ETV Bharat / science-and-technology

ଜୀବଜନ୍ତୁଙ୍କ ଜୀବନଧାରଣରେ ବାଧାପ୍ରାପ୍ତ କରାଏ ଶବ୍ଦ ପ୍ରଦୂଷଣ - ପଶୁପକ୍ଷୀଙ୍କ ଉପରେ ଶବ୍ଦ ପ୍ରଦୂଷଣର ପ୍ରଭାବ

ପ୍ରଦୂଷଣ ପଶୁପକ୍ଷୀମାନଙ୍କର ବଞ୍ଚିବା କ୍ଷମତାକୁ ଆଘାତ କରେ । ମନୁଷ୍ୟ ନିର୍ମିତ କେତେକ ଉଚ୍ଚ ଶବ୍ଦ ସ୍ତରର ପ୍ରଭାବରେ ବନ୍ୟଜନ୍ତୁଙ୍କ ମଧ୍ୟରେ ପ୍ରଜନନ କ୍ଷମତା ହ୍ରାସ କରିବା ସହ ସେମାନଙ୍କୁ ଚାପଗ୍ରସ୍ତ କରିଥାଏ । ଅଧିକ ପଢନ୍ତୁ...

ଜୀବଜନ୍ତୁଙ୍କ ଜୀବନଧାରଣରେ ବାଧାପ୍ରାପ୍ତ କରାଏ ଶବ୍ଦ ପ୍ରଦୂଷଣ

author img

By

Published : Feb 6, 2021, 6:55 AM IST

Updated : Feb 16, 2021, 7:31 PM IST

ହାଇଦ୍ରାବାଦ: ଶଦ୍ଦ ପ୍ରଦୂଷଣ ଦ୍ବାରା ଜୀବ ସମାଜ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ବିଶେଷକରି ଏହି ପ୍ରଦୂଷଣ ପଶୁପକ୍ଷୀମାନଙ୍କର ବଞ୍ଚିବା କ୍ଷମତାକୁ ଆଘାତ କରେ । ଶବ୍ଦ ପ୍ରଦୂଷଣର ପ୍ରାଣୀମାନଙ୍କ ଶାରୀରିକ ଓ ଆଚରଣଗତ ପ୍ରଭାବ ରହିଥିବା ବିଭିନ୍ନ ଅଧ୍ୟୟନରୁ ଦାବି ହୋଇଛି । ମନୁଷ୍ୟ ନିର୍ମିତ କେତେକ ଉଚ୍ଚ ଶବ୍ଦ ସ୍ତରର ପ୍ରଭାବରେ ବନ୍ୟଜନ୍ତୁଙ୍କ ମଧ୍ୟରେ ପ୍ରଜନନ କ୍ଷମତା ହ୍ରାସ ପାଇବା ସହ ସେମାନଙ୍କୁ ଚାପଗ୍ରସ୍ତ କରିଥାଏ । ୟୁରୋପ ଏବଂ ଉତ୍ତର ଆମେରିକାରେ ହୋଇଥିବା ବିଭିନ୍ନ ଅଧ୍ୟୟନରୁ ଏ ସମ୍ପର୍କରେ ବିଶେଷ ଆଲୋକପାତ କରାଯାଇଛି ।

ଜୀବଜନ୍ତୁଙ୍କ ଜୀବନଧାରଣରେ ବାଧାପ୍ରାପ୍ତ କରାଏ ଶବ୍ଦ ପ୍ରଦୂଷଣ
ଜୀବଜନ୍ତୁଙ୍କ ଜୀବନଧାରଣରେ ବାଧାପ୍ରାପ୍ତ କରାଏ ଶବ୍ଦ ପ୍ରଦୂଷଣ

