ETV Bharat / science-and-technology

50 କୋଟି WhatsApp ବ୍ୟବହାରକାରୀଙ୍କ ଡାଟା ଲିକ୍, ଅନ୍‌ଲାଇନ୍‌ରେ ବିକ୍ରି ହେଉଛି ଫୋନ୍ ନମ୍ବର

author img

By

Published : Nov 28, 2022, 1:17 PM IST

ପ୍ରାୟ 500 ନିୟୁତ ହ୍ବାଟସ୍ଆପ୍ ବ୍ୟବହାରକାରୀଙ୍କ ମୋବାଇଲ୍ ନମ୍ବରର 2022 ଡାଟାବେସ୍ ଲିକ୍ ହୋଇଥିବା ନେଇ ସୂଚନା । ଏଥିସହ ସେଗୁଡିକ ଅନଲାଇନରେ ବିକ୍ରି ହୋଇଥିବା ସାଇବର ନ୍ୟୁଜ୍ ଏହାର ଏକ ରିପୋର୍ଟରେ ପ୍ରକାଶ କରିଛି(WHATSAPP 500 MILLION USERS DATA LEAK UP FOR SALE ONLINE) ।

ଅନ୍‌ଲାଇନ୍‌ରେ ବିକ୍ରି ପାଇଁ 50 କୋଟି WhatsApp ବ୍ୟବହାରକାରୀଙ୍କ ଡାଟା ଲିକ୍

ନୂଆଦିଲ୍ଲୀ: ବ୍ୟବହାରକାରୀଙ୍କ ତଥ୍ୟ ଏବଂ ଗୋପନୀୟତାକୁ ନେଇ ପୁଣିଥରେ ଚର୍ଚ୍ଚାରେ ସୋସିଆଲ୍ ମେସେଜିଂ ଆପ୍ ହ୍ବାଟସ୍‌ଆପ୍ । ପ୍ରାୟ 500 ନିୟୁତ ହ୍ବାଟସ୍ ଆପ୍ ବ୍ୟବହାରକାରୀଙ୍କ ମୋବାଇଲ୍ ନମ୍ବରର 2022 ଡାଟାବେସ୍ ଲିକ୍ ହୋଇଛି ଏବଂ ସେଗୁଡିକ ଅନଲାଇନରେ ବିକ୍ରି ହୋଇଥିବା ସାଇବର ନ୍ୟୁଜ୍ ଏହାର ଏକ ରିପୋର୍ଟରେ କହିଛି(WHATSAPP 500 MILLION USERS DATA LEAK UP FOR SALE ONLINE) । ଏହି ଡାଟାସେଟରେ 84ଟି ଦେଶରୁ ହ୍ବାଟସ୍‌ଆପ୍ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍ ହୋଇଥିବା ଜଣାପଡିଛି ।

ମାତ୍ର ହ୍ବାଟସ୍‌ଆପ୍, ବ୍ୟବହାରକାରୀଙ୍କ ଡାଟା ସୁରକ୍ଷିତ ଥିବା ସବୁବେଳେ ଦାବି କରିଆସୁଛି କମ୍ପାନି । ଏପରିକି ଚାଟ୍ସ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ବୋଲି କୁହାଯାଉଥିଲା । ଅର୍ଥାତ୍ ବାର୍ତ୍ତା ପଠାଉଥିବା ଏବଂ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ବ୍ୟତୀତ ଏହି ମେସେଜ୍‌କୁ କେହି ଦେଖିପାରିବେ ନାହିଁ କି ଶୁଣିପାରିବେ ନାହିଁ । କିନ୍ତୁ ସାଇବର ନ୍ୟୁଜ୍ ରିପୋର୍ଟ କୋଟି କୋଟି ବ୍ୟବହାରକାରୀଙ୍କୁ ଚିନ୍ତାରେ ପକାଇଛି । ହ୍ବାଟସ୍‌ଆପ୍‌ର କଡା ସିକ୍ୟୁରିଟି ସତ୍ତ୍ବେ ଡାଟା କିପରି ଲିକ୍ ହେଉଛି, ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବାସ୍ତବରେ, ଜଣେ ବ୍ୟକ୍ତି ପ୍ରସିଦ୍ଧ ହ୍ୟାକିଂ କମ୍ୟୁନିଟି ଫୋରମ୍ ଉପରେ ଏପରି ସୂଚନା ଦେଇଥିଲେ ଏବଂ ଏଥିରେ 32 ମିଲିୟନ ଅର୍ଥାତ୍ 32 କୋଟି 20 ଲକ୍ଷରୁ ଅଧିକ ଆମେରିକୀୟ ବ୍ୟବହାରକାରୀଙ୍କ ରେକର୍ଡ ରହିଛି ବୋଲି ଦାବି କରିଥିଲେ । ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ, ଫୋନ୍ ନମ୍ବର ଲିକ୍ ହୋଇଥିବା ଦେଶ ମଧ୍ୟରେ ସର୍ବାଧିକ ଇଜିପ୍ଟର(45 ନିୟୁତ), ଇଟାଲୀ(35 ନିୟୁତ), ସାଉଦି ଆରବ(29 ନିୟୁତ), ଫ୍ରାନ୍ସ ଏବଂ ତୁର୍କୀର 20 ନିୟୁତ ନାଗରିକ ରହିଛନ୍ତି ।

