ETV Bharat / science-and-technology

X Owner Elon Musk : ଟ୍ବିଟରର ନାମ ପରିବର୍ତ୍ତନ ପରେ କ୍ଷତି ସହୁଛି କମ୍ପାନୀ

ଟ୍ବିଟରର ନାମ ପରିବର୍ତ୍ତନ ପରେ ସଙ୍କଟ ଘେରରେ ଏଲନ ମସ୍କ । କାମ କରୁନି ବ୍ରାଣ୍ଡିଂ ଯାଦୁ । ହ୍ରାସ ପାଇବାରେ ଲାଗିଛି ସକ୍ରିୟ ୟୁଜର୍ସଙ୍କ ସଂଖ୍ୟା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Aug 29, 2023, 2:22 PM IST

X
X

ହାଇଦ୍ରାବାଦ: ଏଲନ ମସ୍କ ଟ୍ବିଟକୁ(ବର୍ତ୍ତମାନର X) କିଣିବା ପରେ ଏଥିରେ ପରିବର୍ତ୍ତନ ଜାରି ରଖିଛନ୍ତି । ତେବେ ଗତ କିଛି ମାସ ପୂର୍ବେ ମଲ୍ଟି ବିଲେନିୟର ଏଲନ ମସ୍କ ଟ୍ବିଟରର ନାମ ପରିବର୍ତ୍ତନ କରି ଏକ୍ସ କରିଥିଲେ । ତେବେ ଏହି ପରିବର୍ତ୍ତନ ଧାରା ମଧ୍ୟରେ ଏକ୍ସକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଏଲନ ମସ୍କ ଟ୍ବିଟରର ନାମ ପରିବର୍ତ୍ତନ ପରେ ସାପ୍ତାହିକ ସକ୍ରିୟ ୟୁଜର୍ସଙ୍କ ସଂଖ୍ୟା କମିବାରେ ଲାଗିଛି । ପରିବର୍ତ୍ତନ କରିବାର କିଛି ସପ୍ତାହ ମଧ୍ୟରେ ୟୁଜର୍ସଙ୍କ ସଂଖ୍ୟା 4 ପ୍ରତିଶତ କମିଥିବା ନେଇ ରିପୋର୍ଟରେ ଦର୍ଶା ଯାଇଛି । ତେବେ ୟୁଜର୍ସଙ୍କୁ ଆପ୍‌ରେ ବାନ୍ଧି ରଖିବା ପାଇଁ ମସ୍କ ଚଳାଇଥିବା ଯାଦୁ କାମ କରୁନଥିବା ଭଳି ଜଣାପଡିଛି ।

ରିପୋର୍ଟ ଅନୁସାରେ, X ଚଳିତ ମାସ ଆରମ୍ଭରେ ସାମଗ୍ରିକ ବର୍ଗ ମାନ୍ୟତା ବା ରାଙ୍କିଂରେ ଚାରୋଟି ସ୍ଥାନ ତଳକୁ ଅର୍ଥାତ 36 ନମ୍ବରକୁ ଖସି ଆସିଛି । 8 ପ୍ରତିଶତ ହ୍ରାସ ହେତୁ ରାଙ୍କିଂରେ ହ୍ରାସ ପାଇଥିବା କୁହାଯାଇଛି । ଆଇଓଏସରେ 22 ପ୍ରତିଶତ ଏବଂ ଆଣ୍ଡ୍ରଏଡରେ 18 ପ୍ରତିଶତ ହ୍ରାସ ପାଇଛି ।

ରିବ୍ରାଣ୍ଡିଂ ପରେ X ରେ ହାରାହାରି ଉପଭୋକ୍ତା ସମୟ ହାର ପାଞ୍ଚ ପ୍ରତିଶତ ହ୍ରାସ ପାଇଛି । ଟ୍ୱିଟରକୁ ରିବ୍ରାଣ୍ଡ କରିବା ପରେ ୟୁଜର୍ସଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖାଦେଇଥିଲା । କିଛି ଜଣ ଲଗୋ(ନୀଳ ପକ୍ଷୀ) ହଟାଇବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଅନ୍ୟ କିଛି ଜଣ ଲୋଗର ରଙ୍ଗକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି ।

ଏହା ମଧ୍ୟ ପଢନ୍ତୁ: X offer for Journalists: ସାମ୍ବାଦିକଙ୍କୁ ଅଫର ଦେଲେ ମସ୍କ, Xରେ ଆର୍ଟିକିଲ୍ ଲେଖିଲେ ମିଳିବ ମୋଟା ଅଙ୍କର ଟଙ୍କା

ପୂର୍ବ ଅପେକ୍ଷା ଟ୍ୱିଟର ଲାଇଟ ଡାଉନଲୋଡ୍ 50 ପ୍ରତିଶତ ବୃଦ୍ଧି ପାଇଥିବା ନେଇ ମଧ୍ୟ ରିପୋର୍ଟରେ କୁହାଯାଇଛି । ଅଗଷ୍ଟ 6ରୁ ଅଗଷ୍ଟ 20 ମଧ୍ୟରେ ରାଜସ୍ୱ ମଧ୍ୟ 25 ପ୍ରତିଶତ ବୃଦ୍ଧି ପାଇଛି । ଆଇଓଏସ୍‌ରେ 24 ପ୍ରତିଶତ ବୃଦ୍ଧି ହେତୁ ରାଜସ୍ବ ବୃଦ୍ଧି ହୋଇଥିବା କୁହାଯାଇଛି । ଏକ୍ସ ରିବ୍ରାଣ୍ଡର ପ୍ରଭାବ ବ୍ଲୁସ୍କାଇ, ଇନଷ୍ଟାଗ୍ରାମ ଥ୍ରେଡ୍ ଏବଂ ମସ୍ତୋଡନ୍‌ ଉପରେ ପଡିଥିଲା । ରିବ୍ରାଣ୍ଡିଂର ପ୍ରଥମ ସପ୍ତାହରେ (ଜୁଲାଇ 23 - ଅଗଷ୍ଟ 5) ତାରିଖ ମଧ୍ୟରେ ମେଟାର ଥ୍ରେଡ୍ ଡାଉନଲୋଡ୍ 70 ପ୍ରତିଶତ ହ୍ରାସ ପାଇ ଆପ ରାଙ୍କିଂ 16 ତମ ସ୍ଥାନକୁ ଖସି ଆସିଛି । କିନ୍ତୁ ବ୍ଲୁସ୍କାଇ ଏବଂ ମସ୍ତୋଡନ ଡାଉନଲୋଡ୍ ଯଥାକ୍ରମେ 180 ପ୍ରତିଶତ ଏବଂ 15 ପ୍ରତିଶତ ବୃଦ୍ଧି ପାଇଛି ।

କହିରଖୁଛୁ କି, ଟ୍ବିଟରର ପ୍ରତିଦ୍ବନ୍ଦୀ ଆପ ଥ୍ରେଡ ଆପ ଲଞ୍ଚ ହେବା ପରେ ସେଥିରେ ୟୁଜରବେସ ବୃଦ୍ଧି ପାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାହା ପୁଣି ଖସିଆସିଥିଲା । ତେବେ ଏହାରି ଭିତରେ ଏଲନ ମସ୍କ ୟୁଜର୍ସଙ୍କୁ ବାନ୍ଧି ରଖିବା ପାଇଁ ଅନେକ ଫିଚର ରୋଲଆଉଟ କରିଥିଲେ । ହେଲେ ଏହି ରିପୋର୍ଟ ପରେ ମସ୍କଙ୍କ ଯାଦୁ କାମ କରିନଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.