ETV Bharat / science-and-technology

Snapchat Plus ଆଣିବାକୁ ଯାଉଛି ନୂଆ ଫିଚର୍ସ, ଜାଣନ୍ତୁ କଣ - ସ୍ନାପଚାର୍ଟ ଫିଚର୍ସ ଅପଡେଟ୍

ସ୍ନାପଚାଟ୍ ପ୍ଲସ୍ ଆଣିବାକୁ ଯାଉଛି ନୂଆ ଫିଚର୍ସ । ପିଲାମାନେ କାହା ସହ ଚାର୍ଟ କରୁଛନ୍ତି, ଦେଖିପାରିବେ ବାପା ମାଆ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 17, 2022, 7:36 AM IST

ସାନ ଫ୍ରାନ୍ସିସ୍କୋ: ସ୍ନାପଚାଟ୍ ପ୍ଲସ୍ ଆଣିବାକୁ ଯାଉଛି ନୂଆ ଫିଚର୍ସ । ଏଣିକି ୟୁଜର୍ସଙ୍କୁ ନୋଟିସ୍(ଦେଖିବା) କରିପାରିବେ ସେଲିବ୍ରିଟି । କାରଣ ସ୍ନାପଚାଟ୍ ପ୍ଲସ ଆଣୁଛି ଷ୍ଟାଟସ ଭିୟୋର୍ସ ଫିଚର୍ସ । କେଉଁମାନେ ଆପଣଙ୍କ ଷ୍ଟାଟସ ଦେଖିଛନ୍ତି ସେମାନଙ୍କୁ ଦେଖିପାରିବେ ୟୁଜର୍ସ । କେବଳ ସ୍ନାପଚାଟ୍ ପ୍ଲସ୍ ବ୍ୟବହାରକାରୀମାନଙ୍କୁ ମିଳିବ ଏହି ସୁବିଧା ।

ସ୍ନାପଚାଟ୍‌ର ପ୍ରିମିୟମ୍ ସେବା ସ୍ନାପଚାଟ ପ୍ଲସ ଆରମ୍ଭ ହେବାର 6 ସପ୍ତାହ ମଧ୍ୟରେ ଏକ ମିଲିୟନ୍ ବ୍ୟବହାରକାରୀଙ୍କ ପାଖରେ ପହଞ୍ଚିପାରିଛି । କମ୍ପାନୀ କହିଛି ଯେ, ବ୍ୟବହାରକାରୀମାନେ ବର୍ତ୍ତମାନ ଅଧିକ ସ୍ୱତନ୍ତ୍ର features ମଧ୍ୟ ପାଇପାରିବେ । 'Priority Story Replies' ଫିଚର୍ସ ସ୍ନାପଚାଟ୍ ବ୍ୟବହାରକାରୀ ପାଇପାରିବେ । ଏଥିସହ ଇମୋଜି ସେଣ୍ଡ କରିବା ସହ ବ୍ୟାକଗ୍ରାଉଣ୍ଡରେ Bitmoji ମଧ୍ୟ ବ୍ୟବହାରକରିପାରିବେ ଏବଂ ସ୍ନାପଚାଟ୍ ଆପ୍ ଆଇକନରେ ହୋମସ୍କ୍ରିନ୍ ଡିଜାଇନ କରିପାରିବେ । ସ୍ନାପଚଟ୍+ ପ୍ଲାଟଫର୍ମରେ ଉପଲବ୍ଧ ସ୍ୱତନ୍ତ୍ର, ପରୀକ୍ଷାମୂଳକ ଏବଂ ପ୍ରି-ରିଲିଜ୍ ଫିଚର୍ସ ଗୁଡିକ ପାଇଁ ମାସକୁ ଭାରତୀୟ ମୂଲ୍ୟ 221.67 ଟଙ୍କା ଦେବାକୁ ପଡିବ ।

ଏହି ଫିଚର୍ସ ବର୍ତ୍ତମାନ ଆମେରିକା, କାନାଡା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ସାଉଦି ଆରବ, ୟୁଏଇ, ଭାରତ, କୁଏତ, କତାର, ଓମାନ, ବହାରେନ, ଇଜିପ୍ଟ, ଇସ୍ରାଏଲ, ସ୍ୱିଡେନ, ଡେନମାର୍କ, ନରୱେ, ନେଦରଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡ, ଆୟର୍ଲାଣ୍ଡ, ବେଲଜିୟମ, ଫିନଲ୍ୟାଣ୍ଡ ଏବଂ ଅଷ୍ଟ୍ରିଆରେ ଉପଲବ୍ଧ ହେବ । ଏଥିସହ ପ୍ଲାଟଫର୍ମ ଏକ ଇନ୍-ଆପ୍ ଟୁଲ୍ ମଧ୍ୟ ବିକଶିତ କରିଛି, ଯାହା ଅଭିଭାବକମାନଙ୍କୁ ସେମାନଙ୍କ ପିଲାମାନେ କାହା ସହିତ ଚାଟ୍ କରୁଛନ୍ତି ତାହା ଦେଖିବା ପାଇଁ ଅନୁମତି ଦେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.