ନୂଆଦିଲ୍ଲୀ: ମୋବାଇଲ୍ ଫୋନ୍, ଲାପଟପ୍, ଇଲେକ୍ଟ୍ରିକ୍ ୱାଚ୍ ଭଳି ସମସ୍ତ ଇଲେକ୍ଟ୍ରୋନିକ୍ ଉପକରଣ ପାଇଁ ଗୋଟିଏ ସର୍ବଭାରତୀୟ ଚାର୍ଜର ମଡେଲ୍ ଆବିଷ୍କାର ହୋଇପାରେ । ଏନେଇ କେନ୍ଦ୍ର ସରକାର ବିଚାର ବିମର୍ଶ କରୁଥିବା ଜଣାପଡିଛି । ଏହି ପ୍ରସ୍ତାବ ଉପରେ ବିଚାର କରିବାକୁ ଏକ ପ୍ୟାନେଲ୍ ଗଠନ କରାଯିବା ନେଇ ସୂଚନା ମିଳିଛି । ସୂତ୍ରରୁ ପ୍ରକାଶ ଯେ, କେନ୍ଦ୍ର ତିନୋଟି ବିଶେଷଜ୍ଞ ଗୋଷ୍ଠୀ(Universal charger model panel) ଗଠନ କରିବ, ଯାହା ପ୍ରସ୍ତାବ ଉପରେ ସମସ୍ତ ହିତାଧିକାରୀଙ୍କ ମତାମତ ନେବା ପରେ ସେମାନଙ୍କ ରିପୋର୍ଟ ଦାଖଲ କରିବ ।
ଆହୁରି ମଧ୍ୟ ସୂତ୍ରରୁ ପ୍ରକାଶ ଯେ, ଅଗଷ୍ଟ ମାସରେ ଏହି ଗୋଷ୍ଠୀମାନଙ୍କୁ ଅବଗତ କରାଯିବ ଏବଂ ସେମାନେ ଦୁଇ ମାସ ମଧ୍ୟରେ ସେମାନଙ୍କର ରିପୋର୍ଟ ଦାଖଲ କରିବେ । ଗ୍ରାହକ ବ୍ୟାପାର ବିଭାଗ(Department of Consumer Affairs) ବୁଧବାର ମୋବାଇଲ୍ ଫୋନ୍ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ଉତ୍ପାଦନକାରୀଙ୍କ ପ୍ରତିନିଧୀଙ୍କ ସହ ଏକ ବୈଠକ କରି ସର୍ବଭାରତୀୟ ଚାର୍ଜର ମଡେଲ୍ ଗ୍ରହଣ କରିବା ଉପରେ ସେମାନଙ୍କର ମତାମତ ଜାଣିବାକୁ କହିଛି । ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ରୋହିତ କୁମାର ସିଂ ଏହି ବୈଠକ ଅଧ୍ୟକ୍ଷତା କରିଥିଲେ ।
ସେହିପରି ବୈଠକରେ FICCI, CII ଏବଂ ASSOCHAM ପରି ଶିଳ୍ପ ସଂସ୍ଥା ତଥା ବୈଦ୍ୟୁତିକ ଉତ୍ପାଦ ଉତ୍ପାଦନ ସଂସ୍ଥାର ପ୍ରତିନିଧୀମାନେ ଏହି ଉପସ୍ଥିତ ଥିଲେ । ଏହି ଧାରଣାକୁ କାର୍ଯ୍ୟକାରୀ କରିବା ପାଇଁ ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତରେ କାର୍ବନ ନିର୍ଗମନକୁ ହ୍ରାସ କରିବା ପାଇଁ ଗ୍ଲାସଗୋରେ ଆୟୋଜିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(Climate Change Conference, Glasgow)ରେ ଘୋଷଣା କରିଥିଲେ । ଏଥିସହ ସରକାର ଜଳବାୟୁ ପରିବର୍ତ୍ତନ ଚିନ୍ତା ପ୍ରକଟ କରିଛନ୍ତି ଯେ, ସମସ୍ତ ବୈଦ୍ୟୁତିକ ଉପକରଣ ପାଇଁ ପୃଥକ ଚାର୍ଜର ବ୍ୟବହାର ହେତୁ ଇ-ବ୍ୟବହାରରେ ଉଦବେଗଜନକ ବୃଦ୍ଧି ଘଟିଛି, ଯାହା କାର୍ବନ ନିର୍ଗମନକୁ ହ୍ରାସ କରିବ । ଫଳରେ ସରକାର ସମସ୍ତ ବୈଦ୍ୟୁତିକ ଉପକରଣ ପାଇଁ ଏକ ସର୍ବଭାରତୀୟ ଚାର୍ଜର ଗ୍ରହଣ କରିବାକୁ ଚିନ୍ତା କରୁଛନ୍ତି ।