ରିୟାଦ: ରବିବାର ଦିନ ସ୍ପେସଏକ୍ସ ପକ୍ଷରୁ ସାଉଦି ମହାକାଶଚାରୀଙ୍କୁ ସ୍ପେସ୍ ଷ୍ଟେସନ ପଠାଯାଇଛି । ଏଥରେ ସାଉଦି ଆରବର ପ୍ରଥମ ମହିଳା ମହାକାଶଚାରୀ ସାମିଲ ହୋଇଛନ୍ତି । ସ୍ସେସଏକ୍ସ ପକ୍ଷରୁ ରୟନା ବର୍ଣ୍ଣାୱିଙ୍କ ସମେତ ଅନ୍ୟ ମହାକାଶଚୀରଙ୍କୁ ଏକ ଘରୋଇ ମହାକାଶ ବିଜ୍ଞାନ କମ୍ପାନୀ ରକେଟ ମାଧ୍ୟମରେ ସ୍ପେସ୍ ଷ୍ଟେସନ ପଠାଯାଇଛି । ରୟନା ବର୍ଣ୍ଣାୱି ବର୍ତ୍ତମାନ ସାଉଦି ଆରବ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି ।
ଗତ ରବିବାର ଦିନ ସ୍ପେସ୍ ଏକ୍ସ ଏହି ମହାକାଶଚାରୀଙ୍କୁ ସ୍ପେସ୍ ଷ୍ଟେସନକୁ ପଠାଇଛି । ଏହି ଯାତ୍ରୀମାନଙ୍କ ମଧ୍ୟରେ ସାଉଦି ଆରବର ପ୍ରଥମ ମହାକାଶଚାରୀ ଏବଂ ଜଣେ ବ୍ୟବସାୟୀ ରହିଛନ୍ତି । ଯିଏକି ଜଣେ ସ୍ପୋର୍ଟ୍ସ୍ କାର୍ ରେସିଂ ଟିମ୍ର ମାଲିକ । ଏହାଛଡ଼ା ନାସାର ଜଣେ ଅବସରପ୍ରାପ୍ତ କର୍ମଚାରୀ ପେଗି ଓ୍ବିଟସନ ଏହି ଟିମ୍ର ଦାୟିତ୍ବ ନେଇଛନ୍ତି, ଯେଉଁଥିରେ ଜଣେ ଫାଇଟର ପ୍ଲେନ୍ ପାଇଲଚ ବି ରହିଛନ୍ତି । 10 ଦିନ ପାଇଁ ଏହି ଯାତ୍ରାର ବ୍ୟବସ୍ଥା କରାଯାଇଥିବା ବେଳେ ରବିବାର ସାଉଦି ଆରବରୁ ବାହାରିଛି ରକେଟ ।
ହ୍ୟୁଷ୍ଟନ୍ ସ୍ଥିତ ଆକ୍ସିୟମ୍ ସ୍ପେସ୍ଏକ୍ସ ଦ୍ୱାରା ପରିଚାଳିତ ଏହା ହେଉଛି ଦ୍ୱିତୀୟ ଚାର୍ଟର୍ଡ ରକେଟ୍ । ଏହାର ଟିକେଟର ମୂଲ୍ୟ ନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଏହାପୂର୍ବରୁ ସିଟ୍ ପିଛା 55 ମିଲିୟନ୍ ଡଲାର ମୂଲ୍ୟ କମ୍ପାନୀ ପକ୍ଷରୁ ଧାର୍ଯ୍ୟ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: ଅଫିସ ଭଡା ମାଗିବାରୁ ଚିହିଁକି ଉଠିଲେ ଏଲନ ମସ୍କ, କହିଲେ ମୃତ୍ୟୁ ପରେ ଭଡ଼ା ଦେବି
ତେବେ ସ୍ପେସଏକ୍ସ ଷ୍ଟେସନ ପାଇଁ ଉଡାଣ ଭରିଥିବା ହେଲିପେଡରେ ପୂର୍ବରୁ ମଧ୍ୟ ସାଉଦିର ଜଣେ ରାଜକୁମାର ମହାକାଶ ପାଇଁ ଉଡାଣ ଭରିଥିଲେ । ସାଉଦି ଆରବର ପ୍ରଥମ ମହାକାଶଚାରୀ 1985ରେ ଉଡାଣ ଭରିଥିଲେ । ଏଥର ସାଉଦି ଆରବ ସରକାରଙ୍କ ପକ୍ଷରୁ ରୟନା ବର୍ଣ୍ଣାୱି ପ୍ରତିନିଧିତ୍ବ କରୁଛନ୍ତି । ଯିଏକି ଷ୍ଟେମ୍ ସେଲ୍କୁ ନେଇ ଗବେଷଣା କରନ୍ତି। ବର୍ତ୍ତମାନ ସେ ସାଉଦିଆରବ ପାଇଁ ପ୍ରଥମ ମହିଳା ମହାକାଶଚାରୀ ହେବାକୁ ଯାଉଛନ୍ତି । ଅଲ-କର୍ନି ରୟାଲ ସାଉଦି ବାୟୁସେନାର ଜଣେ ପାଇଲଟ ଅଟନ୍ତି । ଫ୍ଲୋରିଡା ଉପକୂଳବର୍ତ୍ତୀ ଜଳରେ ଅବତରଣ କରିବା ପୂର୍ବରୁ ସେମାନେ ସ୍ପେସ୍ ଷ୍ଟେସନ୍ରେ ଏକ ସପ୍ତାହରୁ ଅଧିକ ସମୟ ଅତିବାହିତ କରିବେ । ସାଉଦି ଆରବ ସରକାର ଓ ସ୍ପେସ୍ ଏକ୍ସର ସହଭାଗିତାରେ ଦ୍ବାରା ପ୍ରାୟୋଜିତ ଏହି ମହାକାଶ ଯାତ୍ରା ଷ୍ଟେମ୍ ସେଲ୍ ଅନୁସନ୍ଧାନକାରୀ ରୟନା ବର୍ଣ୍ଣୱି ଦେଶର ପ୍ରଥମ ମହିଳା ଭାବରେ ମହାକାଶକୁ ଯାଇଛନ୍ତି ।
ସଂଯୁକ୍ତ ଆରବ ଏମିରେଟ୍ସର ଜଣେ ମହାକାଶଚାରୀ ତାଙ୍କୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ସ୍ୱାଗତ କରିବା ନେଇ ଆଗରୁ ସ୍ଥିର ହୋଇଥିଲା । ଉଡ଼ାଣ ପୂର୍ବରୁ ବର୍ଣ୍ଣାୱି କହିଥିଲେ, "ଏହା ସମସ୍ତଙ୍କ ପାଇଁ ଏକ ସ୍ୱପ୍ନ ପରି । ବାସ୍ ଆମକୁ ସବୁକିଛି ସମ୍ଭବ ବୋଲି ଭାବିବା ଆବଶ୍ୟକ । ଯଦି ଅଲି ଏବଂ ମୁଁ ଏହା କରିପାରିବୁ ତାହେଲେ ସମସ୍ତେ କରିପାରିବେ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