ETV Bharat / science-and-technology

ମସ୍ତିଷ୍କ ଆଘାତକୁ ଚିହ୍ନଟ ଏବଂ ପ୍ରତିରୋଧ କରିବାରେ ସାହାଯ୍ୟ କରିବ 'ସ୍ମାର୍ଟ ହେଲମେଟ'

ବ୍ରେନ ଷ୍ଟ୍ରୋକ ଏବଂ ମସ୍ତିଷ୍କ ଆଘାତଜନିତ ରୋଗୀଙ୍କ ମସ୍ତିଷ୍କର ଫୁଲା ଉପରେ ନଜର ରଖିବା ପାଇଁ ‘ସ୍ମାର୍ଟ ହେଲମେଟ’ ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଉଛି।

'ସ୍ମାର୍ଟ ହେଲମେଟ'
'ସ୍ମାର୍ଟ ହେଲମେଟ'
author img

By

Published : Dec 11, 2020, 8:14 PM IST

Updated : Feb 16, 2021, 7:31 PM IST

ସିସିରୋ, ଅଷ୍ଟ୍ରେଲିଆ: ଚିକିତ୍ସା ବିଜ୍ଞାନରେ ଆଉ ଏକ ସଫଳତା । ମସ୍ତିଷ୍କ ଆଘାତ ଓ ମସ୍ତିଷ୍କ ଫୁଲା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ସହାୟକ ହେବ 'ସ୍ମାର୍ଟ ହେଲମେଟ' । ଏହା ଏହି ମସ୍ତିଷ୍କ ଜନିତ ଆଘାତର ଗତିବିଧିକୁ ଚିହ୍ନଟ କରିବା ସହ ଏହାକୁ ପ୍ରତିରୋଧ କରିବ ।

ଅଷ୍ଟ୍ରେଲିଆର ରାଷ୍ଟ୍ରୀୟ ବିଜ୍ଞାନ ଏଜେନ୍ସି CSIRO ର ଅନୁସନ୍ଧାନକାରୀମାନେ ନୂତନ ପ୍ରତିରୋପଣଯୋଗ୍ୟ ଉପକରଣ ପ୍ରସ୍ତୁତ କରିଛନ୍ତି, ଯାହା ମସ୍ତିଷ୍କ ଉପରେ ପଡୁଥିବା ଆଘାତ ଓ ଅସ୍ତ୍ରୋପଚାର ପରେ ରୋଗୀଙ୍କୁ ମନିଟର କରିବା କ୍ଷେତ୍ରରେ ସାହାଯ୍ୟ କରିବ । ବ୍ରେନ ଷ୍ଟ୍ରୋକ ଏବଂ ମସ୍ତିଷ୍କ ଆଘାତଜନିତ ରୋଗୀଙ୍କ ମସ୍ତିଷ୍କର ଫୁଲା ଉପରେ ନଜର ରଖିବା ପାଇଁ ‘ସ୍ମାର୍ଟ ହେଲମେଟ’ ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଉଛି।

ବର୍ତ୍ତମାନ ବିଶେଷଜ୍ଞମାନେ ଅଷ୍ଟ୍ରେଲିୟ କମ୍ପାନୀ ଆନାଟୋମିକ୍ସକୁ ପ୍ରଦାନ କରାଯାଇଥିବା ଅଷ୍ଟ୍ରେଲିୟା ସରକାରୀ ଅନୁଦାନ1 ମିଲିୟନ ଡଲାରର ବ୍ୟବହାର କରି ମସ୍ତିଷ୍କ ଆଘାତ ଓ ମସ୍ତିଷ୍କ ଫୁଲା ରୋଗୀଙ୍କ ଉପରେ ନଜର ରଖିବା ପାