ETV Bharat / science-and-technology

X Streaming Feature: ଏଣିକି ଏକ୍ସରୁ ଟଙ୍କା କମାଇବା ହେବ ଆହୁରି ସହଜ, ଆସିବାକୁ ଯାଉଛି ମଜାଦାର ଫିଚର - ଗେମ୍ ଷ୍ଟ୍ରିମିଂ

ଗେମର୍ସମାନଙ୍କ ପାଇଁ ଏଲନ ମସ୍କ ଟ୍ୱିଟରରେ ଏକ ନୂଆ ନିୟମ ଆଣିବାକୁ ଯାଉଛି । ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ମସ୍କ । ଅଧିକ ପଢନ୍ତୁ

X Streaming Feature
X Streaming Feature
author img

By ETV Bharat Odisha Team

Published : Oct 3, 2023, 11:45 AM IST

ହାଇଦ୍ରାବାଦ: ଏକ୍ସରେ ଦିନକୁ ଦିନ ରୋଲଆଉଟ ହେଉଛି ନୂଆ ନୂଆ ଫିଚର । କିଛି ଦିନ ପୂର୍ବରୁ ୟୁଜର୍ସଙ୍କୁ ଲାଇଭ ଭିଡିଓ ବ୍ରୋଡକାଷ୍ଟ କରିବା ପାଇଁ ଫିଚର ମିଳିଥିବା ବେଳେ ନିକଟରେ ଆଉ ଏକ ଆକର୍ଷଣୀୟ ଫିଚର ରୋଲଆଉଟ ହେବାକୁ ଯାଉଛି । ଖୁବଶୀଘ୍ର ୟୁଜର୍ସ ପ୍ଲାଟଫର୍ମରେ ଗେମିଂ ଷ୍ଟ୍ରିମ୍ କରିବାକୁ ସମର୍ଥ ହେବେ । Twitch ପରି ଭିଡିଓ ଗେମ୍ ଷ୍ଟ୍ରିମିଂ କରିବାକୁ ମସ୍କ ଏକ ନୂତନ ଫିଚର ଉପରେ ଟେଷ୍ଟିଂ ଜାରି ରଖିଥିବା ଜଣାପଡିଛି ।

ଏନେଇ ଏଲନ ମସ୍କ ଏକ୍ସରେ ଏହା ସହ ଜଡିତ ଭିଡିଓ ମଧ୍ୟ ସେୟାର କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏକ୍ସରେ ଲାଇଭ ଷ୍ଟ୍ରିମିଂ ଦେଖିପାରିବା ସହିତ ଏହାର ସ୍ପିଡକୁ ବଢାଇବାର ସୁବିଧା ରହିଥିଲା । କିନ୍ତୁ ଭିଡିଓ କ୍ବାଲିଟିକୁ ବଢାଇବା ପାଇଁ କୌଣସି ବିକଳ୍ପ ଦିଆଯାଇନଥିଲା । କହିରଖୁଛୁ କି, ଏଲନ ମସ୍କ ଜୁନ ମାସରେ ଏକ୍ସରେ ଭିଡିଓ ଗେମ ଷ୍ଟ୍ରିମିଂ ନେଇ ଏକ ଫିଚର ମିଳିବ ବୋଲି ସଙ୍କେତ ଦେଇଥିଲେ । କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ ହିଁ ଟ୍ବିଟରରେ ନୂଆ ନିୟମ ଆସିଥିଲା । ଯାହାକି ବ୍ରାଣ୍ଡେଣ୍ଡ କଣ୍ଟେଣ୍ଟରୁ ଟଙ୍କା ରୋଜଗାର କରୁଥିବା ଷ୍ଟ୍ରିମରମାନଙ୍କୁ ସିଧାସଳଖ ପ୍ରଭାବିତ କରିଥିଲା । ଏହାପରେ ଗେମର୍ସମାନେ ଟ୍ୱିଚ୍ ମାଧ୍ୟମରେ ଷ୍ଟ୍ରିମିଂ ବନ୍ଦ କରି ୟୁଟ୍ୟୁବ୍ ଏବଂ ଫେସବୁକ ପ୍ରତି ଆକର୍ଷିତ ହୋଇଥିଲେ । ପ୍ରକାଶ ଥାଉକି, Twitch ହେଉଛି ଆମେରିକୀୟ ଭିଡିଓ ଗେମ୍ ଷ୍ଟ୍ରିମିଂ ସର୍ଭିସ ।

