ETV Bharat / science-and-technology

WhatsApp changing UI: ହ୍ବାଟ୍ସଆପ UI ବଦଳାଇବ କମ୍ପାନୀ, ଆପ୍‌ରେ ହେବ ଏହି ପରିବର୍ତ୍ତନ

author img

By ETV Bharat Odisha Team

Published : Sep 1, 2023, 3:04 PM IST

ହ୍ବାଟ୍ସଆପ୍‌ ଆଇକନରେ ହେବ ପରିବର୍ତ୍ତନ । ହ୍ବାଟ୍ସଆପ୍‌ UI ବଦଳାଇବ କମ୍ପାନୀ । ଅଧିକ ପଢ଼ନ୍ତୁ

WhatsApp changing UI
WhatsApp changing UI

ହାଇଦ୍ରାବାଦ: ହ୍ବାଟ୍ସଆପ୍‌ରେ ହେବାକୁ ଯାଉଛି ଆଉ ଏକ ପରିବର୍ତ୍ତନ । ଆପ୍‌ ଏକ୍ସପିରିୟନ୍ସ ଚେଞ୍ଜ୍‌ କରିବା ପାଇଁ ହ୍ବାଟ୍ସଆପ୍‌ UI(User Interface)ରେ ପରିବର୍ତ୍ତନ କରିବାକୁ ଯାଉଛି। ଅର୍ଥାତ ଏହି ପରିବର୍ତ୍ତନ ହେବା ପରେ ଆପ୍‌ରେ ଅନେକ ପରିବର୍ତ୍ତନ ଦେଖାଯିବ । ଏନେଇ Wabetainfo ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୟୁଆଇରେ ପରିବର୍ତ୍ତନ କାରଣରୁ ବୟସ୍କମାନଙ୍କ ପାଇଁ ସମସ୍ୟା ହୋଇପାରେ ବୋଲି କୁହାଯାଇଛି । ତେବେ ଖୁବଶୀଘ୍ର ଏହି ଫିଚର ରୋଲଆଉଟ୍‌ ହୋଇପାରେ ବୋଲି ସୂଚନା ରହିଛି ।

ୱେବସାଇଟ୍ ଅନୁଯାୟୀ, ହ୍ବାଟ୍ସଆପରେ ରହିଥିବା ଟପବାରକୁ ନିମ୍ନ ଭାଗକୁ ଆଣିବ ବୋଲି ଜଣାପଡ଼ିଛି।। ଏହାର ଅର୍ଥ ଆପଣ ହ୍ବାଟ୍ସଆପ୍‌ର ନିମ୍ନ ଭାଗରେ ଚାଟ୍‌, ମେସେଜ ଏବଂ କଲର ସୁବିଧା ପାଇପାରିବେ । କମ୍ୟୁନିଟି ଅପ୍ସନକୁ ମଧ୍ୟ କମ୍ପାନୀ ନିମ୍ନ ଭାଗକୁ ଆଣିବାକୁ ଯାଉଛି । ଟପ୍‌ ବାରରେ ରହିଥିବା ରଙ୍ଗରେ ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ଦିଆଯାଉଛି । ସବୁଜ ରଙ୍ଗକୁ ହଟାଇବାକୁ ଯାଉଛି କମ୍ପାନୀ ।

ମିଳିଥିବା ସୂଚନା ଅନୁସାରେ, ସବୁଜ ରଙ୍ଗ ପରିବର୍ତ୍ତେ ବର୍ତ୍ତମାନ ସମସ୍ତ ବିକଳ୍ପକୁ ଧଳା ରଙ୍ଗରେ ଦେଖିବେ ୟୁଜର । ତେବେ ସବୁଜ ରଙ୍ଗ କେବଳ ଲଗୋ ଏବଂ ମେସେଜ ବଟନରେ ଦେଖାଯିବ । ନୂତନ UIରେ ଆପଣ ଶେଷରେ କଲର ବିକଳ୍ପ ପାଇବେ । ପ୍ରଥମେ ଚାଟ୍‌ ଅପ୍ସନ୍‌, ଦ୍ବିତୀୟରେ ଷ୍ଟାଟସ ଏହାପରେ କମ୍ୟୁନିଟି ଏବଂ ଶେଷରେ କଲ ଅପ୍ସନ୍‌ ମିଳିବ । ଏହା ବ୍ୟତିତ ଚାଟ୍‌ ଫିଲ୍ଟରର ମଧ୍ୟ ସୁବିଧା ପାଇପାରିବେ । ଫିଲ୍ଟର ପାଇଁ Al, Unread, Personal ଏବଂ Business ଅପ୍ସନ ମିଳିବ। ଯେକୌଣସି ଅପ୍ସନରେ କ୍ଲିକ୍‌ କରି ଚାଟ ଫିଲ୍ଟର କରି ହେବ। କହିରଖୁଛି କି ବର୍ତ୍ତମାନ ଏହି ଫିଚର ବିଟା ଟେଷ୍ଟରଙ୍କ ପାଇଁ ରୋଲଆଉଟ୍‌ ହୋଇଛି । କିନ୍ତୁ ଆଗାମୀ ଦିନରେ କମ୍ପାନୀ ସମସ୍ତ ୟୁଜର୍ସଙ୍କ ପାଇଁ ଏହି ଫିଚର ରୋଲଆଉଟ କରିବ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ: WhatsApp: ହ୍ବାଟ୍ସଆପରେ ଏଣିକି ଟ୍ରେସ ହୋଇ ପାରିବନି ଲୋକେସନ, ଆସିବାକୁ ଯାଉଛି ଜବରଦସ୍ତ ଫିଚର

କହିରଖୁଛୁ କି, ନିକଟରେ ହ୍ବାଟ୍ସଆପ ଏକ ଅପଡେଟ ନେଇ ସୂଚନା ପ୍ରଦାନ କରିଥିଲା। ୟୁଜର୍ସଙ୍କ ଲୋକେସନ ଟ୍ରେସ୍‌ ନହେବା ପାଇଁ ହ୍ବାଟ୍ସଆପରେ ଏକ ନୂଆ ଫିଚର ଆସିବାକୁ ଯାଉଛି । କମ୍ପାନୀ ବର୍ତ୍ତମାନ 'ପ୍ରୋଟେକ୍ଟ ଆଇପି ଆଡ୍ରେସ୍‌' ନାମକ ଏକ ଫିଚର ଉପରେ କାମ କରୁଛି ଯାହା କଲ୍ ସମୟରେ ଆପଣଙ୍କ ଫୋନ୍‌ର IP ଆଡ୍ରେସ୍‌ ସୁରକ୍ଷିତ ରହିବ । ଏହି ଫିଚର ରୋଲ୍‌ଆଉଟ୍‌ ହେବା ପରେ କଲ୍‌ ପ୍ରାଇଭେସି ସେଟିଂରେ ଏହି ଫିଚର ସୁବିଧା ପାଇବେ । ଏହି ଫିଚରକୁ ଅନ୍‌ କରିବା ଦ୍ବାରା ହ୍ବାଟ୍ସଆପ୍‌ର ସର୍ଭର ଦ୍ବାରା ସୁରକ୍ଷିତ ହୋଇପାରିବ ଏବଂ ଅନ୍ୟ ଏହି କଲ୍‌ ଟ୍ରେସ୍‌ କରିବାରେ ସକ୍ଷମ ହୋଇପାରିବେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.