ETV Bharat / science-and-technology

ଟ୍ବିଟରକୁ ନେଇ ବଦଳୁଛି ଏଲନଙ୍କ ମୁଡ୍‌, 3 ମାସ ଯାଏଁ ନୂଆ ଆକାଉଣ୍ଟକୁ ମିଳିବନି ବ୍ଲୁ ଟିକ୍‌

8 ଡଲାର୍ ବ୍ୟୟରେ ବ୍ଲୁ ଟିକ୍ ଆକାଉଣ୍ଟ ନିୟମକୁ ସ୍ଥଗିତ ରଖିଲେ ଏଲନ୍ ମସ୍କ । 90 ଦିନ ପର୍ଯ୍ୟନ୍ତ ଟ୍ବିଟର ନୂତନ ଆକାଉଣ୍ଟ ବ୍ଲୁ ଟିକ୍ ସବ୍‌ସ୍କ୍ରିପ୍ସନ୍ ପାଇପାରିବେ ନାହିଁ(Twitter won't allow new accounts to buy Blue verification for 90 days) । ଅଧିକ ପଢନ୍ତୁ

3 ମାସ ଯାଏଁ ଟ୍ବିଟର ନୂଆ ଆକାଉଣ୍ଟକୁ ମିଳିବନି ବ୍ଲୁ ଟିକ୍

author img

By

Published : Nov 18, 2022, 11:19 AM IST

ସାନ ଫ୍ରାନ୍ସିସ୍କୋ: କ୍ଷଣିକରେ ବଦଳୁଛି ଏଲନ୍ ମସ୍କଙ୍କ ମୁଡ୍ । ବିଶ୍ବର ପ୍ରଥମ ମାଇକ୍ରୋବ୍ଲଗିଂ ଆପ୍‌ ଟ୍ବିଟରକୁ ନିଜ ଅଧୀନକୁ ନେବା ପରେ କେତେବେଳେ ନିୟମ ପ୍ରଣୟନ କରୁଛନ୍ତି, ତ ପୁଣି କେତେବେଳେ ନିଜେ ଏହି ନିୟମକୁ ବଦଳାଇ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ, ନୂଆକରି ଓପନ୍ କରୁଥିବା ଟ୍ବିଟର ଆକାଉଣ୍ଟକୁ ବ୍ଲୁ ଟିକ୍ ମିଳିବନି ବୋଲି ଜଣାପଡିଛି । ଏହି ନିୟମ ଆସନ୍ତା 90 ଦିନ ଅର୍ଥାତ୍ 3 ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି 3 ମାସ ପର୍ଯ୍ୟନ୍ତ 8 ଡଲାର ବ୍ୟୟରେ ବ୍ଲୁ ଟିକ୍ ଆକାଉଣ୍ଟ ପାଇଁ ଯେଉଁ ନିୟମ ହୋଇଥିଲା, ତାହା ଲାଗୁ ହେବ ନାହିଁ(Twitter won't allow new accounts to buy Blue verification for 90 days) ।

ଏହାର ଅର୍ଥ ହେଉଛି ଉପଭୋକ୍ତାମାନେ ତୁରନ୍ତ ଏକ ନୂତନ ଭେରିଫାଏ ଆକାଉଣ୍ଟ ପାଇବାରେ ସମର୍ଥ ହେବେ ନାହିଁ ବୋଲି ଦି ଭର୍ଜ ରିପୋର୍ଟ କରିଛି । ସ୍କାମ ଏବଂ ଛଦ୍ମନାମଧାରୀ ଆକାଉଣ୍ଟଗୁଡିକୁ ହ୍ରାସ କରିବା ପାଇଁ ଏହା ଏକ ପ୍ରୟାସ ହୋଇପାରେ । ରିପୋର୍ଟ ଅନୁଯାୟୀ, ନଭେମ୍ବର 9, 2022 ରେ କିମ୍ବା ପରେ କ୍ରିଏଟ ହୋଇଥିବା ଟ୍ୱିଟର ଆକାଉଣ୍ଟ ଏହି ସମୟରେ ବ୍ଲୁ ଟିକ୍ ସବସ୍କ୍ରିପସନ୍ ପାଇବାକୁ ଅସମର୍ଥ ହେବେ ।

ନୂତନ ଟ୍ୱିଟର ବ୍ଲୁ ପେଜ କହିଛି ଯେ, "ଭବିଷ୍ୟତରେ ନୂତନ ଆକାଉଣ୍ଟଗୁଡିକ ଅପେକ୍ଷା କରିବାକୁ ପଡିପାରେ । ଏଥିପାଇଁ ବିଜ୍ଞପ୍ତି ମଧ୍ୟ ମିଳିନପାରେ ।" ସେପଟେ ନିକଟରେ ଟ୍ୱିଟର ସିଇଓ ଏଲନ୍ ମସ୍କ କହିଥିଲେ ଯେ, ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ 8 ଡଲାର ବିନିମୟରେ ଏହାର ବ୍ଲୁ ସବସ୍କ୍ରିପସନ୍ ସେବାକୁ ନଭେମ୍ବର 29 ରୁ ଲାଗୁ କରିବାକୁ ଯାଉଛି । ମାତ୍ର ବର୍ତ୍ତମାନ ଏହି ନିୟମକୁ ସ୍ଥଗିତ ରଖିଛନ୍ତି ମସ୍କ ।

କହି ରଖୁଛୁ ଯେ, ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଟେସଲା ମାଲିକ ଏଲନ ମସ୍କ ଟ୍ବିଟରକୁ ନିଜ ଅଧୀନକୁ ନେବା ପରେ ବ୍ୟାପକ ପରିବର୍ତ୍ତନ ଜାରି ରଖିଛନ୍ତି । ପ୍ରଥମେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ବିରିଷ୍ଠ ଅଧିକାରୀ ଏବଂ ଅଧା ଭାଗ କର୍ମଚାରୀଙ୍କୁ ଚାକିରିରୁ ବିଦା କରିସାରିଛନ୍ତି । ସେହିପରି ଟ୍ବିଟର ଫିଚର୍ସରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆଣିବା ନେଇ ଘୋଷଣା କରିଛନ୍ତି । ଟ୍ବିଟର ବ୍ଲୁ ଟିକ୍ ପାଇଁ 8 ଡଲାର ନିୟମ ଲାଗୁ କରି, ଏହାକୁ ବର୍ତ୍ତମାନ 3 ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.