ETV Bharat / science-and-technology

WhatsApp: ଜୁନରେ ୨୨ ଲକ୍ଷ ଆକାଉଣ୍ଟକୁ ବ୍ୟାନ୍‌ କଲା ଆପ୍‌ - ଜୁନ ରିପୋର୍ଟ ଦେଲା ହ୍ବାଟ୍ସଆପ

ମେ ପରେ ପୁଣି ଜୁନରେ ଲକ୍ଷାଧିକ ୟୁଜର୍ସଙ୍କ ଆକାଉଣ୍ଟକୁ ବ୍ୟାନ୍‌ କଲା ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ । ଅଧିକ ପଢନ୍ତୁ

WhatsApp: ଜୁନରେ ୨୨ ଲକ୍ଷ ଆକାଉଣ୍ଟକୁ ବ୍ୟାନ୍‌ କଲା ଆପ୍‌

author img

By

Published : Aug 2, 2022, 10:52 PM IST

ନୂଆଦିଲ୍ଲୀ: ମେଟା ମାଲିକାନା ହ୍ବାଟ୍ସଆପ୍‌ (WhatsApp) ଗତ ଜୁନ୍‌ରେ ଭାରତରୁ ୨୨ ଲକ୍ଷ ଆକାଉଣ୍ଟକୁ ବ୍ୟାନ୍‌ କରିଛି । ୨୦୨୧ ନୂଆ IT ନିୟମ ଅନୁସାରେ ଏହି ଆକାଉଣ୍ଟକୁ ବ୍ୟାନ କରାଯାଇଥିବା ବେଳେ ମଙ୍ଗଳବାର ଏ ନେଇ କମ୍ପାନୀ ସୂଚନା ଦେଇଛି । କମ୍ପାନୀ ଗତ ମେ ମାସରେ ପ୍ରାୟ ୧୯ ଲକ୍ଷ ବେଆଇନ ଆକାଉଣ୍ଟକୁ ପ୍ରତିବନ୍ଧକ ଲଗାଇଥିଲା ।

ଗତ ମେ ମାସରେ ହ୍ବାଟ୍ସଆପ ନିକଟକୁ ପ୍ରାୟ ୫୨୮ଟି ଅଭିଯୋଗ ପତ୍ର ଆସିଥିଲା । କମ୍ପାନୀର ସରୁକ୍ଷା ବ୍ୟବସ୍ଥାକୁ ନେଇ ହ୍ବାଟ୍ସଆପର ମୁଖପାତ୍ର କହିଛନ୍ତି ଯେ, "ୟୁଜର୍ସଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆପ୍‌ ଅଧିକରୁ ଅଧିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (AI) ଓ ଅନ୍ୟାନ୍ୟ ଟେକ୍ନୋଲୋଜି ବିକଶିତ କରିଛି । ଏହାଦ୍ବାରା ୟୁଜର୍ସ ସେୟାର କରୁଥିବା ତଥ୍ୟ ସୁରକ୍ଷିତ ରହିପାରିବ । "

ୟୁଜର୍ସଙ୍କ ଅଭିଯୋଗ ଗୁଡ଼ିକ ଗ୍ରିଭାନ୍ସ ମେକାନିଜମ ଦ୍ବାରା କମ୍ପାନୀର ହସ୍ତଗତ ହୋଇଛି । ଏହାପରେ ବେଆଇନ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି । ନୂଆ IT ନିୟମ ଅନୁସାରେ ବଡ଼ ଡିଜିଟାଲ ଓ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ବା ୫ ମିଲିୟନରୁ ଅଧିକ ଥିବା ୟୁଜର୍ସ ମାସିକ ଅନୁପାଳନ ରିପୋର୍ଟ (compliance reports) ଦେବାକୁ ନିର୍ଦ୍ଦେଶ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.