କୋହାଳହ ପ୍ରାଣୀମାନଙ୍କ ସ୍ନାୟବିକ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇପାରେ, ସେମାନଙ୍କ ହୃଦସ୍ପଦନ ଏବଂ ଚାପସ୍ତରକୁ ବୃଦ୍ଧି କରିପାରେ ବୋଲି ବିଭିନ୍ନ ମାଙ୍ଗଳିକ ପର୍ବ ଓ ବିଜୟ ଶୋଭାଯାତ୍ରାରେ ବାଣ ବ୍ୟବହାର ହ୍ରାସ କରିବାକୁ ଦିଗରେ ଓକିଲାତି କରୁଥିବା ଡକ୍ଟର ଖନ୍ନା ପ୍ରକାଶ କରିଛନ୍ତି ।

ଏକ୍ସଟେର ବିଶ୍ବବିଦ୍ୟାଳର 2014 ଅଧ୍ୟୟନରୁ ଜଣାପଡିଛି ଯେ, ଉଚ୍ଚ ଶବ୍ଦ ଉଉରୋପୀୟ ପ୍ରାଣୀ ଇଲରର ବଞ୍ଚିବାର ସମ୍ଭାବନାକୁ କିପରି ପ୍ରଭାବିତ କରିଛି । ଯେତେବେଳେ ଇଲ ଜାହଜ ଶବ୍ଦର ସମ୍ମୁଖୀନ ହୁଏ, ସେମାନେ ବିଭ୍ରାନ୍ତ ହୋଇ ଶିକାରୀ ଦ୍ବାରା ଧରାପଡିବାର ସମ୍ଭାବନା ଅଧିକ ରହିଥାଏ ।

ସାଧାରଣତଃ ସହରାଞ୍ଚଳରେ ରାସ୍ତାଘାଟ ଏବଂ ବିଭିନ୍ନ ନିର୍ମାଣରୁ ସୃଷ୍ଟି ହେଉଥିବା ଉଚ୍ଚ ଧ୍ବନି ଜୀବବନ୍ତୁଙ୍କ ମଧ୍ୟରେ ନକରାତ୍ମକ ପ୍ରଭାବର ସୃଷ୍ଟି କରିବାର ମୁଖ୍ୟ ଉତ୍ସ । ଏହି ସବୁ ଶବ୍ଦ ଯୋଗୁଁ ରାସ୍ତା ନିକଟବର୍ତ୍ତୀ ରହୁଥିବା ପକ୍ଷୀମାନଙ୍କର ପ୍ରଜନନ କ୍ଷମତା ହ୍ରାସ ହୋଇଛି ବୋଲି 2005 ମସିହାରେ ଭର୍ଜିନିଆ ବିଶ୍ବ ବିଦ୍ୟାଳୟ ଦ୍ବାରା ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି । ସେହିପରି କେତେକ ପ୍ରାଣୀ କୋଳହଳପୂର୍ଣ୍ଣ ପରିବେଶ ସହିତ ଖାପ ଖୁଆଇଥାନ୍ତି । ଏହାର ଅର୍ଥ ନୁହେଁ ଯେ ସେମାନେ ଏହି ଶବ୍ଦ ଦ୍ବାରା ଆଘାତ ପାଇନଥାନ୍ତି ।

ସାଧାରଣତଃ ପକ୍ଷୀମାନେ ଟ୍ରାଫିକ ଶବ୍ଦ ସହ ଅଭ୍ୟାସରତ ନୁହଁନ୍ତି ଏବଂ ଏହିସବୁ ଶବ୍ଦ ସେମାନଙ୍କ ଶରୀରରେ ଚାପ ବୃଦ୍ଧି କରିବା ସହ ବଂଶ ବୃଦ୍ଧି କ୍ଷମତାକୁ କମ୍ କରିଥାଏ । ଜେବ୍ରା ଫିଞ୍ଚରେ ସୃଷ୍ଟି ଶବ୍ଦ ସେମାନଙ୍କ ସ୍ବାସ୍ଥ୍ୟକ୍ଷେତ୍ରରେ ପ୍ରଭାବ ପକାଇଥାଏ । ରକ୍ତରେ ସାଧାରଣ ଗ୍ଲୁକୋକୋରର୍ଟିକେଡ ପ୍ରୋଫାଇଲକୁ ଟ୍ରାଫିକ ଶବ୍ଦ ନଷ୍ଟ କରିଥାଏ । ଏଥିସହ ଶବ୍ଦ ପ୍ରଭାବିତ ନବଜନ୍ମତ ପକ୍ଷୀ ସ୍ବାଭାବିକ ନବଜାତ ଠାରୁ ଆକାରରେ ଛୋଟ ହୋଇଥାଏ ।