ଏହି ଫିଚର ଦ୍ବାରା 91ମିଲିୟନରୁ ଅଧିକ ଲୋକ ପାଇବେ ସୁବିଧା: ଟ୍ୱିଟରର ମାର୍କେଟିଂ ପେଜ ଅନୁଯାୟୀ, ଜୁନ୍ 2020ରୁ ଜୁନ୍ 2021 ମଧ୍ୟରେ ପ୍ଲାଟଫର୍ମରେ ପ୍ରାୟ 91 ମିଲିୟନ ଗେମର୍ସ ରହିଥିଲେ । ଯେଉଁମାନେ ପ୍ରତି ସେକେଣ୍ଡରେ ଖେଳ ସମ୍ବନ୍ଧୀୟ 70ଟି ଟ୍ବିଟ କରୁଥିଲେ । ତେବେ ପ୍ଲାଟଫର୍ମରେ ଗେମର୍ସଙ୍କ ସଂଖ୍ୟା ଅଧିକ ରହିଥିବା ନେଇ ଏହି ସଂଖ୍ୟାରୁ ଜଣାପଡିଥିଲା । ଯଦି ଏଲନ ମସ୍କ ନିଜ ଘୋଷଣା ଅନୁସାରେ ଖୁବଶୀଘ୍ର ଫିଚର ରୋଲଆଉଟ କରନ୍ତି ତେବେ ଏକ୍ସକୁ ୟୁଜରବେସ ହାସଲ କରିବାରେ ସାହାଯ୍ୟ କରିବ ଏବଂ ଏହା ସହିତ କ୍ରିଏଟର୍ସମାନେ ମଧ୍ୟ ଏଥିରୁ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇପାରିବେ ବୋଲି ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: X Audio Video Calls: କେବଳ ପ୍ରିମିୟମ ସବସ୍କ୍ରିପସନ ୟୁଜର୍ସଙ୍କୁ ମିଳିବ ଅଡିଓ-ଭିଡିଓ କଲ ସୁବିଧା

କହିରଖୁଛୁ କି, ଏକ୍ସ ମାଲିକ ଏଲନ୍ ମସ୍କ ADS(ADS REVENUE PROGRAM) ରେଭେନ୍ୟୁ ପ୍ରୋଗ୍ରାମର ଏଲିଜିବିଲିଟି କ୍ରାଇଟେରିଆରେ ପରିବର୍ତ୍ତନ କରିଥିଲେ । ୟୁଜରବେସରେ ପରିବର୍ତ୍ତନ କରିଥିଲା କମ୍ପାନୀ । ବର୍ତ୍ତମାନ ପ୍ଲାଟ୍‌ଫର୍ମରୁ ଟଙ୍କା ରୋଜଗାର କରିବାକୁ ହେଲେ ୟୁଜର୍ସଙ୍କୁ ନିଜ ଆକାଉଣ୍ଟରେ 500 ଫଲୋର୍ସ, 3 ମାସ ମଧ୍ୟରେ 5 ମିଲିୟନ ଟ୍ବିଟ୍‌ ଇମ୍ପ୍ରେସନ ଏବଂ ବ୍ଲୁ ଟିକ୍‌ ରହିବା ଆବଶ୍ୟକ । ଏହା ପୂର୍ବରୁ 15 ମିଲିୟନ ଟ୍ବିଟ୍‌ ଇମ୍ପ୍ରେସନର ଆବଶ୍ୟକତା ରହିଥିଲା । ଏହା ବ୍ୟତୀତ ଓ୍ବିଥଡ୍ର ପଲିସିରେ ମଧ୍ୟ ପରିବର୍ତ୍ତନ କରିଛି । ଓ୍ବିଥ୍‌ଡ୍ରଲ ଲିମିଟକୁ 50 ଡଲାରରୁ କମ କରି 10 ଡଲାର କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.