ETV Bharat / science-and-technology

ଆଦିତ୍ୟ ଏଲ 1କୁ ନେଇ ବଡ଼ ଅପଡେଟ୍, ଜାନୁଆରୀ ୬ରେ ଛୁଇଁବ ଲାଗରେଞ୍ଜ ପଏଣ୍ଟ୍

ISRO chairman on Aditya L1: ଏଲ-1 ପଏଣ୍ଟରେ କେବେ ପହଞ୍ଚିବ ଆଦିତ୍ୟ ଏଲ-1 ? ଏଭଳି କହିଲେ ଇସ୍ରୋ ମୁଖ୍ୟ

ISRO chairman on Aditya L1
ISRO chairman on Aditya L1
author img

By ETV Bharat Odisha Team

Published : Dec 29, 2023, 4:03 PM IST

ହାଇଦ୍ରାବାଦ: ସୌରମଣ୍ଡଳର ଏକମାତ୍ର ତଥା ସର୍ବାଧିକ ଉତପ୍ତ ନକ୍ଷତ୍ର ସୂର୍ଯ୍ୟ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଭାରତ ଆରମ୍ଭ କରିଥିଲା ପ୍ରଥମ ସୌର ମିଶନ। ଗତ ସେପ୍ଟେମ୍ବର 2 ତାରିଖ ପୂର୍ବାହ୍ନ ୧୧ଟା ୫୦ ମିନିଟ ସମୟରେ ଇସ୍ରୋର ସୌର ଅଭିଯାନ ଆଦିତ୍ୟ L୧ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ସଫଳ ଉତକ୍ଷେପଣ ହୋଇଥିଲା । ଏହା ପରଠାରୁ ସଫଳତା ଦିଗରେ ବଢି ଚାଲିଛି। ଲାଗରେଞ୍ଜ ପଏଣ୍ଟ (ଏଲ-1) ଅଭିମୁଖେ ଅଗ୍ରସର ହୋଇଥିବା ଆଦିତ୍ୟ ଏଲ 1 କେବେ ଏବଂ କେଉଁ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ ସେନେଇ ଏକ ବଡ ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଅଧ୍ୟକ୍ଷ ଏସ ସୋମନାଥ।

ଆସନ୍ତା ଜାନୁଆରୀ 6 ତାରିଖରେ ପ୍ରାୟ ଅପରାହ୍ନ 4 ସମୟରେ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବା ନେଇ ସୂଚନା ଦେଇଛନ୍ତି ସୋମନାଥ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(IIT) ବମ୍ବେର ବାର୍ଷିକ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସମ୍ମିଳନୀ ଟେକଫେଷ୍ଟକୁ ସମ୍ବୋଧିତ କରିବା ସମୟରେ ଏଭଳି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ । ଆଦିତ୍ୟ ଏଲ 1ର ଇଞ୍ଜିନକୁ ନିୟନ୍ତ୍ରିତ ଭାବେ ଅପରେଟ କରିବୁ, ଯାହା ଫଳରେ ଏହା ହେଲୋ ଅର୍ବିଟ ନାମକ କକ୍ଷରେ ପ୍ରବେଶ କରିପାରିବ ବୋଲି ସେ କହିଛନ୍ତି । L1 କକ୍ଷପଥରୁ ସୂର୍ଯ୍ୟର ବାହ୍ୟସ୍ତର (କରୋନା) ଓ କ୍ରୋମୋସ୍ଫିୟର ଉପରେ ଅଧ୍ୟୟନ କରି ନୂଆ ତଥ୍ୟ ସାମ୍ନାକୁ ଆଣିବ ବୋଲି ଆଶା ରଖାଯାଇଛି।

ଲାଗରେଞ୍ଜ ପଏଣ୍ଟ କଣ : ଲାଗରେଞ୍ଜ ପଏଣ୍ଟ ହେଉଛି ଏଭଳି ଏକ କ୍ଷେତ୍ର ଯେଉଁଠାରେ ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ମାଧ୍ୟାକର୍ଷଣ ଶକ୍ତି ନିଷ୍କ୍ରିୟ ହୋଇଯାଇଥାଏ। ତେବେ ଏନେଇ ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ଯେ, "ଏହି ମାଧ୍ୟାକର୍ଷଣକୁ ସମ୍ପୂର୍ଣ୍ଣ ନିରପେକ୍ଷ କରିବା ସମ୍ଭବ ନୁହେଁ । କାରଣ ଚନ୍ଦ୍ର, ମଙ୍ଗଳ ଏବଂ ଶୁକ୍ର ମଧ୍ୟ ରହିଛନ୍ତି। ତେବେ ସମସ୍ତ 6ଟି ପେଲୋଡର ପରୀକ୍ଷଣ କରାଯାଇଛି ଏବଂ ସେମାନେ ଠିକ ଭାବେ କାର୍ଯ୍ୟ କରୁଛନ୍ତି। ସେମାନେ ମଧ୍ୟ ସଠିକ ତଥ୍ୟ ପ୍ରଦାନ କରୁଛନ୍ତି। "

ଏହା ମଧ୍ୟ ପଢନ୍ତୁ: ଉପଲବ୍ଧିର ବର୍ଷ ୨୦୨୩: ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ-ଏଲ ୧ ପ୍ରେରଣରେ ଇସ୍ରୋର ଅସୀମ ସଫଳତା

ପ୍ରକାଶଥାଉକି, ଏହା ପୂର୍ବରୁ ମଧ୍ୟ ଆଦିତ୍ୟ ଏଲ 1 ନେଇ ଅପଡେଟ ପ୍ରଦାନ କରିଥିଲେ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ 1 ଆସନ୍ତା ମାସର ପ୍ରଥମ ସପ୍ତାହରେ ଅର୍ଥାତ 2024 ଜାନୁଆରୀ ମାସରେ ପ୍ରଥମ ସପ୍ତାହରେ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବା ନେଇ କହିଥିଲେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ।

ଚନ୍ଦ୍ରଯାନ-3 ବିଷୟରେ କହିଲେ ଏମିତି: ତେବେ ଭାରତର ମୁନ ମିଶନ ଚନ୍ଦ୍ରଯାନ ନେଇ ସୋମନାଥ କହିଛନ୍ତି, " ତଥ୍ୟ ସଂଗ୍ରହ କରିବାର 14 ଦିନ ପରେ ପ୍ରଜ୍ଞାନ ରୋଭର ସବୁ ଦିନ ପାଇଁ ସ୍ଲିପ ମୋଡକୁ ଚାଲି ଯାଇଥିଲା। ଆମେ ଭାବୁଥିଲୁ ଏହା ପୁନଃ ଆକ୍ଟିଭ ହେବ କିନ୍ତୁ ତାହା ସମ୍ଭବ ହେଲା ନାହିଁ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.