ETV Bharat / science-and-technology

ଫଟୋ ପରେ ମେସେଜ ଲାଗି ହ୍ବାଟ୍ସଆପ ଆଣିଲା View Once ଫିଚର

author img

By

Published : Dec 13, 2022, 11:02 PM IST

ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍ସଆପ ଫଟୋ ପରେ ମେସେଜ ଲାଗି ହ୍ବାଟ୍ସଆପ ଆଣିଲା View Once ଫିଚର (View Once Feature) । ଯାହାଦ୍ବାରା ୟୁଜର୍ସ ମେସେଜ୍‌କୁ ମାତ୍ର ଥରେ ଦେଖିପାରିବେ । ଅଧିକ ପଢନ୍ତୁ

ଫଟୋ ପରେ ମେସେଜ ଲାଗି ହ୍ବାଟ୍ସଆପ ଆଣିଲା View Once ଫିଚର
ଫଟୋ ପରେ ମେସେଜ ଲାଗି ହ୍ବାଟ୍ସଆପ ଆଣିଲା View Once ଫିଚର

ୱାଶିଂଟନ: ଚଳିତ ବର୍ଷ ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ ଗୋଟିଏ ପରେ ଗୋଟିଏ ନୂଆ ଫିଚର ଆଣୁଛି (WhatsApp new Feature) । ପ୍ରଥମେ ଫଟୋ ଲାଗି 'ଭ୍ୟୁ ୱାନ୍ସ' (View Once) ଫିଚର ଆଣିବା ପରେ ଏବେ ମେସେଜ ଲାଗି ମଧ୍ୟ ଏହି ଫିଚର ଆଣିବାକୁ ଯାଉଛି ଆପ୍‌ । ଏହି ନୂଆ ଫିଚରକୁ ୟୁଜର୍ସ ମହଲରେ ବେଶ ପସନ୍ଦ କରାଯିବ ବୋଲି ଆପ୍‌ ଆଶା ରଖିଛି ।

ଗତ ୨୦୨୦ରେ ହ୍ବାଟ୍ସଆପ ଡିସଆପିଅରିଂ ମେସେଜ (Disappearing Message) ଫିଚର ଆଣିଥିଲା । ଏହି ଫିଚରଟି ପ୍ରଥମେ ୭ଦିନ ପର୍ଯ୍ୟନ୍ତ ରହିଥିଲା । ହେଲେ ଏବେ ନୂଆ ଫିଚରରେ ଆପ୍‌ ଏହାକୁ ୨୪ ଘଣ୍ଟା ରଖିଛି । ଅର୍ଥାତ ଏହି ଅପସନଟି ଚୟନ କରିବା ପରେ ଆପଣ କୌଣସି ବନ୍ଧୁକୁ ପଠାଇଥିବ ମେସେଜଟି ୨୪ ଘଣ୍ଟା ପରେ ଆପେ ଆପେ ଅନ୍ତର୍ଦ୍ଧାନ ହୋଇଯିବ (Disappearing Messages after 24 hours) । ଏଥିଲାଗି ଆପଣଙ୍କୁ କୌଣସି ଡିଲିଟି ଅପସନ ଚୟନ କରିବାକୁ ପଡିବ ନାହିଁ ।

ଏହା ବି ପଢନ୍ତୁ- ମ୍ୟାଲେରିଆ ବିରୋଧୀ Matrix-M ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ

ଏହି ନୂଆ ଫିଚରରେ ଆପଣ କୌଣସି ବନ୍ଧୁଙ୍କ ନିକଟକୁ ମେସେଜ ପଠାଇଥିଲେ ସେ ମାତ୍ର ଗୋଟିଏ ଥର ଲାଗି ଏହି ମେସେଜକୁ ଦେଖିପାରିବେ । ଏହାପରେ ଉକ୍ତ ମେସେଜଟି ଆଉ ଓପନ୍‌ ହେବ ନାହିଁ । ଏହି ନୂଆ ଫିଚରଟି ହ୍ବାଟ୍ସଆପ ବିଟାର ଭର୍ସନ 2.22.25.20.ରେ ଦେଖିବାକୁ ମିଳିବ । ଏହି ମେସେଜଟି ଜଣେ ୟୁଜର୍ସ ପଠାଇବା ପରେ ରିସିଭର ଏହାକୁ ଅନ୍ୟ କୌଣସି ୟୁଜର୍ସ ସହିତ ସେୟାର କରିପାରିବ ନାହିଁ କି ଫରୱାର୍ଡ ମଧ୍ୟ କରିପାରିବ ନାହିଁ । ଭିଡିଓ ଓ ଫଟୋ ଲାଗି ଭ୍ୟୁ ୱାନ୍ସ ଫିଚର ଆଣିଥିଲା ଆପ୍‌ । ଜଣେ ୟୁଜର୍ସ ମାତ୍ର ଥରେ ଏହାକୁ ଦେଖିପାରୁଥିବା ବେଳେ ଏହାର ସ୍କ୍ରିନସଟ ମଧ୍ୟ ନେଇପାରିବ ନାହିଁ । ଯାହାକୁ ୟୁଜର୍ସ ବେଶ ପସନ୍ଦ କରିବା ପରେ ମେସେଜ ପାଇଁ ଏପରି ଫିଚର ଆଣିଛି ହ୍ବାଟ୍ସଆପ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.