ନୂଆଦିଲ୍ଲୀ: ପୋଡକାଷ୍ଟ ଶ୍ରୋତାମାନଙ୍କ ପାଇଁ ଖୁସି ଖବର । କାରଣ ଡିଜିଟାଲ ମ୍ୟୁଜିକ ଆପ ସ୍ପଟିଫାଏ ଲଞ୍ଚ କରିଛି ଭିଡିଓ ପୋଡକାଷ୍ଟ । ଯାହାଦ୍ବାରା ବର୍ତ୍ତମାନ ପୋଡକାଷ୍ଟ ଶ୍ରୋତାମାନେ ମଧ୍ୟ ଅଳ୍ପ ସଂଖ୍ୟକ ପୋଡକାଷ୍ଟ ଭିଡିଓକୁ ଦେଖିପାରିବେ ବୋଲି ଟ୍ବିଟ କରିଛନ୍ତି ଜିଏସଏମଏରିନା(GSMArena) ।
ସ୍ବେଡିସ ଅଡିଓ ଷ୍ଟ୍ରିମିଙ୍ଗ ସ୍ପଟିଫାଏରେ ନୂଆ ଫିଚର ଭାବେ ଭିଡିଓ ପୋଡକାଷ୍ଟକୁ ସାମିଲ କରାଯାଇଛି । ଯାହାର ଅର୍ଥ ଏଣିକି ଉପଭୋକ୍ତା ବା ୟୁଜର୍ସମାନେ ନିଜ ମୋବାଇଲ କିମ୍ବା ଡେକ୍ସଟପ ରେ ସ୍ପଟିଫାଏ ଆପରେ ସିଧାସଳଖ ଅଡିଓ ପୋଡକାଷ୍ଟକୁ ଶୁଣିବା ସହ ଦେଖି ମଧ୍ୟ ପାରିବେ ।
ଏହି ଭିଡିଓ ପୋଡକାଷ୍ଟ ଷ୍ଟ୍ରିମକୁ ଦେଖିବାରେ ଉଭୟ ପ୍ରିମିୟମ ଏବଂ ଫ୍ରି ଟାୟର ୟୁଜର୍ସ ସାମିଲ ଅଛନ୍ତି । ୟୁଜର୍ସ ପ୍ରଥମେ ଆପ୍ କୁ ମିନିମାଇଜ କରି କିମ୍ବା ଶୁଣୁଥିବା ପୋଡକାଷ୍ଟକୁ ବନ୍ଦ ନକରି ଫୋନକୁ ଲକ କରିବା ଦ୍ବାରା, ଅଡିଓ ଅନବରତ ଭାବେ ବ୍ୟାକଗ୍ରାଉଣ୍ଡରେ ଚାଲିଥାଏ । ମାତ୍ର ଏହା ସ୍ବତ୍ତ୍ବେ ୟୁଜର୍ସମାନେ ପୋଡକାଷ୍ଟ ଅଡିଓ ଭର୍ସନକୁ ଡାଉନଲୋଡ କରିବା ସହ ପରମୂହର୍ତ୍ତରେ ଅଫଲାଇନରେ ଷ୍ଟ୍ରିମିଙ୍ଗ କରିପାରିବେ ।
ଚଳିତବର୍ଷ ମେ' ରେ, ସ୍ପଟିଫାଏ ଦୁନିଆର ଅନ୍ୟତମ ଲୋକପ୍ରିୟ ପୋଡକାଷ୍ଟର ଜୋ-ରୋଗାନ୍ ସହ ଏକ ସ୍ବତନ୍ତ୍ର ଲାଇସେନ୍ସ ୟୁକ୍ତ ଚୁକ୍ତିନାମା ଘୋଷଣା କରିଥିଲା । ସେହି ଚୁକ୍ତିନାମାର ଏକ ଅଂଶ ଭାବେ ସେ ସ୍ପୋଟିଫାଏରେ ନିଜର ଭିଡିଓ ସୋ' ଲଞ୍ଚ କରିଥିଲେ, ଯାହା ସେପ୍ଟେମ୍ବର 1 ରୁ ପ୍ଲାଟଫର୍ମକୁ ଆସିବାକୁ ଯାଉଛି।
ତେବେ ଭିଡିଓ ସପୋର୍ଟ କରୁଥିବା ପୋଡକାଷ୍ଟ ତାଲିକାରେ ବୁକ ଅଫ ବାସ୍କେଲବଲ 2.0(Book of Basketball 2.0) ସମେତ, ଭାଣ୍ଟାସି ଫୁଟବଲର( Fantasy Footballers), ଦ ମିସଫିଟସ ପୋଡକାଷ୍ଟ( The MisFits Podcast), ଏଚ-3 ପୋଡକାଷ୍ଟ(H3 Podcast), ଦ ମର୍ଣ୍ଣିଙ୍ଗ ଟୋଷ୍ଟ(The Morning Toast), ହାଇୟର ଲର୍ଣ୍ଣିଙ୍ଗ ୱିଥ ଭ୍ୟାନ ଲଥାନ(Higher Learning with Van Lathan), ରିଚେଲ ଲିନସେ (Rachel Lindsay) , ଦ ରୋଷ୍ଟର ଟିଥ ପୋଡକାଷ୍ଟ(The Rooster Teeth Podcast) ରହିଛି ।
ବିଶ୍ବ ସ୍ତରରେ ସ୍ପୋଟିଫାଏର 286 ମିଲିୟନ ଉପଭୋକ୍ତା ଅଛନ୍ତି, ସେମାନଙ୍କ ମଧ୍ୟରେ 130 ମିଲିୟନ ପେଡ୍ ସବସକ୍ରାଇବର ବା ଗ୍ରାହକ ରହିଛନ୍ତି । ଏହାସହ 1939 ମସିହାରେ ପ୍ରତିଷ୍ଠିତ ହେବା ଦିନଠାରୁ ଆର୍ଚି କମିକ୍ସ ୱାର୍ଡ୍ଲୱାଇଡ(worldwide) ପାଖାପାଖି 2 ମିଲିୟନ କପି ବିକ୍ରି କରିସାରିଛି ।