ETV Bharat / science-and-technology

WhatsApp Email Verification Feature: ଆସିଲା ନୂଆ ଫିଚର, ଏଣିକି ଆବଶ୍ୟକ ହେବନି ମୋବାଇଲ ନମ୍ବର - ବିନା ନମ୍ବରରେ ଖୋଲିବ ହ୍ବାଟ୍ସଆପ ଆକାଉଣ୍ଟ

ଏଣିକି ବିନା ନମ୍ବରରେ ଖୋଲିବ ହ୍ବାଟ୍ସଆପ ଆକାଉଣ୍ଟ । ରୋଲଆଉଟ ହେଲା ହ୍ବାଟ୍ସଆପ ଭେରିଫିକେସନ ଫିଚର । ଅଧିକ ପଢନ୍ତୁ

whatsapp email verification feature
whatsapp email verification feature
author img

By ETV Bharat Odisha Team

Published : Nov 6, 2023, 4:05 PM IST

ହାଇଦ୍ରାବାଦ: ଏଣିକି ହ୍ବାଟ୍ସଆପ ଭେରିଫିକେସନ ପାଇଁ ଆଉ ଆବଶ୍ୟକ ହେବନି ମୋବାଇଲ ନମ୍ବର । ଇମେଲ ଜରିଆରେ ହ୍ବାଟ୍ସଆପ ଭେରିଫାଇ କରିବେ ୟୁଜର୍ସ । ଏନେଇ ହ୍ବାଟ୍ସଆପ ଇମେଲ ଆକାଉଣ୍ଟ ଭେରିଫିକେସନ ଫିଚର ଉପରେ କାର୍ଯ୍ୟ ଆରମ୍ଭ କରିଛି ।

ହ୍ବାଟ୍ସଆପ ୟୁଜର୍ସଙ୍କ ପାଇଁ ନୂଆ ନୂଆ ଫିଚର ପ୍ରଦାନ କରିଥାଏ । ୟୁଜର୍ସଙ୍କ ସୁବିଧା ପାଇଁ ଅନେକ ଫିଚର ରୋଲଆଉଟ କରିଥିବା ଆହୁରି ଅନେକ ଫିଚର ଉପରେ କମ୍ପାନୀ କାର୍ଯ୍ୟ ଜାରି ରଖିଛି । ତେବେ ପୂର୍ବରୁ ହ୍ବାଟ୍ସଆପ ଆକାଉଣ୍ଟ ଖୋଲିବା ପାଇଁ ୟୁଜର୍ସଙ୍କୁ ମୋବାଇଲ ନମ୍ବର ଦେବା ପରେ ଏକ ଭେରିଫିକେସନ କୋର୍ଡ ଆସୁଥିଲା । କିନ୍ତୁ ବର୍ତ୍ତମାନ ଆଉ ମୋବାଇଲ ନମ୍ବରର ଆବଶ୍ୟକତା ରହିବ ନାହିଁ । ଏଣିକି ଇମେଲ ଭେରିଫିକେସନରେ ଖୋଲିବ ହ୍ବାଟ୍ସଆପ ଆକାଉଣ୍ଟ । ହ୍ବାଟ୍ସଆପ ଆଣ୍ଡ୍ରୋଏଡ ଏବଂ ଆଇଓଏସରେ ଇମେଲ ଆଡ୍ରେସ ବେସ ଆକାଉଣ୍ଟ ଭେରିଫିକେସନ ଫିଚର ଆରମ୍ଭ କରିଛି । ଏନେଇ WABetaInfo ପକ୍ଷରୁ ସୂଚନା ଦିଆଯାଇଛି।

