ETV Bharat / science-and-technology

ଟେଲିକମ୍ ବିଲ ପାରିତ: କମିବ ଠକେଇ, ଲାଗିବ ଜରିମାନା - ଟେଲିକମ୍ ବିଲ 2023

Telecommunications Bill 2023: ସିମ୍ କାର୍ଡ ଠକେଇ ଉପରେ ଲାଗିବ ଲଗାମ । ଏଣିକି ଏମିତି ଭୋଗିବେ ଦଣ୍ଡ ।

Telecommunications Bill 2023
Telecommunications Bill 2023
author img

By ETV Bharat Odisha Team

Published : Dec 22, 2023, 1:15 PM IST

ହାଇଦ୍ରାବାଦ: ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ଟେଲିକମ୍ୟୁନିକେସନ ବିଲ 2023 । ଏହି ବିଲ୍ ଅଧୀନରେ ସାଟେଲାଇଟ ସ୍ପେକ୍ଟ୍ରମ ଆବଣ୍ଟନ ପାଇଁ ନିଲାମୀ ପ୍ରକ୍ରିୟା ଗ୍ରହଣ କରାଯିବ । ଭଏସ ଭୋଟ ଜରିଆରେ ରାଜ୍ୟସଭାରେ ଟେଲିକମ ବିଲ୍ 2023 ଅନୁମୋଦିତ ହୋଇଥିଲା । ଏହି ବିଲ କୌଣସି ଜରୁରୀକାଳୀନ ପରସ୍ଥିତିରେ କିମ୍ବା ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଟେଲିକମ୍ ନେଟୱାର୍କକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁମତି ପ୍ରଦାନ କରିଥାଏ । ଏହି ବିଲ ଭାରତୀୟ ଟେଲିଗ୍ରାଫ ଆକ୍ଟ 1885, ଭାରତୀୟ ବେତାଲ ଟେଲିଗ୍ରାଫ ଆକ୍ଟ 1933, ଟେଲିଗ୍ରାଫ୍ ଆକ୍ଟ 1950ର ମଧ୍ୟ ସଂଶୋଧନ କରିବ । ତେବେ ଜାଣନ୍ତୁ ଟେଲିକମ୍ ବିଲ କଣ ଏବଂ ଏହା ଦ୍ବାରା କଣ ପ୍ରଭାବିତ ହେବ ।

ସିମ କାର୍ଡ ଠକେଇ ପାଇଁ 3 ବର୍ଷ ଜେଲ ସହ 50 ଲକ୍ଷ ଜରିମାନା: ନକଲି ସିମ୍ କାର୍ଡର କାରବାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବିଲରେ କଡା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୌଣସି ପ୍ରକାର ସିମ୍ କାର୍ଡ ଠକେଇରେ 3 ବର୍ଷର ଜେଲଦଣ୍ଡ ସହିତ ଜରିମାନା ମଧ୍ୟ ଆଦାୟ କରାଯିବ । ଏହି ଆକ୍ଟ ଅନୁସାରେ ସିମ କାର୍ଡ ବିକ୍ରୟ, କ୍ରୟ ଏବଂ ବ୍ୟବହାର ଉପରେ ଜେଲଦଣ୍ଡ ସହିତ 50 ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଆଦାୟ କରାଯିବ । ସିମ ବିକ୍ରୟ ସମୟରେ ବାୟୋମେଟ୍ରିକ ତଥ୍ୟ ନିଆଯିବ । ଏହି ଡାଟା ହସ୍ତଗତ ପରେ ହିଁ ସିମ୍ ଆକ୍ଟିଭ ହୋଇପାରିବ ବୋଲି କୁହାଯାଇଛି ।

ସିମକୁ କପି କରିବା ଅପରାଧ: ସିମ କାର୍ଡକୁ କ୍ଲୋନ କରିବା କିମ୍ବା କୌଣସି ବ୍ୟକ୍ତି ସିମ କାର୍ଡର ଦୁରୁପଯୋଗ କରିବା ଭଳି କାର୍ଯ୍ୟକୁ ବର୍ତ୍ତମାନ ଅପରାଧ ତାଲିକାରେ ରଖାଯାଇଛି । ତେବେ ଭାରତର ଅନେକ ସ୍ଥାନରୁ ସିମ କାର୍ଡ କ୍ଲୋନ ନେଇ ଅନେକ ଖବର ସାମ୍ନାକୁ ଆସୁଛି । ସିମକୁ କ୍ଲୋନ କରି ଲକ୍ଷଲକ୍ଷ ଟଙ୍କା ଆକାଉଣ୍ଟରୁ ଠକେଇ କରାଯାଉଛି। ତେବେ ଏହି ବିଲ ଦ୍ବାରା ଏଥିରେ କିଛି ମାତ୍ରାରେ ରୋକ ଲଗାଯାଇ ପାରିବ ।

ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ(ଟ୍ରାଇ)ର କ୍ଷମତା ସୀମିତ: ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ(ଟ୍ରାଇ)କୁ ନେଇ ଦୂରସଞ୍ଚାର କମ୍ପାନୀ ଗୁ଼ଡିକର ଭୁଲ ଧାରଣାକୁ ଦୂର କରିବ ଏହି ବିଲ। ଏହା ଟ୍ରାଇର କ୍ଷମତା ଉପରେ ମଧ୍ୟ ଅଙ୍କୁଶ ଲଗାଇଥାଏ।

ଲାଇସେନ୍ସ ଫେରସ୍ତ ପାଇଁ ନୂଆ ନିୟମ: ପାରିତ ହୋଇଥିବା ବିଲରେ ଟେଲିକମ ଲାଇସେନ୍ସ ସମ୍ବନ୍ଧରେ ନୂଆ ବ୍ୟବସ୍ଥା ରହିଛି। ଯଦି କୌଣସି କମ୍ପାନୀ ଲାଇସେନ୍ସ ଫେରସ୍ତ କରେ, ତାହାଲେ ଉକ୍ତ କ୍ଷେତ୍ରରେ ଲାଇସେନ୍ସ ଫି ମଧ୍ୟ ଫେରସ୍ତ କରାଯିବ।

ପ୍ରମୋସନାଲ ମେସେଜ ପାଇଁ ଅନୁମତି: ଟେଲିକମ କମ୍ପାନୀ ଗୁଡିକର ରହିଥିବା ପ୍ରମୋସନାଲ ମେସେଜ ଅଧିକାରରେ ଏହି ବିଲରେ ପରିବର୍ତ୍ତନ କରାଯାଇଛି। ଏଣିକି ପ୍ରମୋସନାଲ ମେସେଜ ପଠାଇବା ପୂର୍ବରୁ ଟେଲିକମ କମ୍ପାନୀ ଗୁଡିକୁ ସରକାରଙ୍କ ଠାରୁ ଅନୁମତି ଆଣିବା ଆବଶ୍ୟକ।

ନୂଆ ତରିକାରେ ସାଟେଲାଇଟ ବ୍ରଡବ୍ୟାଣ୍ଡ ସେବା ପାଇଁ ସ୍ପେକ୍ଟ୍ରମର ଆବଣ୍ଟନ: ସାଟେଲାଇଟ ବ୍ରଡବ୍ୟାଣ୍ଡ ସେବା ପାଇଁ ସ୍ପେକ୍ଟ୍ରମର ଆବଣ୍ଟନ ବର୍ତ୍ତମାନ ପ୍ରଶାସନିକ ଭାବରେ କରାଯିବ ଅର୍ଥାତ ଏହାକୁ ନିଲାମ କରାଯିବ ନାହିଁ। ଏହା ବ୍ୟତୀତ ବର୍ତ୍ତମାନ ଦେଶ ବାହାରେ ରହିଥିବା କମ୍ପାନୀମାନଙ୍କୁ ମଧ୍ୟ ସ୍ପେକ୍ଟ୍ରମ ପ୍ରଦାନ କରାଯିବ। ତେବେ ଏହି ବିଲ ଦ୍ବାରା ଜିଓକୁ ଝଟକା ଲାଗିପାରେ ଏବଂ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ଭାରତରେ ପ୍ରବେଶ କରିବାର ବାଟ ଖୋଲିଲା କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ।

ଏହା ମଧ୍ୟ ପଢନ୍ତୁ: ଟେଲିକମ୍ୟୁନିକେସନ ବିଲରେ ଜିଓକୁ ଝଟକା! ଷ୍ଟାରଲିଙ୍କକୁ ଫାଇଦା

ଜରିମାନା ରାଶିରେ ହ୍ରାସ: ତ୍ରୁଟି ପାଇଁ ଟେଲିକମ କମ୍ପାନୀ ଉପରେ ଲାଗୁଥିବା ଜରିମାନାକୁ କମ କରି ଦିଆଯାଇଛି। ଏହାକୁ 50 କୋଟିରୁ ହ୍ରାସ କରାଯାଇ 5 କୋଟି କରାଯାଇଛି।

ଅନ୍ୟପଟେ କୌଣସି ସରକାରୀ, ବେସରକାରୀ ଜମିରେ ଟାଓ୍ବାର ସ୍ଥାପନ କରିବା ପାଇଁ କୌଣସି ପ୍ରକାର ଛାଡ କରାଯିବ ନାହିଁ।

ଗଣମାଧ୍ୟମ ପାଇଁ ନୂଆ ବ୍ୟବସ୍ଥା: ନୂଆ ବିଧେୟକ ମୁତାବକ, କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ସମ୍ବାଦଦାତା/ବାର୍ତ୍ତାବହଙ୍କ ମେସେଜ୍‌କୁ ସେପର୍ଯ୍ୟନ୍ତ ରୋକାଯିବ ନାହିଁ ଯେପର୍ଯ୍ୟନ୍ତ ଏଗୁଡ଼ିକର ପ୍ରସାରଣକୁ ସାର୍ବଜନିକ, ଜରୁରୀକାଳୀନ ବ୍ୟବସ୍ଥା ସମ୍ପର୍କିତ ବାର୍ତ୍ତାବହତା ଉପରେ ଲାଗୁ ହୋଇଥିବା ନିୟମ ଦ୍ବାରା ପ୍ରତିବନ୍ଧିତ ହେବନାହିଁ ।

OTT ପାଇଁ ଖୁସି ଖବର: ଏହି ବିଲରେ ଓଟିଟି ପ୍ଲାଟଫର୍ମକୁ ଟେଲିକମ ସେବାରୁ ବାଦ ଦିଆଯାଇଛି। ଇଣ୍ଟରନେଟ ଆଧାରିତ କଲିଂ ଏବଂ ମେସେଜିଂ ପାଇଁ ଦୂରସଞ୍ଚାର ପରିଭାଷାରେ ସାମିଲ କରାଯାଇ ନାହିଁ। ଏହା ଦ୍ବାରା ହ୍ବାଟ୍ସଆପ ଏବଂ ଟେଲିଗ୍ରାମ ଭଳି ଦୂରସଞ୍ଚାର ସେବା ପାଇଁ କମ୍ପାନୀକୁ ସହାୟକ ହେବ। କାରଣ ଇଣ୍ଟରନେଟ କଲିଂ ପାଇଁ ସେମାନଙ୍କ ଠାରୁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.