ETV Bharat / science-and-technology

ବୁଲା ପଶୁଙ୍କ ଦ୍ବାରା ଫସଲ ନଷ୍ଟରୁ ରକ୍ଷା କରିବ ସ୍ମାର୍ଟ ଏକ୍ସ ମାସ ଟ୍ରି - ଏକ୍ସ ମାସ ଟ୍ରିରେ ୪୦୦ ଭୋଲ୍ଟର ଝଟକା

Smart Christmas Tree : କୃଷକଙ୍କୁ ରହିବନି ପଶୁମାନଙ୍କ ଫସଲ ନଷ୍ଟ ସମସ୍ୟା । ୨ ଜଣ ଛାତ୍ର ବନାଇଛନ୍ତି ସ୍ମାର୍ଟ ଏକ୍ସ ମାସ ଟ୍ରି । ଅଧିକ ପଢନ୍ତୁ

ବୁଲା ପଶୁଙ୍କ ଦ୍ବାରା ଫସଲ ନଷ୍ଟରୁ ରକ୍ଷା କରିବ ସ୍ମାର୍ଟ ଏକ୍ସ ମାସ ଟ୍ରି

author img

By ETV Bharat Odisha Team

Published : Dec 25, 2023, 10:34 PM IST

ଗୋରଖପୁର : ଏବେ କୃଷକଙ୍କୁ ପଶୁମାନଙ୍କ ଫସଲ ନଷ୍ଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏଥି ପାଇଁ ଗୋରଖପୁର ସ୍ଥିତ ଆଇଟିଏମ କଲେଜର ୨ ଜଣ ଛାତ୍ର ସ୍ମାର୍ଟ ଏକ୍ସ ମାସ ଟ୍ରି କୁ ତିଆରି କରିଛନ୍ତି । ଏହି ସ୍ମାର୍ଟ ଏକ୍ସ ମାସ ଟ୍ରିରେ ୪୦୦ ଭୋଲ୍ଟର ଝଟକା ଲାଗିବ ଯାହା ଦ୍ବାରା ଖୋଲାରେ ବୁଲୁଥିବା ଆୱାରା ପଶୁମାନଙ୍କୁ ଏହା ଫସଲ ନଷ୍ଟରୁ ପ୍ରତିହତ କରିବ ଯାହା ଦ୍ବାରା କୃଷକଙ୍କ ହାଡଭଙ୍ଗା ପରିଶ୍ରମ ସ୍ବରୂପ ସୁନାର ଫସଲକୁ ସୁରକ୍ଷା ମିଳିପାରିବ । ଏହି ଭଳି ସମୟୋପଯୋଗୀ ଉଦ୍ଭାବନ କରିଛନ୍ତି ଆକାଶ ପାଲ ଓ ଅମନ ଦୁବେ । ସେମାନଙ୍କ ମତରେ ସ୍ମାର୍ଟ ଏକ୍ସ ମାସ ଟ୍ରି ଦ୍ବାରା କୃଷକ ନିଜ ଫସଲକୁ ନେଇ ନିଶ୍ଚିନ୍ତ ରହିପାରିବେ ଓ ଫସଲର କୌଣସି ହାନିର ଭୟ ରହିବ ନାହିଁ ।

ଏହି ସ୍ମାର୍ଟ ଏକ୍ସ ମାସ ଟ୍ରି କୁ ବନାଇଥିବା ଆକାଶ ପାଲ କହିଛନ୍ତି ଯେ ଉତ୍ତର ପ୍ରଦେଶର କିଛି ଇଲାକାରେ କୃଷକ ମାନଙ୍କ ପଶୁ ମାନଙ୍କ ଦ୍ବାରା ଫସଲ ହାନିର ଅଭିଯୋଗ ରହିଥାଏ । ଯାହା ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥାଏ । ଏହି ସମସ୍ୟାର ସମାଧାନ ପାଇଁ ଏହି ଭଳି ସ୍ମାର୍ଟ ଏକ୍ସ ମାସ ଟ୍ରିର ଉଦ୍ଭାବନ କରାଯାଇଛି । ଏହି ଏକ୍ସ ମାସ ଟ୍ରିର ଉଦ୍ଭାବକମାନଙ୍କ ମତରେ ଏକ୍ସ ମାସ ଟ୍ରି ରେ ୪୦୦ ଭୋଲଟର କରେଣ୍ଟ ଉତ୍ପନ୍ନ ହୋଇଥାଏ ଯାହା ପଶୁ ମାନଙ୍କୁ ଫସଲ ଭିତକୁ ପ୍ରବେଶକୁ ନିଷେଧ କରିଥାଏ । ଏହି ଗଛର ଡାଳରେ ୪୦୦ ଭୋଲଟର କାପାସିଟର ଲାଗିଥାଏ ।

