ETV Bharat / science-and-technology

Tesla Deliver 1st Semi Trucks: ଡିସେମ୍ବର 1 ସୁଦ୍ଧା ପେପ୍ସିକୁ ପ୍ରଥମ ସେମି ଟ୍ରକ୍ ଯୋଗାଇବ ଟେସଲା - ପେପ୍ସି କିଣିବ ପ୍ରଥମ ସେମି ଟ୍ରକ

ଟେସଲାର ବହୁ ପ୍ରତିକ୍ଷିତ ବୈଦ୍ୟୁତିକ ସେମି ଟ୍ରକ୍‌ର ପ୍ରଥମ ସୁବିଧା ପାଇବ ମୃଦୁ ପାନୀୟ କମ୍ପାନୀ ପେପ୍ସି(Tesla to deliver first Semi Trucks to Pepsi) । ଅଧିକ ପଢନ୍ତୁ

Tesla Deliver 1st Semi Trucks: ଡିସେମ୍ବର 1 ସୁଦ୍ଧା ପେପ୍ସିକୁ ପ୍ରଥମ ସେମି ଟ୍ରକ୍ ଯୋଗାଇବ ଟେସଲା

author img

By

Published : Oct 7, 2022, 9:30 PM IST

ସାନ ଫ୍ରାନ୍ସିସ୍କୋ: ଟେସଲାର ବହୁ ପ୍ରତିକ୍ଷିତ ସେମି ଟ୍ରକ ବା ଇଲେକ୍ଟ୍ରିକ୍‌ ଟ୍ରକ୍ ନିର୍ମାଣ ଆରମ୍ଭ ହେବାକୁ ଯାଉଛି(Tesla to deliver first Semi Trucks to Pepsi by December 1) । 500 ମାଇଲ(800 କିଲୋମିଟର) ରେଞ୍ଜ କ୍ଷମତା ଥିବା ଏହି ଟ୍ରକ୍ ପ୍ରଥମେ ମ୍ରୁଦୁ ପାନୀୟ କମ୍ପାନୀ ପେପ୍‌ସିକୁ ସୁବିଧା ଯୋଗାଇବ ବୋଲି ଏଲନ୍ ମସ୍କ(Elon Musk) ଆଜି(ଶୁକ୍ରବାର) ଘୋଷଣା କରିଛନ୍ତି । ଡିସେମ୍ବର 1 ସୁଦ୍ଧା ଏହି ସୁବିଧା ଉପଲବ୍ଧ ହେବ ।

ମସ୍କ ଏକ ଟ୍ବିଟର ପୋଷ୍ଟ କରି କହିଛନ୍ତି, "ଏହା ଘୋଷଣା କରି ମୁଁ ଅତି ଉତ୍ସାହିତ ଯେ, ଡିସେମ୍ବର 1ରେ Pepsi କମ୍ପାନୀରେ ପ୍ରଥମ ସେମି ଟ୍ରକ ପହଞ୍ଚିବ। ! 500 ମାଇଲ୍ ରେଞ୍ଜ୍ କ୍ଷମତା ବିଶିଷ୍ଟ ଏହି ସେମି ଟ୍ରକ୍‌ ଚଳାଇବା ମଜାଦାର ରହିବ ।" ପେପ୍‌ସି ପକ୍ଷରୁ ଡିସେମ୍ବର 2017ରେ 100ଟି ସେମି ଟ୍ରକ୍ ଅର୍ଡର କରାଯାଇଥିଲା । ଏକ ଟେସଲା ସେମି ଟ୍ରକ୍ ପାଇଁ ଆଗୁଆ 20,000 ଡଲାର ଦେବାକୁ ପଡିଥାଏ ।

ସେମି ଟ୍ରକ୍‌ର ବେସ୍ ମଡେଲ୍ ପାଇଁ ଆଶା କରାଯାଉଥିବା ମୂଲ୍ୟ 150,000 ଡଲାର ରହିଛି । ଅଧିକ ମହଙ୍ଗା ମଡେଲ୍ ପାଇଁ 180,000 ଡଲାରରୁ ମୂଲ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଟେସ୍‌ଲାଙ୍କ ଅନୁଯାୟୀ, ସେମି ଟ୍ରକ୍ 20 ସେକେଣ୍ଡରେ ଘଣ୍ଟା ପ୍ରତି ଶୂନରୁ 60 ମାଇଲ ପର୍ଯ୍ୟନ୍ତ ସ୍ପିଡ୍‌ ଧରି ପାରିବ । ଏପରିକି ଫୁଲ୍ ଲୋଡ୍ ହୋଇଥିଲେ ମଧ୍ୟ ଗ୍ରେଡ୍ ସ୍ତର ପର୍ଯ୍ୟନ୍ତ ଗତି ବଜାୟ ରଖିବ ।

କମ୍ପାନୀ ଏହା ମଧ୍ୟ କହିଛି ଯେ, ଯାତ୍ରା ସମୟର 30 ମିନିଟ ମଧ୍ୟରେ ସେମି ଟ୍ରକ୍ 70 ପ୍ରତିଶତ ଚାର୍ଜ ହୋଇପାରିବ । ଏହି ସେମି ଟ୍ରକରେ ସକ୍ରିୟ ସୁରକ୍ଷା ଫିଚର୍ସ ମଧ୍ୟ ରହିଛି, ଯେଉଁଥିରେ ସମସ୍ତ ଅବସ୍ଥାରେ ଟ୍ରାକ୍ସନ୍ ଏବଂ ସ୍ଥିରତା ପ୍ରଦାନ କରିବାକୁ ଉନ୍ନତ ମୋଟର ଏବଂ ବ୍ରେକ୍ କଣ୍ଟ୍ରୋଲ୍ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.