ହାଇଦ୍ରାବାଦ: ବୈଜ୍ଞାନିକଙ୍କ ସଫଳତା । ବାର୍ଡ ଫ୍ଲୁକୁ ରୋକିବା ପାଇଁ ତିଆରି କଲେ ଜିନ ଏଡିଟେଡ କୁକୁଡା । କୁକୁଡ଼ାମାନଙ୍କ ଠାରେ ବାର୍ଡ ଫ୍ଲୁ ବିସ୍ତାରକୁ ସୀମିତ କରିବା ପାଇଁ ବ୍ରିଟିସ ବୈଜ୍ଞାନିକମାନେ ସଳତାର ସହିତ ଜିନ୍ ଏଡିଟେଡ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି । ଏନେଇ ନେଚର କମ୍ୟୁନିକେସନ ଜୋର୍ନାଲରେ ପ୍ରକାଶିତ ହୋଇଛି । ବିଶ୍ବ ସ୍ତରରେ ବାର୍ଡ ଫ୍ଲୁ ଏକ ପ୍ରମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଯାହାକି ଚାଷ ଏବଂ ପକ୍ଷୀଙ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ ।
ନେଚର କମ୍ୟୁନିକେସନ ଜୋର୍ନାଲରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଅନୁସନ୍ଧାନକାରୀମାନେ ANP32A ନାମକ ଜିନରେ ପରିବର୍ତ୍ତନ କରାଇ କୁକୁଡା ପ୍ରଜନନ କରିଥିଲେ । ଯେତେବେଳେ ପୂର୍ବରୁ କୁକୁଡାମାନେ ସଂକ୍ରମିତ ହେଉଥିଲେ ସେତେବେଳେ ଏନଫ୍ଲୁଏଞ୍ଜା ଭାଇରସ ପ୍ରୋଟିନ ସଂଗ୍ରହ କରି ଅଧିକ ଶକ୍ତିଶାଳୀ ହେଉଥିଲେ । କିନ୍ତୁ ବୈଜ୍ଞାନିକମାନେ ଏହି ନୂଆ ଜିନ୍ ସହିତ ପ୍ରଜନନ କରିବା ବେଳେ ଏହି ପରିବର୍ତ୍ତନ ଦେଖିଲେ ନାହିଁ। 10 ଜଣଙ୍କୁ 9 ଜଣ କୁକୁଡା H9Nରେ(ଏଭିଏନ ଏନଫ୍ଲୁଏଞ୍ଜାର ଷ୍ଟ୍ରେନ) ସଂକ୍ରମିତ ହୋଇଥିଲେ ହେଁ ସେମାନେ ଅନ୍ୟଜଣଙ୍କୁ ସଂକ୍ରମିତ କରିପାରିନଥିଲେ। ତେବେ ନନ ଏଡିଟେଡ ଜିନର କୁକୁଡାମାନେ ଅଧିକ ରୋଗ ବିସ୍ତାର କରୁଥିବା ବେଳେ ଏଡିଟେଜ ଜିନ କୁକୁଡାମାନଙ୍କ ମଧ୍ୟରେ 4ଜଣରୁ ଜଣେ ସଂକ୍ରମିତ ହେଉଥିଲେ । ଏଡିଟେଡ ଜିନରେ ସଂକ୍ରମଣ ବିସ୍ତାର କରିବାର କ୍ଷମତା କମ ରହିଥିଲା ।
ଏନେଇ ୟୁନିଭରସିଟି ଅଫ ଏଡିନବର୍ଗ ରୋଜଲିନ୍ ଇନଷ୍ଟିଚ୍ୟୁଟର ମୁଖ୍ୟ ଅନୁସନ୍ଧାନକାରୀ ପ୍ରଫେସର ମାଇକ୍ ଏମସି ଗ୍ରୁ କହିଛନ୍ତି, "ବାର୍ଡ ଫ୍ଲୁ ଜନସଂଖ୍ୟା ପାଇଁ ଏକ ବଡ ବିପଦ । ଟିକା ନିୟୋଜନ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ବ୍ୟବହାରିକ ତଥା ଖର୍ଚ୍ଚ ସମସ୍ୟା ସମେତ ଏହି ଜୀବାଣୁ ପ୍ରତି ଟୀକାକରଣ ନେଇ ଏନେକ ଆହ୍ବାନର ସମ୍ମୁଖୀନ ହେବାକୁ ପଡିଛି ।
ଜିନ୍-ଏଡିଟେଡ ସ୍ଥାୟୀ ରୋଗ ପ୍ରତିରୋଧ ଦିଗରେ ଏକ ପ୍ରତିଜ୍ଞାକାରୀ ମାର୍ଗ ପ୍ରଦାନ କରିଥାଏ । ଯାହା ପିଢି ପରେ ପଢିକୁ ଯି ବ। ଏହି ଏଡିଟେଡ ଜିନ ଦ୍ବାରା କୁକୁଡାମାନେ ଅଧିକ ସଂକ୍ରମଣ ବିସ୍ତାର କରିବେ ନାହିଁ । କୁକୁଡ଼ାମାନଙ୍କୁ ସୁରକ୍ଷା ଦେବା ସହିତ ମଣିଷ ଏବଂ ବଣୁଆ ପକ୍ଷୀମାନଙ୍କ ପାଇଁ ବିପଦକୁ ହ୍ରାସ କରିବ । ତେବେ କୁକୁଡାଙ୍କ କ୍ଷେତ୍ରରେ ଏଭିୟାନ ଏନଫ୍ଲୁଏଞ୍ଜାକୁ ରୋକିବାକୁ ହେଲେ ସମୂହ ଜେନେଟିକ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଏହା ମଧ୍ୟ ପଢନ୍ତୁ: ଆମେରିକାରେ ପ୍ରଥମ ଥର ପାଇଁ ମଣିଷ ଦେହରେ H5 ବାର୍ଡ ଫ୍ଲୁ ଚିହ୍ନଟ
ତେବେ ଇମ୍ପେରିଆଲ କଲେଜ ଲଣ୍ଡନରୁ ଆସିଥିବା ଦଳ ପକ୍ଷୀମାନଙ୍କୁ ସଂକ୍ରମିତ ହେବାରୁ କିଛି ମାତ୍ରାରେ ରୋକିପାରିଥିଲେ ହେଁ ସମ୍ପୂର୍ଣ୍ଣ ରୋକି ପାରିନଥିଲେ। ଏବିଏନ ଏନଫ୍ଲୁଏଞ୍ଜା ଭାଇରସ ପକ୍ଷୀମାନଙ୍କର ଡିଏନରେ ପରିବର୍ତ୍ତନ କରି କୁକୁଡାମାନଙ୍କୁ ସଂକ୍ରମିତ ହେବାକୁ ରୋକିବାରେ ସମ୍ଭବ ହୋଇଥିଲେ । ତେବେ ଜିନ ପରିବର୍ତ୍ତନ ଦ୍ବାରା ପଶୁମାନଙ୍କରେ ସ୍ବାସ୍ଥ୍ୟରେ କୌଣସି ପରିବର୍ତ୍ତନ କିମ୍ବା ଚିହ୍ନ ଦେଖାଗଲା ନାହିଁ । ଏଡିଟେଡ ଜିନ ପକ୍ଷୀମାନଙ୍କ ଠାରେ ସଂକ୍ରମଣକୁ ରୋକିବା ପାଇଁ ANP32B ଏବଂ ANP32Eର ପ୍ରୋଟିନକୁ ସଂଗ୍ରହ କରିବାରେ ସକ୍ଷମ ଥିଲେ ।
ଲାବ୍ରୋଟୋରୀ ପରୀକ୍ଷଣ ପରେ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ କେତେକ ଅପରିବର୍ତ୍ତିତ ଭାଇରସକୁ ANP32 ମାନବ ସଂସ୍କରଣର ଉପଯୋଗ କରିବାରେ ସକ୍ଷମ ହୋଇପାରିବ । କିନ୍ତୁ ମାନବ ବାୟୁମାର୍ଗର ସେଲ କଲଚରରେ ପ୍ରତିକୃତି କମ ଦେଖାଯାଇଥିଲା । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଯଦିଓ ଅନୁସନ୍ଧାନ ଉତ୍ସାହଜନକ । ତଥାପି କୁକୁଡ଼ା ପ୍ରଜନନ କରିବା ପାଇଁ ଜିନ୍ ଏଡିଟେଡ ଆବଶ୍ୟକ ହେବ । ଯେଉଁମାନେ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇପାରିବେ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