ETV Bharat / science-and-technology

WhatsApp Update: ଏଣିକି ଗ୍ରୁପରେ ଯୋଡିହେବା ପରେ ଦେଖିପାରିବେ ପୁରୁଣା ଚାଟ୍

author img

By ETV Bharat Odisha Team

Published : Aug 26, 2023, 1:26 PM IST

ଏଣିକି ଗ୍ରୁପରେ ଯୋଡିହେବା ପରେ ପୁରୁଣା ଚାଟ ଦେଖିବାକୁ ନେଇ ରହିବନି ଅସୁବିଧା । ଆଡମିନର ଟର୍ଣ୍ଣଅନ ଅପ୍ସନରେ ଦେଖିପାରିବେ ପୁରୁଣା ଚାଟ୍ । ଖୁବଶୀଘ୍ର କମ୍ପାନୀ ଏହି ଫିଚର ରୋଲଆଉଟ କରିବାକୁ ଯାଉଛି । ଅଧିକ ପଢନ୍ତୁ

WhatsApp Update
WhatsApp Update

ହାଇଦ୍ରାବାଦ: ବିଶ୍ବର ଲୋକପ୍ରିୟ ମେସେଜିଂ ଆପ୍ ହେଉଛି ହ୍ବାଟ୍ସଆପ । ଏହି କମ୍ପାନୀ ନିଜ ୟୁଜର୍ସଙ୍କୁ ବାନ୍ଧି ରଖିବା ପାଇଁ ନୂଆ ନୂଆ ଫିଚର ରୋଲଆଉଟ କରିଥାଏ । ଏହାରି ଭିତରେ ଖୁବଶୀଘ୍ର ଆଉ ଏକ ଫିଚର ଆସିବାକୁ ଯାଉଛି । ସାଧାରଣତଃ ଯଦି ଆପଣ ହ୍ବାଟ୍ସଆପର ଏକ ଗ୍ରୁପରେ ଯୋଡି ହୁଅନ୍ତି ତେବେ ପୂର୍ବର ମେସେଜ ଦେଖିହୁଏ ନାହିଁ । ଫଳରେ ଗ୍ରୁପରେ ଯୋଗଦେବା ପରେ ଆସୁଥିବା ମେସେଜକୁ ମଧ୍ୟ ବୁଝି ହୁଏ ନାହିଁ । ଏପରି ସ୍ଥଳେ ଅନେକ ଦ୍ବନ୍ଦ ସୃଷ୍ଟି ହୋଇଥାଏ । ତେବେ ବର୍ତ୍ତମାନ ହ୍ବାଟ୍ସଆପ ୟୁଜର୍ସଙ୍କ ଏହି ସମସ୍ୟା ସମାଧାନ କରିବାକୁ ଯାଉଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ଏକ ନୂଆ ଫିଚର ଉପରେ କାମ କରୁଥିବା ସୂଚନା ରହିଛି । ଜଣେ ବ୍ୟକ୍ତିଙ୍କୁ ଗ୍ରୁପରେ ଆଡ୍ ବା ସାମିଲ କରିବା ସମୟରେ ଆଡମିନକୁ ଏକ ବିକଳ୍ପ ବା ଅପସନ ମିଳିବ । ସେ ୟୁଜର୍ସଙ୍କୁ ପୁରୁଣା ଚାଟ୍ ଦେଖାଇବାକୁ ଚାହୁଁଛନ୍ତି କି ନାହିଁ ବାଛିବା ପାଇଁ ଅପ୍ସନ ମିଳିବ ।

ଯଦି ଗ୍ରୁପ୍ ଆଡମିନ ଏହି ଫିଚରକୁ ଟର୍ନ୍ ଅନ୍ କରେ, ତେବେ ଗ୍ରୁପରେ ଉପସ୍ଥିତ ଥିବା ସମସ୍ତ ଲୋକ ଏହା ବିଷୟରେ ସୂଚନା ପାଇବେ ଏବଂ ନୂତନ ସଦସ୍ୟ ଯୋଗଦେବା ମାତ୍ରେ ସେ ଗତ 24 ଘଣ୍ଟାର ଚାଟ୍ ଦେଖିପାରିବେ । ଏନେଇ Wabetainfo ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଫିଚର ରୋଲଆଉଟ ହେବା ପରେ ୟୁଜର୍ସମାନେ ଉପକୃତ ହେବେ । କାରଣ ଗ୍ରୁପରେ ଯୋଗଦେବା ପରେ ସେମାନେ ମଧ୍ୟ ପୁରୁଣା ଚାଟ ବିଷୟରେ ଜାଣିପାରିବେ ଏବଂ ନିଜ ମତ ରଖିବା ପାଇଁ ସକ୍ଷମ ହେବେ । ବର୍ତ୍ତମାନ ଏହି ଫିଚର କିଛି ବିଟା ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯାଇଥିବା ବେଳେ ଆଗାମୀ ଦିନରେ କମ୍ପାନୀ ଏହି ଫିଚରକୁ ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ କରିବ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ: WhatsApp HD Photo Feature: ଏଣିକି ହ୍ବାଟ୍ସଆପରେ ପଠାଇ ପାରିବେ HD ଫଟୋ

ଏହି ଫିଚର ଉପରେ ମଧ୍ୟ କାମ କରୁଛି ହ୍ବାଟ୍ସଆପ: ଗତ କିଛି ଦିନ ପୂର୍ବେ ୟୁଜର୍ସଙ୍କ ପାଇଁ ମଲ୍ଟି ଆକାଉଣ୍ଟ ଫିଚର ଆସିବା ନେଇ ସୂଚନା ଦିଆଯାଇଥିଲା । ଏହି ଫିଚର ଦ୍ବାରା ଗୋଟିଏ ଆପରେ ଦୁଇଟି ଆକାଉଣ୍ଟ ଖୋଲିବ । ହ୍ବାଟ୍ସଆପ ବର୍ତ୍ତମାନ ମଲ୍ଟି ଲଗିଂ ଫିଚର ଉପରେ କାର୍ଯ୍ୟ ଜାରି ରଖିଛି । ଗୋଟିଏରୁ ଅନ୍ୟ ଆକାଉଣ୍ଟକୁ ଯିବା ପାଇଁ କେବେଳ ସ୍ବିଇଚ କରିବାକୁ ପଡିବ । ଏଭଳି ଏକ ଫିଚର ପୂର୍ବରୁ ଇନଷ୍ଟାଗ୍ରାମରେ ରହିଥିବା ବେଳେ ବର୍ତ୍ତମାନ ହ୍ବାଟ୍ସଆପରେ ଆସିବ ଏହି ଫିଚର । କର୍ମଜୀବୀଙ୍କ ପାଇଁ ଏହା ଲାଭଦାୟକ ହୋଇପାରିବ ବୋଲି ଅନୁମାନ କରାଯାଉଛି। ଯେଉଁ ବ୍ୟକ୍ତିମାନେ ଗୋଟିଏରୁ ଅଧିକ ଆକାଉଣ୍ଟ ଚଲାଉଛନ୍ତି ସେମାନଙ୍କ ପାଇଁ ଏହା ବେଶ ଫଳପ୍ରଦ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.