ବିକ୍ରୟ ପାଇଁ ଡାଟାସେଟରେ ପ୍ରାୟ 10 ନିୟୁତ ଋଷିୟାନ୍ ଏବଂ 11 ମିଲିୟନରୁ ଅଧିକ ବ୍ରିଟେନର ନାଗରିକଙ୍କ ଫୋନ୍ ନମ୍ବର ଥିବା ଜଣାଯାଇଛି । ଧମକ ଦେଉଥିବା ବ୍ୟକ୍ତି ସାଇବର ନ୍ୟୁଜକୁ କହିଛନ୍ତି ଯେ, ସେମାନେ ଆମେରିକାର ଡାଟାସେଟକୁ 7,000 ଡଲାରରେ, ବ୍ରିଟେନ 2500 ଡଲାରରେ ଏବଂ ଜର୍ମାନୀ 2,000 ଡଲାରରେ ବିକ୍ରି କରୁଛନ୍ତି । ଏହିପରି ସୂଚନା ପ୍ରାୟତ ଆକ୍ରମଣକାରୀଙ୍କ ଦ୍ବାରା ସ୍ମିସିଂ ଏବଂ ୱିସିଂ ଆଟାକ୍ ପାଇଁ ବ୍ୟବହୃତ ହୁଏ, ଏଥିପାଇଁ ଉପଭୋକ୍ତାମାନଙ୍କୁ ଅଜ୍ଞାତ ନମ୍ବର, ଅବାଞ୍ଛିତ କଲ୍ ଏବଂ ମେସେଜରୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଥାଏ । ତେବେ smishing and wishing ଉପଭୋକ୍ତାମାନଙ୍କଠାରୁ ଡାଟା ଲିକ୍ ପାଇଁ ଉଦ୍ଦେଶ୍ୟମୂଳକ ଭାବେ ମେସେଜ୍ କରିବା ।

ବିଶ୍ବସ୍ତରରେ ହ୍ବାଟସ୍‌ଆପ୍‌ରେ ଦୁଇ ବିଲିୟନରୁ ଅଧିକ ସକ୍ରିୟ ବ୍ୟବହାରକାରୀ ଅଛନ୍ତି । ହ୍ବାଟସ୍‌ଆପ୍‌ରେ ଡାଟାବେସର ବିକ୍ରେତାଙ୍କ ଅନୁରୋଧ ଅନୁଯାୟୀ ସାଇବର ନ୍ୟୁଜ୍ ଅନୁସନ୍ଧାନକାରୀଙ୍କ ସହ ତଥ୍ୟର ଏକ ନମୁନା ସେୟାର୍ କରିଥିଲେ । ସେୟାର୍ ହୋଇଥିବା ନମୁନାରେ 1097 UK ଏବଂ 817 US ବ୍ୟବହାରକାରୀ ସଂଖ୍ୟା ରହିଥିଲା ​​। ସାଇବର୍ ନ୍ୟୁଜ୍ ନମୁନାରେ ଅନ୍ତର୍ଭୁକ୍ତ ସମସ୍ତ ସଂଖ୍ୟା କ୍ରସ୍-ଚେକ୍ କରିଥିଲା ​​ଏବଂ ସେମାନେ ପ୍ରକୃତରେ ହ୍ବାଟସ୍‌ଆପ୍‌ ବ୍ୟବହାରକାରୀ ବୋଲି ଜଣାପଡିଥିଲା ।

ତଥାପି, ବିକ୍ରେତା ସେମାନେ କିପରି ଡାଟାବେସ୍ ପାଇଲେ ତାହା ନିର୍ଦ୍ଦିଷ୍ଟ କରି ନାହାଁନ୍ତି । ଏହା କେବଳ କହିଛନ୍ତି ଯେ, ତଥ୍ୟ ସଂଗ୍ରହ କରିବା ପାଇଁ ସେମାନେ ନିଜର କୌଶଳ ବ୍ୟବହାର କରିଥିଲେ ଏବଂ ସାଇବର ନ୍ୟୁଜ୍‌କୁ ନିଶ୍ଚିତ କରିଥିଲେ ଯେ, ଦିଆଯାଇଥିବା ସମସ୍ତ ସଂଖ୍ୟା ସକ୍ରିୟ ହ୍ବାଟସ୍‌ଆପ୍‌ ବ୍ୟବହାରକାରୀଙ୍କର । ସାଇବର ନ୍ୟୁଜ୍ ହ୍ବାଟସ୍‌ଆପ୍‌ ପ୍ୟାରେଣ୍ଟ୍ କମ୍ପାନୀ ମେଟା ସହିତ ଯୋଗାଯୋଗ କରିଥିଲା, କିନ୍ତୁ ତୁରନ୍ତ ପ୍ରତିକ୍ରିୟା ପାଇନଥିବା କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.