ETV Bharat / science-and-technology

ହ୍ବାଟ୍ସଆପରେ ଶୀଘ୍ର ଆସିବାକୁ ଯାଉଛି ମଲ୍ଟି ଆକାଉଣ୍ଟ ଫିଚର, ଗୋଟିଏ ଆପରେ ଖୋଲିବ ଦୁଇଟି ଆକାଉଣ୍ଟ - ହ୍ବାଟ୍ସଆପ

ଦୁଇଟି ହ୍ବାଟ୍ସଆପ ଆକାଉଣ୍ଟ ଥିବା ୟୁଜର୍ସଙ୍କ ପାଇଁ ଖୁସି ଖବର । ଏଣିକି ଦୁଇଟି ଆକାଉଣ୍ଟ ପାଇଁ ଦୁଇଟି ଆପ ଖୋଲିବାକୁ ପଡିବ ନାହିଁ । ବର୍ତ୍ତମାନ ଗୋଟିଏ ଆପରେ ମଲ୍ଟି ଆକାଉଣ୍ଟ ଖୋଲିପାରିବେ । ଅଧିକ ପଢନ୍ତୁ

WhatsApp latest update
WhatsApp latest update
author img

By

Published : Aug 13, 2023, 7:34 AM IST

ହାଇଦ୍ରାବାଦ: କିଛି ଦିନ ମଧ୍ୟରେ ୟୁଜର୍ସଙ୍କୁ ଆଉ ଏକ ଦମଦାର ଫିଚର ଦେବ ହ୍ବାଟ୍ସଆପ । ଏଣିକି ଆଉ ଦୁଇଟି ହ୍ବାଟ୍ସଆପ ଖୋଲିବା ପାଇଁ ଦୁଇଟି ଆପ ରଖିବାକୁ ପଡିବ ନାହିଁ । ଏଣିକି ଗୋଟିଏ ଆପରେ ଖୋଲିବ ଦୁଇଟି ଆକାଉଣ୍ଟ । ବର୍ତ୍ତମାନ ହ୍ବାଟ୍ସଆପ ମଲ୍ଟି ଲଗିଂ ଫିଚର ଉପରେ କାମ କରୁଥିବା ବେଳେ ଏହି ଫିଚରରେ ଆପଣ ଗୋଟିଏ ଆପରେ ଦୁଇଟି ଆକାଉଣ୍ଟ ଖୋଲିପାରିବେ । ଗୋଟିଏରୁ ଅନ୍ୟ ଆକାଉଣ୍ଟକୁ ଯିବା ପାଇଁ କେବେଳ ସ୍ବିଇଚ କରିବାକୁ ପଡିବ । ଏଭଳି ଏକ ଫିଚର ପୂର୍ବରୁ ଇନଷ୍ଟାଗ୍ରାମରେ ରହିଥିବା ବେଳେ ବର୍ତ୍ତମାନ ହ୍ବାଟ୍ସଆପରେ ଆସିବ ଏହି ଫିଚର । ଏନେଇ Wabetainfo ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ଏହି ଫିଚରକୁ କିଛି ବିଟା ଟେଷ୍ଟରଙ୍କ ପାଇଁ ରୋଲଆଉଟ କରାଯାଇଛି । ଆଗାମୀ କିଛି ଦିନ ମଧ୍ୟରେ ଏହା ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ଯଦି ଆପଣ ପ୍ରଥମେ ଏହି ଫିଚରର ଲାଭ ଉଠାଇବା ପାଇଁ ଚାହୁଁଛନ୍ତି ତାହେଲେ କମ୍ପାନୀର ବିଟା ପ୍ରୋଗ୍ରାମ ପାଇଁ ଏନରୋଲ କରିବାକୁ ପଡିବ । ଗୋଟିଏ ଆପରେ ଆଉ ଏକ ଆକାଉଣ୍ଟ ଖୋଲିବା ପାଇଁ ପ୍ରଥମେ ସେଟିଙ୍ଗକୁ ଯାଇ କ୍ୟୁଓ୍ବାର କୋର୍ଡ ବଟମର ପାଖରେ ଥିବା ଏରୋ ଆଇକନକୁ କ୍ଲିକ କରିବାକୁ ପଡିବ । ଏହାପରେ ଆପଣ ଅନ୍ୟ ଏକ ଆକାଉଣ୍ଟକୁ ଯୋଡି ପାରିବେ। ଥରେ ଆକାଣ୍ଟ ଲଗଇନ ହେବା ପରେ ଏହା ଆପରେ ରହିବ । ଯେତେବେଳେ ଆପଣ ଲଗଆଉଟ ମାରିବେ ସେତେବେଳେ ଆକାଉଣ୍ଟ କଟିବ । ଏହି ଫିଚର ଦ୍ବାରା ଆପଣ ଗୋଟିଏ ଆପରେ ଦୁଇଟି ହ୍ବାଟ୍ସଆପ ଲଗଇନ କରିପାରିବା ସହିତ ବାରମ୍ବାର ଲଗଇନ କରିବାକୁ ମଧ୍ୟ ପଡିବ ନାହିଁ ।

ଏହା ମଧ୍ୟ ପଢନ୍ତୁ: WhatsApp Passkey Feature: ହ୍ବାର୍ଟ୍ସଆପ ଆହୁରି ହେବ ସୁରକ୍ଷିତ, ଆସୁଛି ଏହି ଫିଚର

ଏହି ଫାଇଦା ମିଳିବ: କର୍ମଜୀବୀ ମହିଳାଙ୍କ ପାଇଁ ଏହି ଫିଚର ଏକ ଫଳଦାୟୀ । କାରଣ ଏବେ ଗୋଟିଏ ଆପରେ ଅଫିସ ଚାର୍ଟ ଏବଂ ବ୍ୟକ୍ତିଗତ ଚାଟ କରିପାରିବେ । ଯେଉଁ ବ୍ୟକ୍ତିମାନେ ଗୋଟିଏରୁ ଅଧିକ ଆକାଉଣ୍ଟ ଚଲାଉଛନ୍ତି ସେମାନଙ୍କ ପାଇଁ ଏହା ବେଶ ଫଳଦାୟୀ ଅଟେ ।

କହିରଖୁଛୁ କି, ବର୍ତ୍ତମାନ ହ୍ବାଟ୍ସଆପ ଅନେକ ଫିଚର ଉପରେ କାମ କରୁଛି । ଶୁକ୍ରବାର ମଧ୍ୟ ଏକ ଫିଚର ଆସିବା ନେଇ ଘୋଷଣା କରାଯାଇଥିଲା । କମ୍ପାନୀ ପାସକି(Passkey)ଫିଚର ଉପରେ କାମ କରୁଛି । PassKey ହେଉଛି କିଛି ନମ୍ବର ବା ଓ୍ବାର୍ଡର ସିକ୍ବେନ୍ସ, ଯାହା ୟୁଜର୍ସଙ୍କୁ ଚିହ୍ନିବାରେ ସାହାଯ୍ୟ କରିବ । ଏହା ଏକ ସ୍ବିକ୍ୟୁରିଟି କୋଡ୍ ପରି କାମ କରିବ, ଯାହା କେବଳ ଅଥୋରାଇଜ ଲୋକଙ୍କୁ ହିଁ ହ୍ବାଟ୍ସଆପ ଅନ କରିବା ପାଇଁ ଅନୁମତି ଦେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.