ହାଇଦ୍ରାବାଦ: ଆମାଜନ ପ୍ରାଇମର ସଦସ୍ୟତା ଗ୍ରହଣ କରିଥିଲେ, କମ୍ପାନୀ ପକ୍ଷରୁ ଅନେକ ଜବରଦସ୍ତ ସୁବିଧା ମିଳିଥାଏ । ସଙ୍ଗୀତ, ଭିଡିଓ ଏବଂ ଶୀଘ୍ର ଡେଲିଭରିର ସବୁଧା ପାଇପାରିବେ । ଏହାସହ ବେଳେବେଳେ ଆମାଜନର ସେଲ ଆସିଲେ ପ୍ରଥମେ ମେମ୍ବରସିପ ମାନେ ଏହି ସୁବିଧା ପାଉଛନ୍ତି । ଏହାରି ଭିତରେ ଆଉ ଏକ ଖୁସି ଖବର ଆଣିଛି ଆମାଜନ । ଗତ ମାସରୁ ଉବରରେ ଯାତ୍ରା କରିଲେ ଡିସକାଉଣ୍ଟ ବା ରିହାତି ମିଳୁଛି । ଏଥିପାଇଁ ସେମାନଙ୍କୁ କେବଳ ଆମାଜନ ପେ ମାଧ୍ୟମରେ ଯାତ୍ରା ପାଇଁ ଦେୟ ଦେବାକୁ ପଡିବ ।
ଏମିତି ମିଳିବ କେସବ୍ୟାକ: ଇ-କମର୍ସ ୱେବସାଇଟ୍ ଆମାଜନ ଏବଂ ଉବର ସେମାନଙ୍କ ସହଭାଗୀତାର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି ଏବଂ କହିଛନ୍ତି ଯେ ବର୍ତ୍ତମାନ ଆମାଜନ ପ୍ରାଇମ ସଦସ୍ୟମାନେ ଉବରରେ ଯାତ୍ରା ବୁକ୍ କରିବା ସମୟରେ ଅତିରିକ୍ତ ସୁବିଧା ପାଇବେ । ମେ 2023 ଠାରୁ, ଆମାଜନ ପ୍ରାଇମ ସଦସ୍ୟମାନେ ଅସୀମିତ ରାଇଡ୍ ଉପରେ 5 ପ୍ରତିଶତ କ୍ୟାସବ୍ୟାକ୍ ପାଇବେ । ଏଥିପାଇଁ ସେମାନଙ୍କୁ ଆମାଜନ ପେ ମାଧ୍ୟମରେ ଯାତ୍ରା ପାଇଁ ଦେୟ ଦେବାକୁ ପଡିବ । ଏହି 5 ପ୍ରତିଶତକୁ କମ୍ପାନୀ ଭିନ୍ନ ଭିନ୍ନ ଉପାୟରେ ଦେବ । ଅର୍ଥାତ ମୋଟ ପ୍ରତିଶତର 4ପ୍ରତିଶତ ୟୁଜର୍ସଙ୍କୁ ଏହଂ 1 ପ୍ରତିଶତ ଆମାଜନରେ କେସବ୍ୟାକ ମିଳିବ । ଭବିଷ୍ୟତର ଉବର ରାଇଡ୍ସରେ ଟଙ୍କା ସଞ୍ଚୟ କରିବା ଏବଂ Amazon.inରେ କମ ପଇସାରେ ଉବରରେ ଯାତ୍ରା କରିପାରିବେ ।
ଏହା ମଧ୍ୟ ପଢନ୍ତୁ: Whatsapp launched channel: ହ୍ବାଟ୍ସଆପ ଆଣିଲା ଚ୍ୟାନେଲ ଫିଚର, ଜାଣନ୍ତୁ କଣ ଏହାର ଫାଇଦା
ଆମାଜନ ଏବଂ ଉବର ମଧ୍ୟରେ ପ୍ରଥମେ ପାର୍ଟନରସିପ ବା ଭାଗିଦାରୀ 2022ରେ ହୋଇଥିଲା । ଏହା ପରେ କମ୍ପାନୀ ଉବର କମ ମୂଲ୍ୟରେ ପ୍ରାଇମ ସଦସ୍ୟମାନଙ୍କୁ UberPremierର ଲାଭ ଦେଇଥିଲା । ଏହା ସହିତ, ଏହା ପ୍ରତି ମାସରେ 3 ଅପଗ୍ରେଡ୍ ଉପରେ 20% ପର୍ଯ୍ୟନ୍ତ ଅଫର୍ ଏବଂ ଉବର ଅଟୋ, ମୋଟୋ, ଭଡା ଏବଂ ଇଣ୍ଟରସିଟି ସେବା ପାଇଁ ମାସକୁ 3ଟି ଟ୍ରିପ୍ ପ୍ରଦାନ କରିଥିଲା, ଯାହା ପ୍ରାୟ 60 ଟଙ୍କା ଥିଲା ।
ଆମାଜନ ପକ୍ଷରୁ ଲଞ୍ଜ ହୋଇଛି ପ୍ରାଇମ ଲାଇଟ ପ୍ଲାନ: ଆମାଜନ ନିକଟରେ ପ୍ରାଇମ ଲାଇଟ୍ ନାମକ ଏକ ଶସ୍ତା ବାର୍ଷିକ ଯୋଜନା ଆରମ୍ଭ କରିଛି । ଏହି ଯୋଜନାର ମୂଲ୍ୟ 999 ଟଙ୍କା ଏବଂ ଏହା 12 ମାସର ବୈଧତା ସହିତ ଆସିଥାଏ । ପ୍ରାଇମ୍ ଲାଇଟ୍ ରେ, ଉପଭୋକ୍ତାମାନେ HD କଣ୍ଟେଣ୍ଟ ଏବଂ 2ଟି ଡିସାଇସର ସପୋର୍ଟ ପାଇପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