ETV Bharat / science-and-technology

Oneplus open vs Galaxy Z Fold 5: କେଉଁ ଫୋଲ୍ଡେବଲ ଫୋନ ସବୁଠୁ ବେଷ୍ଟ

Galaxy Z Fold 5 ଫୋନକୁ ଟକ୍କର ଦେବା ପାଇଁ ଓ୍ବାନପ୍ଲସ ଲଞ୍ଚ କଲା Oneplus open। ତେବେ ଆପଣ ଫୋଲ୍ଡେବଲ ଫୋନ କିଣିବା କଥା ଭାବୁଛନ୍ତି କି? ଜାଣନ୍ତୁ କେଉଁ ଫୋନ ଫିଚରରେ ବେଷ୍ଟ

author img

By ETV Bharat Odisha Team

Published : Oct 20, 2023, 5:19 PM IST

Oneplus open vs Galaxy Z Fold 5
Oneplus open vs Galaxy Z Fold 5

ହାଇଦ୍ରାବାଦ: OnePlus ଗତ ଗୁରୁବାର ଦିନ ପ୍ରଥମ ଫୋଲ୍ଡେବଲ ଫୋନ୍ OnePlus ଓପନ୍ ଲଞ୍ଚ କରିଛି । ଯାହାର କଲର ଏବଂ ଫିଚର ୟୁଜର୍ସଙ୍କୁ ପସନ୍ଦ ଆସିଛି । ତେବେ ଗତ କିଛି ଦିନ ପୂର୍ବରୁ ସାମସଙ୍ଗ ଗାଲାକ୍ସି 5 ଫୋଲ୍ଡ ଫୋନ ସହିତ ଏହି ଫୋନ ସିଧାସଳଖ ପ୍ରତିଦ୍ବନ୍ଦିତା କରୁଛି । ଦାମ ଦୃଷ୍ଟିରୁ ସାମସଙ୍ଗର ଫୋଲଡେବଲ୍ ଫୋନ୍ ମହଙ୍ଗା ରହିଛି । ତେବେ ଯଦି ଆପଣ ଭଲ ଫୋଲ୍ଡେବଲ ଫୋନ କିଣିବାକୁ ଚାହୁଁଛନ୍ତି ଜାଣନ୍ତୁ ଦାମ ଏବଂ ଫିଚରରେ କେଉଁଟା ବେଷ୍ଟ ।

OnePlus Openର ସ୍ପୋସିଫିକେସନ: ଏହି OnePlus ଫୋନରେ ସ୍ନାପଡ୍ରାଗନ୍ 8 ଜେନ 2 ପ୍ରୋସେସର୍ ରହିଛି । ଯାହା 16GB LPDDR5X RAM ଏବଂ 512GB UFS4.0 ଷ୍ଟୋରେଜ୍ ସହିତ ଲଞ୍ଚ ହୋଇଛି । ଏହି ଫୋନରେ 4808 mAhର ଲଙ୍ଗ ଲାଷ୍ଟିଂ ବ୍ୟାଟେରୀ ରହିଛି । ଯାହାର ଚାର୍ଜର 67W ଫାଷ୍ଟ ଚାର୍ଜିଂ ରହିଛି । 100 ପ୍ରତିଶତ ଚାର୍ଜ ହେବା ପାଇଁ ମାତ୍ର 42 ମିନିଟ ସମୟ ଲାଗିଥାଏ । OnePlus ଓପନ୍ 5G ଟେକ୍ନୋଲୋଜିକୁ ସପୋର୍ଟ କରିଥାଏ ।

ଓ୍ବାନପ୍ଲସ ଓପନ୍ ଫୋଲଡେବଲ୍ ଫୋନର ଡିସପ୍ଲେ ଫୋଲ୍ଡ ହେବାବେଳେ 6.31 ଇଞ୍ଚ ରହିବ । କିନ୍ତୁ ଏହାକୁ ଖୋଲିବା ପରେ 7.82 ଡିସପ୍ଲେ ହେବ । ଏହାର ରିଫ୍ରେସ୍‌ ରେଟ୍‌ 120Hz ରହିଛି । ଏଥିରେ 2800 ନିଟ୍ସର ପିକ୍‌ ବ୍ରାଇଟନେସ ରହିଛି । OnePlus ଓପନ୍ ଫୋଲଡେବଲ୍ ଫୋନରେ ଅକ୍ସିଜେନ OS ପ୍ରଦାନ କରାଯାଇଛି । ଏହାସହ ଫୋନରେ ଏକାସାଙ୍ଗରେ ଦୁଇଟି ଟ୍ୟାବ୍ ଖୋଲିପାରିବେ । ଗେମିଂ ପାଇଁ ଏହି ଫୋନ୍‌ ବେଷ୍ଟ ବୋଲି କୁହାଯାଇଛି ।

