ETV Bharat / science-and-technology

ହ୍ବାଟ୍ସଆପରେ ଆସିବାକୁ ଯାଉଛି ଜବରଦସ୍ତ ଫିଚର, ଏଣିକି ସେୟାର କରିହେବ HD ଫଟୋ

author img

By

Published : Jun 8, 2023, 12:56 PM IST

ହ୍ବାଟ୍ସଆପରେ ଆସିବାକୁ ଯାଉଛି ଜବରଦସ୍ତ ଫିଚର । ଏଣିକି ୟୁଜର୍ସ ସେୟାର କରିପାରିବେ HD ଫଟୋ ।

WhatsApp
WhatsApp

ହାଇଦ୍ରାବାଦ: ଏଣିକି ବିଶ୍ବର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପରେ ସେୟାର କରିହେବ ହାଇ କ୍ବାଲିଟି ଫଟୋ । ହ୍ବାଟ୍ସଆପ ଆଣିବାକୁ ଯାଉଛି ଜବରଦସ୍ତ ଅଫର । ହ୍ବାର୍ଟ୍ସଆପ ବିଟା ଭର୍ସନରେ ଏହି ସୁବିଧାକୁ ଟ୍ରାଏଲ କରାଯାଇଛି । କମ୍ପାନୀ ଏହି ଲାଟେଷ୍ଟ ଭର୍ସନ ଜରିଆରେ ୟୁଜର୍ସଙ୍କ ଫଟୋ ସେୟାରିଂ ଅଭିଜ୍ଞତାକୁ ଆହୁରି ସ୍ବତନ୍ତ୍ର କରିବ ବୋଲି କୁହାଯାଉଛି । ଖବର ଅନୁଯାୟୀ, ଏହି ବିଟା ଅପଡେଟ୍ ବ୍ୟବହାରକାରୀଙ୍କୁ ଆଇଓଏସ୍ ଏବଂ ଆଣ୍ଡ୍ରଏଡରେ ହ୍ବାଟ୍ସଆପ୍ ମାଧ୍ୟମରେ ଉଚ୍ଚମାନର (HD) ଫଟୋ ସେୟାର କରିବା ପାଇଁ ପ୍ରସ୍ତୁତି ଜାରି ରଖିଛି । ଫଳରେ ଫଟୋ ସେୟାରିଂ ସମୟରେ ଫଟୋ କ୍ବାଲିଟି ଉପରେ ଆଉ କୌଣସି ପ୍ରଭାବ ପଡିବ ନାହିଁ ।

ଏହି ଦିନ ମିଳିବ ସୁବିଧା: ଖବର ଅନୁଯାୟୀ, ଏହି ରୋଲ ଆଉଟ୍ ବର୍ତ୍ତମାନ କେବଳ ବିଟା ପରୀକ୍ଷକଙ୍କ ମଧ୍ୟରେ ସୀମିତ ହୋଇ ରହିଛି । କିନ୍ତୁ ସାଧାରଣ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହୋଇନଥିବା ବେଳେ ଖୁବଶୀଘ୍ର ମିଳିବ ବୋଲି କୁହାଯାଇଛି । ଆସନ୍ତା କିଛି ସପ୍ତାହ ମଧ୍ୟରେ ବହୁ ସଂଖ୍ୟକ ଉପଭୋକ୍ତା ଏହି ସୁବିଧାର ଲାଭ ପାଇବା ଆରମ୍ଭ କରିବେ । ହ୍ବାଟ୍ସଆପ୍ ବିଟା ଅପଡେଟ୍ ବର୍ତ୍ତମାନ iOS 23.11.0.76 ଏବଂ ଆଣ୍ଡ୍ରଏଡ୍ 2.23.12.13 ଭର୍ସନରେ ଫଟୋ କ୍ବାଲିଟିକୁ ମ୍ୟାନେଜ କରିବା ପାଇଁ ଏକ ଅପସନ ଆସିବାକୁ ଯାଉଛି । ଯେତେବେଳେ ଉପଭୋକ୍ତମାନେ ଫଟୋ ସେୟାର କରିବେ ସେତେବେଳେ HD ପାଇଁ ଏକ ଅପସନ ବା ବିକଳ୍ପ ମିଳିବ ।

ଫଟୋ ଡାଇମେନ୍ସନ୍ ସଂପୂର୍ଣ୍ଣ ସୁରକ୍ଷିତ ରହିବ: ଏଠାରେ ସୂଚନାଯୋଗ୍ୟ ଯେ ହ୍ବାଟ୍ସଆପରେ ଫଟୋ ସେୟାର କରିବା ସମୟରେ ଫଟୋ ଡାଇମେନ୍ସନ୍ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ଫଟୋ ସହିତ ଭିଡିଓ ସେୟାରିଂରେ ମଧ୍ୟ କ୍ବାଲିଟି ଭଲ ରହିବ । ବଡ ସାଇଜର ଫଟୋକୁ ସେୟାର କରିବା ସମୟରେ ହାଇ କ୍ବାଲିଟି ଫଟୋ ସେୟାରିଂ ଫିଚର ଯେତେବେଳେ ଆକ୍ଟିଭ ରହିବ । ତେବେ ସବୁବେଳେ HD ଅପସନ ଆକ୍ଟିଭ ହୋଇ ରହିବ ନାହିଁ । ପ୍ରତ୍ୟେକ ଥର ଫଟୋ ପଠାଇବା ବେଳେ HD ଅପସନକୁ ସିଲେକ୍ଟ କରିବାକୁ ପଡିବ । ଯେତେବେଳେ ହାଇ କ୍ବାଲିଟି ସହିତ ଫଟୋ ପଠାଯିବ, ସେତେବେଳେ ଏହାର ଏକ ସ୍ୱତନ୍ତ୍ର ଟ୍ୟାଗ୍ ରହିବ । ତେବେ ଫଟୋ ଦେଖିବା ଲୋକ ମଧ୍ୟ ଜାଣିପାରିବେ ଯେ, ଉକ୍ତ ଫଟୋଟି HDରେ ପଠାଯାଇଛି ।

ତେବେ ଏଠାରେ ଜାଣିବା ଦରକାର, ବର୍ତ୍ତମାନ ଏହି ଫିଚର କେବଳ ଫଟୋ ପଠାଇବା ପାଇଁ ସୀମିତ ରହିବ । ହ୍ବାଟ୍ସଆପରେ ଷ୍ଟାଟସ ଦେଇପାରିବେ ନାହିଁ । ତେବେ ହାଇକ୍ବାଲିଟିର ଭିଡିଓ ପାଇବା ପାଇଁ ଡକ୍ୟୁମେଣ୍ଟ ହିଁ ସାହାଯ୍ୟ ନେବାକୁ ପଡିବ । ତେବେ ହ୍ବାଟ୍ସଆପ ନିଜର ୟୁଜର୍ସଙ୍କ ସୁବିଧା ପାଇଁ ଅନେକ ଫିଚର ଆଣୁଥିବା ବେଳେ ଅନେକ ଫିଚର ଆସିବାକୁ ଯାଉଛି । ତେବେ ଆଗାମୀ ଦିନରେ ଏହି ଫିଚର ମଧ୍ୟ ଆସିବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.