WABetaInfoର ସୂଚନା ଅନୁସାରେ, ହ୍ବାଟ୍ସଆପ ଇମେଲ ଭେରିଫିକେସନ ଫିଚର ବିଟା ଟେଷ୍ଟରଙ୍କ ପାଇଁ ରୋଲଆଉଟ କରିଛି । ଏହି ଫିଚର ଆପର ନୂଆ ଭର୍ସନରେ ଦେଖିବାକୁ ମିଳୁଛି । ଏହା ଆଣ୍ଡ୍ରୋଏଡ ଏବଂ ଆଓଏସ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ । ତେବେ ଏହି ଫିଚରକୁ ୟୁଜର୍ସ ନିଜ ଇଚ୍ଛା ଅନୁସାରେ ଅନ କିମ୍ବା ଅଫ କରିପାରିବେ ।

ଏହା ମଧ୍ୟ ପଢନ୍ତୁ: Whatsapp channel feature: ଆସୁଛି ନୂଆ ଫିଚର, କ୍ରିଏଟର୍ସଙ୍କୁ ମିଳିବ ଏହି ଅପ୍ସନ

ଏଭଳି ନୂଆ ଫିଚର ବ୍ୟବହାର କରିପାରିବେ: କହିରଖୁଛୁ କି ଏହି ଫିଚର ବର୍ତ୍ତମାନ ବିଟା ଟେଷ୍ଟରଙ୍କ ପାଇଁ ଉପଲବ୍ଧ ରହିଛି । ବିଟା ୟୁଜର୍ସମାନେ ହ୍ବାଟ୍ସଆପର ଖୋଲିବା ପରେ Setting- Account- Email Addressକୁ ଯାଇ ଇମେଲ ଆଡ୍ରେସ ଫିଚରର ବ୍ୟବହାର କରିପାରିବେ । ହ୍ବାଟ୍ସଆପର କହିବା ଅନୁସାରେ, ଇମେଲ ଆକାଉଣ୍ଟ ପର୍ଯ୍ୟନ୍ତ ପହଞ୍ଚିବାରେ ସାହାଯ୍ୟ କରିବ । ଏହି ଇମେଲ ଅନ୍ୟ ୟୁଜର୍ସଙ୍କୁ ମଧ୍ୟ ଦେଖାଯିବ ନାହିଁ । ଇମେଲ ଆକାଉଣ୍ଟ ଭେରିଫିକେସନ ଫିଚର ବର୍ତ୍ତମାନ ସୁଦ୍ଧା ଏନରୋଲ ରହିଥିଲେ ହେଁ ଖୁବଶୀଘ୍ର ଏହା ୟୁଜର୍ସଙ୍କ ପାଇଁ ରୋଲଆଉଟ ହେବ ବୋଲି କୁହାଯାଇଛି । ପ୍ରକାଶଥାଉକି, ଅଲଟରନେଟ ପ୍ରୋଫାଇଲ ଫିଚର ଉପରେ ମଧ୍ୟ ଟେଷ୍ଟିଂ ଜାରି ରଖିଛି ହ୍ବାଟ୍ସଆପ ।

ଆପରେ ଶୀଘ୍ର ଆସିବ ଏହି ଅପ୍ସନ: ହ୍ବାଟ୍ସଆପ ଖୁବଶୀଘ୍ର ଚ୍ୟାନେଲରେ ଭଏସ ନୋଟ ସେୟାର କରିବା ନେଇ ଅପ୍ସନ ପ୍ରଦାନ କରିବ । ଏହା ବ୍ୟତୀତ କମ୍ପାନୀ କ୍ରିଏଟର୍ସଙ୍କୁ ଆଡମିନ ସହ ଯୋଡିବା ପାଇଁ ମଧ୍ୟ ବିକଳ୍ପ ପ୍ରଦାନ କରିବ । ଏହାର ସାହାଯ୍ୟରେ କ୍ରିଏଟର୍ସମାନେ ସେମାନଙ୍କର ବିଶ୍ୱସ୍ତ ଲୋକଙ୍କୁ ଚ୍ୟାନେଲର ଆଡମିନ୍ କରିବାରେ ସକ୍ଷମ ହେବେ । ଯାହା ଦ୍ବାରା ଫଲୋର୍ସଙ୍କ ଏଙ୍ଗେଜମେଣ୍ଟ ବଜାୟ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.