ETV Bharat / science-and-technology

ଦୀର୍ଘକାଳୀନ ପ୍ରତିରୋଧକ ଶକ୍ତି ପାଇଁ T-cell ଟିକା କିପରି ଲାଭଦାୟକ ?

ଓମିକ୍ରନ୍ ସହିତ କୋଭିଡ଼ ସଂକ୍ରମଣର ଦ୍ରୁତ ଗତିରେ ବୃଦ୍ଧି ପୁଣି ଥରେ ଆଣ୍ଟିବଡି ଉପରକୁ ଧ୍ୟାନ କେନ୍ଦ୍ରିତ କରିଛି । ବୈଜ୍ଞାନିକମାନେ ଅଧିକ ସମୟ ଧରି ଶରୀରରେ ଜୀବିତ ରହୁଥିବା ଆଣ୍ଟିବଡ଼ି ଉପରେ ଫୋକସ କରିଛନ୍ତି । ଏଥିଲାଗି ଲାଭଦାୟକ ପ୍ରମାଣିତ ହୋଇଛି ଟି-ସେଲ୍‌ ଭ୍ୟାକ୍ସିନ । ତେବେ ଆସନ୍ତୁ ଜାଣିବା କଣ ଏହି T-cell ଏବଂ କିପରି ଏହା ଆମ ଶରୀର ପାଇଁ ଲାଭଦାୟକ ?

ଦୀର୍ଘକାଳୀନ ପ୍ରତିରୋଧକ ଶକ୍ତି ପାଇଁ T-cell ଟିକା କିପରି ଲାଭଦାୟକ ?
ଦୀର୍ଘକାଳୀନ ପ୍ରତିରୋଧକ ଶକ୍ତି ପାଇଁ T-cell ଟିକା କିପରି ଲାଭଦାୟକ ?
author img

By

Published : Jan 17, 2022, 5:03 PM IST

ହାଇଦ୍ରାବାଦ: ଜୀବାଣୁ ବିରୁଦ୍ଧରେ ଲଢିବାରେ ଆଣ୍ଟିବଡି଼ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହାସହିତ କୋଷକୁ କୋରୋନା ଭାଇରସ କବଳରୁ ସଂକ୍ରମିତ ହେବାରୁ ରୋକିବାରେ ଏହା ସାହାଯ୍ୟ କରିଥାଏ । ଏହି କାରଣରୁ କୋରୋନାର ନୂଆ ଭାରିଏଣ୍ଟ କବଳରୁ ରକ୍ଷା ପାଇବା ପାଇଁ କିଛି ଦେଶ ବୁଷ୍ଟର୍ ଡୋଜ ଅଭିଯାନ ଆରମ୍ଭ କରିଛନ୍ତି । କୋଭିଡ଼ ଟିକା ଦ୍ବାରା ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡ଼ି କମ ସମୟ ପର୍ଯ୍ୟନ୍ତ ଶରୀରରେ ରହୁଥିବାରୁ ବର୍ତ୍ତମାନ ବୁଷ୍ଟର ଡୋଜର ଆବଶ୍ୟକ ପଡ଼ିଛି । ଆମେ ଯଦି କୋଭିଡ଼ ବିରୋଧରେ ପ୍ରତିରୋଧକ କ୍ଷମତା ଅଧିକ ସମୟ ରଖିବା ପାଇଁ ଚାହୁଁଛୁ, ତେବେ ଏଠାରେ T-cell ଭ୍ୟାକ୍ସିନର ଆବଶ୍ୟକ ପଡ଼ିଛି ।

ଭୂତାଣୁ ବିରୋଧରେ ଟି ଓ ବି କୋଷର ଲଢେଇ
ଭୂତାଣୁ ବିରୋଧରେ ଟି ଓ ବି କୋଷର ଲଢେଇ

ପ୍ରତିରକ୍ଷା କୋଷ(immune cells) କିପରି ଅନ୍ୟଠୁ ଭିନ୍ନ କାମ କରେ?

ଯେତେବେଳେ ଆମ ଶରୀରର ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥାଏ, ସେତେବେଳେ ଶରୀରରେ ଶ୍ବେତ ରକ୍ତ କଣିକା(white blood cells) ଲିମ୍ଫୋସାଇଟ ତିଆରି ହୁଏ । କିନ୍ତୁ ମୁଖ୍ୟ ରକ୍ତ କଣିକା ହେଉଛି B cell । ଏହା ଶରୀରରେ ଆଣ୍ଟିବଡ଼ି ସୃଷ୍ଟି କରେ । T ସେଲ୍‌ B ସେଲ୍‌ର ଆଣ୍ଟିବଡ଼ି ସୃଷ୍ଟିରେ ସାହାଯ୍ୟ କରେ କିମ୍ବା ଭୂତାଣକୁ ବିନାଶ କରେ । ଶରୀରରେ ଥିବା T-cell ଓ B-cellଙ୍କ ମେମୋରି ପାୱାର ଅଧିକ ରହିଥାଏ । ଏଥିଲାଗି ସେ ପୁଣି ଥରେ ସମାନ ଭୂତାଣ ସଂସ୍ପର୍ଶରେ ଆସିଲେ ତାହା ବିରୋଧରେ ଲଢିଥାନ୍ତି ।

