ETV Bharat / science-and-technology

ଟୋୟୋଟାକୁ ପଛରେ ପକାଇଲା ଟେସଲା, ଏହି ମଡେଲ କଲା ରେକର୍ଡ - ଟେସଲାର Yମଡେଲ

ଇ-କାର ବିକ୍ରିରେ ଏକ ନମ୍ବର ସ୍ଥାନରେ ପହଞ୍ଚିଲା ଟେସଲା କାର। ଟେସଲାର Yମଡେଲ ବିଶ୍ବରେ କାର ବିକ୍ରିରେ ଏକ ନମ୍ବର ସ୍ଥାନରେ ରହିଛି । ଅଧିକ ପଢନ୍ତୁ

tesla model y
tesla model y
author img

By

Published : May 28, 2023, 9:54 AM IST

ନୂଆଦିଲ୍ଲୀ: ଟୋୟୋଟାକୁ ପଛରେ ପକାଇଲା ଟେସଲା କାର । ବର୍ତ୍ତମାନ କାର ବିକ୍ରିରେ ଏକ ନମ୍ବରରେ ରହିଛି ଟେସଲା । ପ୍ରଥମ ବୈଦ୍ୟୁତିକ ଯାାନ ବିକ୍ରିରେ 1 ନମ୍ବରରେ ରହିଛି ଟେସଲାର Y ମଡେଲ । ଏକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଜାଟୋ ଡାଇନାମିକ୍ସର ତଥ୍ୟ ଅନୁଯାୟୀ, ଟେସଲା ମଡେଲ୍ Yର ବିକ୍ରିକୁ ନେଇ 2023ରେ ପ୍ରଥମ ସ୍ଥାନରେ ରହିଛି । ପୂର୍ବରୁ ଅଧିକ ବିକ୍ରି ହେଉଥିବା ଟୟୋଟାର RAB4 ଏବଂ କୋରୋଲା ମଡେଲକୁ ପଛରେ ପକାଇଛି ଓ୍ବାଇ ମଡେଲ । 2023ର ମଡେଲ ଓ୍ବାଇ47490 ଡଲାରରୁ ଆରମ୍ଭ ହୋଇଥାଏ । ଅନ୍ୟପଟେ କୋରେଲା ମଡେଲର 21550 ଡଲାରରୁ ଆରମ୍ଭ ହେଉଥିବା ବେଳେ ଆଇଏବି4 ମଡେଲ 27575 ଡଲାରରୁ ଆରମ୍ଭ ହୋଇଥାଏ ।

ଟେସଲା ମଡେଲ୍ Y ଚଳିତ ବର୍ଷ ଏପ୍ରିଲ ମାସ ସୁଦ୍ଧା ସାରା ବିଶ୍ବରେ 267,200 ୟୁନିଟ୍ ବିକ୍ରି କରିଥିବାବେଳେ 256,400 କରୋଲା ଏବଂ 214,700 RAB4 ୟୁନିଟ୍ ବିକ୍ରି ହୋଇଛି । ତେବେ ଏହି ମଡେଲକୁ ଲୋକେ ଅଧିକ ପସନ୍ଦ କରିବେ ବୋଲି ଟେସଲା ସିଇଓ ଅନୁମାନ କରିଥିଲେ । ଏଲନ ମସ୍କ 2016ରେ ଅନୁମାନ କରିଥିଲେ, ଏହି ମଡେଲ ବର୍ଷକୁ 500,000 ରୁ 1 ମିଲିୟନ୍ ୟୁନିଟ୍ ବିକ୍ରି ହେବ ।

2021 ମସିହାରେ, ମସ୍କ ପୂର୍ବାନୁମାନ କରିଥିଲା ​​ଯେ ମଡେଲ୍ Y ଦୁନିଆର କାର ବିକ୍ରିରେ ଶୀର୍ଷ ସ୍ଥାନ ଅଧିକାର କରିବ । ସେ ନିବେଶକମାନଙ୍କୁ କହିଥିଲେ, ଆମେ ଭାବୁଛୁ ଯେ ମଡେଲ୍ Y ବିଶ୍ବରେ ଅଧିକ ପରିମାଣରେ ବିକ୍ରି ହେବ । କାର ବିକ୍ରି ରେସରେ ଏକ ନମ୍ବରରେ ରହିବ । 100 ପ୍ରତିଶତ ଗ୍ୟାରେଣ୍ଟି ନଥିଲେ ମଧ୍ୟ ମୁଁ ଆଶା କରୁଛି, ଏହା ଏକ ନମ୍ବରରେ ରହିବ ।"

ଆମେରିକାର ବୈଦ୍ୟୁତିକ ଯାନ-ଇଭି ବଜାରରେ ଟେସଲା ବଜାର ଅଗ୍ରଣୀ ରହିଛି। ଅନ୍ୟ 17 ଟି ଅଟୋମୋବାଇଲ୍ ଗୋଷ୍ଠୀ ତୁଳନାରେ ଟେସଲା 50 ପ୍ରତିଶତରୁ ଅଧିକ କାର ବିକ୍ରି ହୋଇଛି । କାଉଣ୍ଟର ପଏଣ୍ଟ ରିସର୍ଚ୍ଚ ଅନୁଯାୟୀ, 2022 ମସିହାରେ ଆମେରିକାରେ ଟେସଲା କାର ବିକ୍ରିରେ ଏକ ନମ୍ବରରେ ରହିଥିଲା। 7 ପ୍ରତିଶତ ଅଧିକ ବିକ୍ରି ହୋଇଥିଲା ।

ଅନୁସନ୍ଧାନ ବିଶ୍ଳେଷକ ଅଭିବ ମୁଖାର୍ଜୀଙ୍କ ଅନୁଯାୟୀ, ଟେସଲା ଆମେରିକାର ଇଭି ବଜାରରେ ପ୍ରାଧାନ୍ୟ ବିସ୍ତାର କରୁଥିବାବେଳେ ଫୋର୍ଡ, ଜେନେରାଲ ମୋଟର୍ସ, ଷ୍ଟେଲାଣ୍ଟିସ୍, ଭୋଲ୍ସୱେଗେନ ଏବଂ ହୁଣ୍ଡାଇ ଭଳି ଅନ୍ୟ ଅଟୋମୋବାଇଲ୍ ଆଗକୁ ବଢିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ଏହି ଓ୍ବାଇ ମଡେଲର କାରର ଦାମ କମ ରହିଥିବା ବେଳେ ସବସିଡିରେ ମଧ୍ୟ ଆକର୍ଷଣୀୟ ଅଫର ରହିଛି । ତେଣୁ ଏହି କାର ଆଗକୁ ମଧ୍ୟ ଅଧିକା ବିକ୍ରି ନେଇ ଆକଳନ କରାଯାଉଥିବା ନେଇ ରିସର୍ଚ୍ଚର ବୈଜ୍ଞାନିକ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.