ଏହା ମଧ୍ୟ ପଢନ୍ତୁ ... ବିଶ୍ବ ଭାରତୀର ଗବେଷକ ଆବିଷ୍କାର କଲେ ଟାଗୋର, କୃଷି କ୍ଷେତ୍ରରେ ଆଣିବ ପରିବର୍ତ୍ତନ !

ଏହି କାପାସିଟର ସୂର୍ଯ୍ୟ କିରଣ ଦ୍ବାରା ଚାର୍ଜ ହୋଇଥାଏ ଯାହାକୁ କୃଷକ ମାନେ ନିଜ କ୍ଷେତର ଚାରି ପାର୍ଶ୍ବରେ ଲଗାଇବେ । କୌଣସି ପଶୁ ଯଦି ଏହି ଏକ୍ସ ମାସ ଟ୍ରି ମଧ୍ୟ ଦେଇ ପ୍ରବେଶ କରେ ତେବେ ତାର ଅଙ୍ଗ ସ୍ପର୍ଶ ମାତ୍ରକେ ଲାଗିଥିବା କାପାସିଟର ଅନ ହେଇଯିବ । ଯାହା କ୍ଷଣିକ ମଧ୍ୟରେ ୪୦୦ ଭୋଲଟର ମୃଦୁ କରେଣ୍ଟ ଉତ୍ପନ୍ନ କରିବ । ଏହା ଫଳରେ ପଶୁ ମାନେ ଭୟଭୀତ ହୋଇ ଫସଲ ପାଖରୁ ଯିବେ ନାହିଁ । ସେମାନେ ଦୂରେଇ ଯିବା ମାତ୍ରେ ଏହି କାପାସିଟର ବନ୍ଦ ହୋଇଯିବ । ଏହା ଦ୍ବାରା କାହାରି ଜୀବନ ପ୍ରତି ବିପଦ ନାହିଁ । ଏଥିରେ ୩.୭ ଭୋଲଟର ଏକ ବ୍ୟାଟେରୀ ରହିଛି ଯାହା ଅଟୋମାଟିକ ଚାର୍ଜ ହୋଇଥାଏ । ଏହି ଟ୍ରି ଏକ ଦମ ୱାଟର ପ୍ରୁଫ ଅଟେ ।

ଏହାକୁ ପ୍ରସ୍ତୁତ କରିବା ପାଇଁ ୪ ଦିନ ସମୟ ଲାଗିଥିବା ବେଳେ ୩୫୦ ଟଙ୍କା ରେ ଖର୍ଚ୍ଚ ହୋଇଛି । ସେମାନଙ୍କ କଲେଜର ଡାଇରେକ୍ଟର ଏନ କେ ସିଂ କହିଛନ୍ତି ଯେ ଆଇଟିଏମ ଇନୋଭେସନ ଲ୍ୟାବରେ ଛାତ୍ର ମାନେ ବିଭିନ୍ନ ପ୍ରକାର ଲୋକହିତକାରୀ ଆବିଷ୍କାର ଓ ଉଦ୍ଭାବନ କରୁଛନ୍ତି ଯାହା ଦେଶକୁ ବିଜ୍ଞାନ କ୍ଷେତ୍ରରେ ଆଗକୁ ନେବ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.