ଓ୍ବାନପ୍ଲସ ଓପନର କ୍ୟାମେରା ସେଟଅପ: OnePlus ଓପନ୍ ଫୋଲଡେବଲ୍ ଫୋନରେ ଫ୍ଲାଗସିପ୍ ଇମେଜ୍ କ୍ବାଲିଟି ରହିଛି । ଏହି ଫୋନରେ ତିନୋଟି ପାଓ୍ବାରଫୁଲ ସେନ୍ସର ରହିଛି ଯାହା ଫଟୋ କ୍ୟାପ୍ଚରରେ ସହାୟକ ହୋଇଥାଏ ବୋଲି କୁହାଯାଇଛି । ପ୍ରାଇମେରୀ ସେନ୍ସର ହେଉଛି 48MP ସୋନି LYT-T808 ପିକ୍ସେଲ ଷ୍ଟାକ୍ଡ ସେନ୍ସର ରହିଛି । ଏହି ଫୋନରେ AI ସପୋର୍ଟ ସେନସର ସହିତ ଅଲଟ୍ରା ରେସ୍ ଜୁମ୍ ମଧ୍ୟ ଅଛି । ଏହାସହ ଫୋନ ଦ୍ବାରା ୟୁଜର୍ସ 4K ଭିଡିଓ ମଧ୍ୟ ସୁଟ୍ କରିପାରିବେ । ଲୋ ଲାଇଟ୍‌ ସୁଟିଂ ପାଇଁ, OnePlus ଓପନ୍ ଫୋଲଡେବଲ୍ ଫୋନରେ 64MP ଟେଲିଫୋଟୋ କ୍ୟାମେରା ରହିଛି । OnePlusର ଏହି ଫୋନ୍ 1,39,999 ଟଙ୍କାରେ ଲଞ୍ଚ କରାଯାଇଛି ଏବଂ ଏହାର ପ୍ରି-ବୁକିଂ 19 ଅକ୍ଟୋବରରୁ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ: OnePlus Open Launch: ଲଞ୍ଚ୍‌ ହେଲା ଓ୍ବାନପ୍ଲସ୍‌ର ପ୍ରଥମ ଫୋଲ୍ଡେବଲ୍‌ ଫୋନ୍‌, ଏତିକି ରହିଛି ଦାମ୍

Galaxy Z Fold 5ର ସ୍ସେସିଫିକେସନ: ଏହି ଫୋନର ସ୍ସେସିଫିକେସନ ବିଷୟରେ କହିବାକୁ ଗଲେ, ଏହି ଫୋନରେ 7.6-ଇଞ୍ଚ AMOLED FHD+ପ୍ରାଇମେରୀ ଡିସପ୍ଲେ ରହିଥିବା ବେଳେ 6.2 ଇଞ୍ଚର ସେକେଣ୍ଡାରୀ ଡିସପ୍ଲେ ରହିଛି । ସ୍କ୍ରିନର ସୁରକ୍ଷା ପାଇଁ କମ୍ପାନୀ କର୍ନିଙ୍ଗ ଗୋରିଲା ଗ୍ଲାସ ଭିକ୍ଟସ 2ର ପ୍ରୋଟେକ୍ସନ ଦେଇଛି । ଫଟୋଗ୍ରାଫି ପାଇଁ, ଫୋନରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ଅଛି ଯେଉଁଥିରେ 50+ 12 + 12 MPର ତିନୋଟି କ୍ୟାମେରା ଅଛି । ଫ୍ରଣ୍ଟ ଆଉଟର ଡିସପ୍ଲେରେ 10MP କ୍ୟାମେରା ଏବଂ ଇନର ଡିସପ୍ଲେରେ 4MP କ୍ୟାମେରା ଅଛି । ତେବେ ବ୍ୟାଟେରୀ କଥା ଦେଖିବାକୁ ଗଲେ ଏଥିରେ 4400 mAh ବ୍ୟାଟେରୀ ଅଛି ଯାହା 25 ୱାଟ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରୁଛି । ସାମସଙ୍ଗ ଗାଲାକ୍ସି ଜେଡ ଫୋଲ୍ଡ 5ର ଦାମ 1,54,999 ଟଙ୍କାରୁ ଉପଲବ୍ଧ। ଷ୍ଟୋରେଜ ଅନୁସାରେ ଏହାର ଦାମ ଅଲଗା ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.