ ସମସ୍ତ ୟୁଜର୍ସଙ୍କୁ ପାଇଁ ରୋଲଆଉଟ କରାଯାଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.