ETV Bharat / science-and-technology

ଗୁଗୁଲ ଆଣିଲା ନୂଆ ଫିଚର, ଗୁଗୁଲ ଆସିଷ୍ଟାଣ୍ଟରେ ପଠାଇହେବ ଅଡିଓ ମେସେଜ

author img

By

Published : Aug 21, 2020, 6:17 PM IST

Updated : Feb 16, 2021, 7:31 PM IST

ଗୁଗୁଲରେ ଏବେ ଅଡିଓ ମେସେଜ ଭାବେ ନୂଆ ଫିଚର ଜୋଡି ହୋଇଛି । ଏହି ଫିଚର କେବଳ ଇଂରାଜୀ ଓ ବ୍ରାଜିଲ ତଥା ପର୍ତ୍ତୁଗୀଜ ଭାଷାରେ ଉପଲବ୍ଧ ହେବ ।

send audio messages
ଗୁଗୁଲ ଆଣିଲା ଗୁଗୁଲ ଆସିଷ୍ଟାଣ୍ଟ

ନୂଆଦିଲ୍ଲୀ: ବହୁ ଲୋକପ୍ରିୟ ସୋସିଆଲ ନେଟୱାର୍କିଙ୍ଗ ସାଇଟ ଗୁଗୁଲରେ ଏବେ ଅଡିଓ ମେସେଜ ଭାବେ ନୂଆ ଫିଚର ଜୋଡି ହୋଇଛି । ଏହି ଫିଚର କେବଳ ଇଂରାଜୀ ଓ ବ୍ରାଜିଲ ତଥା ପର୍ତ୍ତୁଗୀଜ ଭାଷାରେ ଉପଲବ୍ଧ ହେବ । ଏହାସହିତ ଏହା ଗୁଗୁଲ୍ ଆସିଷ୍ଟାଣ୍ଟ ଫିଚର ଦ୍ବାରା ଆପଣଙ୍କର ବ୍ରାଉଜର ବର୍ତ୍ତମାନ ୱେବ ଆର୍ଟିକିଲକୁ ଉଚ୍ଚ ସ୍ବରରେ ପଢିପାରିବାରେ ଏହା ସମର୍ଥ ହେବ ।

ଗୁଗୁଲ ତାର ନୂଆ ଫିଚର ଭାବେ ଆସିଷ୍ଟାଣ୍ଟରେ ଗ୍ରାହକଙ୍କ ପାଇଁ ଏହି ସୁବିଧା ଦେଇଛି । ଯେଉଁଥିରେ ଜଣେ ୟୁଜର୍ସ ନିଜ ସ୍ମାର୍ଟଫୋନରେ ମାଇକ ଆଇକନ ବିନା ମଧ୍ୟ ଅଡିଓ ମେସେଜ ପଠାଇ ପାରିବେ ।

send audio messages
ଗୁଗୁଲ ଆସିଷ୍ଟାଣ୍ଟର ବ୍ୟବହାର

ଯେତେବେଳେ ଆପଣଙ୍କର ଆଣ୍ଡ୍ରଏଡ ଫୋନରେ ଆପଣଙ୍କ ବ୍ରାଉଜରରେ କିଛି ୱେବ ଆର୍ଟିକିଲ ପ୍ରଦର୍ଶିତ ହୁଏ, ସେତେବେଳେ ଆପଣ କହିପାରିବେ, “ ହାଏ ଗୁଗଲ, ଏହାକୁ ପଢନ୍ତୁ”( "Hey Google, read it") କିମ୍ବା “ହେ ଗୁଗଲ, ଏହି ପୃଷ୍ଠାକୁ ପଢ”("Hey Google, read this page" ) । ଆପଣଙ୍କ ଠାରୁ ଏହି ଅଡିଓ ମେସେଜର ନିର୍ଦ୍ଦେଶ ପାଇବା ପରେ ଏହା ସାଙ୍ଗେସାଙ୍ଗେ ୱେବ ପୃଷ୍ଠାର ବିଷୟବସ୍ତୁକୁ ଉଚ୍ଚ ସ୍ବରରେ ପଢିବ ବୋଲି କମ୍ପାନୀ ପକ୍ଷରୁ ନିଜ ବିବୃତିରେ ସୂଚନା ଦିଆଯାଇଛି ।

ଅଡିଓ ବାର୍ତ୍ତା ପଠାଇବା ଠାରୁ ଆରମ୍ଭ କରି ସେଲଫି ନେବା ପର୍ଯ୍ୟନ୍ତ, ଏହି ନୂତନ ଫିଚର ଉପଭୋକ୍ତାମାନଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରିବ । ଏହାସହ ଉପଭୋକ୍ତାଙ୍କୁ ନିକଟସ୍ଥ କୌଣସି ରେଷ୍ଟୁରାଣ୍ଟ ଖାଦ୍ୟ ଯୋଗାଇଦେବା ସହ ଟେକ ଆଉଟ ପ୍ରଦାନ କରୁଥିବା ରେଷ୍ଟୁରାଣ୍ଟକୁ ଖୋଜିବାରେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବ ।

send audio messages
ଗୁଗୁଲ ଆସିଷ୍ଟାଣ୍ଟ ଦ୍ବାରା ପଠାଇହେବ ଅଡିଓ ମେସେଜ

ଏହାବାଦ "ଆରେ ଗୁଗୁଲ୍, ସେଲଫି ନିଅ," ଏଭଳି ନିର୍ଦ୍ଦେଶରେ ଆସିଷ୍ଟାଣ୍ଟ ବର୍ତ୍ତମାନ ତୁମର ଫୋନର ସାମ୍ନା କ୍ୟାମେରା ଖୋଲି ତିନୋଟି ଫଟୋ ମଧ୍ୟ ଉଠାଇ ପାରିବ ।

ଆହୁରି ମଧ୍ୟ କମ୍ପାନୀ ପକ୍ଷରୁ କହାଯାଇଛି ଯେ, ତୁମେ ତୁମର ଫୋନରୁ ଯେପରିକି ତୁମ ସ୍ବର ବ୍ୟବହାର କରି କିଛି ଆର୍ଟିକିଲ କିମ୍ବା ଫଟୋ ମଧ୍ୟ ସେୟାର କରିପାରିବେ ।

ଗୁଗୁଲ ଆସିଷ୍ଟାଣ୍ଟର ବ୍ୟବହାର:

-ପଠାଇ ପାରିବେ ଅଡିଓ ମେସେଜ

-ୱେବ ଆର୍ଟିକିଲ ପଢିବାରେ ହେବ ସହାୟକ

-ଉଠାଇ ପାରିବ ସେଲ୍ଫି

-ଆପଣଙ୍କ ପ୍ରିୟ ବନ୍ଧୁଙ୍କୁ କରିପାରିବେ କଲ କିମ୍ବା ଟେକ୍ସ

-ନିଜର ପସନ୍ଦର କନଣ୍ଟେନକୁ ସେୟାର କରିପାରିବେ

Last Updated : Feb 16, 2021, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.