ଭୂତାଣୁଗୁଡ଼ିକର ଆକାର ଅଲଗା ରହିଥିବାରୁ ଶରୀରରେ ସେଗୁଡିକୁ ଚିହ୍ନିବା ପାଇଁ ଭିନ୍ନ ପ୍ରକାରର ଟି-ସେଲ୍‌ ଓ ବି-ସେଲ୍‌ ତିଆରି ହୋଇଥାଏ । ବି-ସେଲ୍‌ ଭୂତାଣୁର ଆକାରକୁ ଚିହ୍ନୁଥିବାବେଳେ ଟି-ସେଲ୍‌ ଭୂତାଣୁ ତିଆରି ହୋଇଥିବା ଆମିନୋ ଏସିଡ୍ସକୁ ଚିହ୍ନିଥାଏ । ଯେହେତୁ Omicron ଭାଇରସରେ ପ୍ରୋଟିନ୍‌ ଏକାଧିକ ଥର ରୂପାନ୍ତରିତ(Mutatation) ହୋଇଥାଏ, ଏହାକୁ ସହଜରେ ଚିହ୍ନିପାରେ ଟି-ସେଲ୍‌ ।

ଭୂତାଣୁ ବିରୋଧରେ ଟି ଓ ବି କୋଷର ଲଢେଇ
ଭୂତାଣୁ ବିରୋଧରେ ଟି ଓ ବି କୋଷର ଲଢେଇ

ଟି-କୋଷ(T-Cell)ଗୁଡ଼ିକର ଦୃଢ ପ୍ରଭାବ ରହିଛି କି ?

ଟି-ସେଲ ବା କୋଷଗୁଡ଼ିକ କୋରୋନା ଭାଇରସକୁ ଭଲ ଭାବରେ ଚିହ୍ନିପାରୁଥିବାରୁ ଏହା ଭାଇରସର ଏକାଧିକ ଭାରିଏଣ୍ଟକୁ ସହଜରେ ଚିହ୍ନିପାରିଥାଏ । ଏହି ସେଲ୍‌ ଶୀଘ୍ର ଭାଇରସକୁ ଚିହ୍ନି ପାରୁଥିବାରୁ କୋଭିଡ଼ର ଭୟାବହତା ମଧ୍ୟ କମ ରହିଥାଏ । ଯେଉଁ ରୋଗୀମାନେ କୋରୋନାରେ ଅଧିକ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କ ଶରୀରରେ ଥିବା ଟି-କୋଷ ବିଳମ୍ବରେ ପ୍ରତିକ୍ରିୟା ପ୍ରକାଶ କରୁଥିବା ରିପୋର୍ଟରୁ ଜଣାପଡ଼ିଛି । କୋଭିଡ଼ ଭାଇରସ ଏକ ବେଟା-କୋରୋନା ଭାଇରସ ।

ବିଟା ଭାଇରସ(beta virus) ଦ୍ବାରା ଆମକୁ ଥଣ୍ଡା ଭଳି ରୋଗ ହୋଇଥାଏ । ଥଣ୍ଡା କରୁଥିବା ଭାଇରସ ଓ କୋରୋନା ମଧ୍ୟରେ ସମାନତା ଥିବାରୁ ଏହାକୁ ଚିହ୍ନଟ କରିପାରୁଛି ଟି-କୋଷ । ଏହା ବିରୋଧରେ ଲଢେଇ କରିବା ଏହି କୋଷ ଆରମ୍ଭ କରିଛି । କିଶୋର ଓ ଶିଶୁଙ୍କ ଶରୀରରେ ଏହା କାର୍ଯ୍ୟ କରୁଥିବା ପ୍ରମାଣ ମିଳିଛି ।

ଟିକା ସହିତ T-cellର ସମ୍ବନ୍ଧ କଣ ?

Moderna, Pfizer ଓ AstraZeneca ଟିକା ଗୁଡ଼ିକ କେବଳ କୋରୋନା ଭାଇରସ ଉପରେ ଫୋକସ କରୁଛନ୍ତି । ଏଥିରୁ ଟି-କୋଷ ସୃଷ୍ଟି ହେଉଛି । କିନ୍ତୁ ଏହା ଅଧିକ ଆଣ୍ଟିବଡ଼ି ସୃଷ୍ଟି କରୁଛି । କିନ୍ତୁ ଆମେ ଟି-କୋଷର କାର୍ଯ୍ୟକଳାପ ସମ୍ପର୍କରେ ଜାଣି ସାରିବା ପରେ ଏଠାରେ ଶରୀରରେ ଅଧିକ ଟି-କୋଷ ସୃଷ୍ଟି ହେବାର ଆବଶ୍ୟକତା ରହିଛି । ଯାହାକି ଅଧିକ ସମୟ ପର୍ଯ୍ୟନ୍ତ ଏହି ଭାଇରସ ବିରୋଧରେ ଲଢିବାରେ ସାହାଯ୍ୟ କରିପାରିବ । ଏହି ସେଲ୍‌ ମେମୋରୀ ପାୱାର ଅଧିକ ସମୟ ପର୍ଯ୍ୟନ୍ତ କାମ କରୁଥିବାରୁ ଏହା ଅଧିକ ସମୟ ପର୍ଯ୍ୟନ୍ତ କୋରୋନା ଭାଇରସ ବିରୋଧରେ ଲଢେଇ କରିବାରେ ସକ୍ଷମ ।

ତେବେ ଆମକୁ ଟିକା ତିଆରି କରିବା ସମୟରେ ଟି-କୋଷ(T-cell) ସୃଷ୍ଟି କରୁଥିବା ଟିକା ଉପରେ ଅଧିକ ଫୋକସ କରିବା ଆବଶ୍ୟକ । ଏଥିଲାଗି ଏବେ ଟିକା କମ୍ପାନୀ ଗୁଡ଼ିକ ଏହା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି । ଯାହାଦ୍ବାରା ଟି-ସେଲ ଭ୍ୟାକ୍ସିନ ଅଧିକ ସମୟ ଧରି ଶରୀରରେ କୋରୋନା ଭାଇରସ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବାରେ ସହାୟକ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.