ବିଶେଷଜ୍ଞଙ୍କ ଦାବି ମୁତାବକ, ବିଭିନ୍ନ ପ୍ରଜାତିର ପଶୁପକ୍ଷୀମାନେ ଇଚ୍ଛାଯୋଗ୍ୟ ବାସସ୍ଥାନ ପାଇବା, ସାଥୀ ଖୋଜିବା, ଶାବକମାନଙ୍କୁ ଉଡା ଶିଖାଇବା, ବଂଶର ସୁରକ୍ଷା ପାଇଁ ଧ୍ବନି ବା ଶବ୍ଦ ଉପରେ ନିର୍ଭରଶୀଳ । ମାତ୍ର ମନୁଷ୍ୟକୃତ ଶବ୍ଦ ପ୍ରଦୂଷଣ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗାଯୋଗ ସଙ୍କେତରେ ବାଧା ସୃଷ୍ଟି କରିଥାଏ । ଯାହା ଏକ ଅଧ୍ୟୟନରେ ଦର୍ଶାଯାଇଛି ।

ସହରରେ ଗତିବିଧି ଦ୍ବାରା ସୃଷ୍ଟି ହେଉଥିବା ଶବ୍ଦ ଯଥା, ଗାଡିମଟର ଚଳାଚଳ, ବାଣଫୁଟା, ନିର୍ମାଣସ୍ଥଳରେ ବିସ୍ଫୋରଣ ପ୍ରାଣୀମାନଙ୍କ କ୍ଷେତ୍ରରେ ଅନେକ ସମସ୍ୟା ସୃଷ୍ଟି କରେ । ଏହା ସେମାନଙ୍କୁ ଆତଙ୍କିତ କରିପାରେ, ରକ୍ତଚାପକୁ ବହୁଗୁଣିତ କରିପାରେ ଏବଂ କିଛି ପଶୁ ପକ୍ଷୀଙ୍କ ମିଳନରେ ମଧ୍ୟ ବାଧାପ୍ରାପ୍ତ କରିପାରେ । ଏହା ସେମାନଙ୍କ ଆଚରଣରେ ମଧ୍ୟ ପରିବର୍ତ୍ତନ ଆଣିପାରେ । ବିଭିନ୍ନ ଭୟ ପ୍ରଦାନକାରୀ ଶବ୍ଦରୁ ରକ୍ଷା ପାଇବା ପାଇଁ ଏହି ପ୍ରାଣୀମାନେ ସାଧାରଣତଃ ଦୌଡିଥାନ୍ତି । ଫଳରେ ସେମାନଙ୍କ ଶରୀର ଆଡ୍ରେନାଲିନ ବାହାର କରିଥାଏ । ଯଦ୍ବାରା ଏମାନଙ୍କର ହୃଦଘାତ ଓ ସକ୍ କାରଣରୁ ମୃତ୍ୟୁ ହୋଇପାରେ ବୋଲି ବରିଷ୍ଠ ପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି ।

ଏହିସବୁ ଗବେଷଣା ପ୍ରମାଣିତ କରେ ଯେ ମନୁଷ୍ୟକୃତ ଶବ୍ଦ ଦ୍ବାରା ପଶୁପକ୍ଷୀମାନଙ୍କ ଯୋଗଯୋଗ ଓ ବୁଝାମଣା ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ । ଯାହା ସେମାନଙ୍କ ଜୀବନଧାରଣକୁ ପ୍ରଭାବିତ କରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2021, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.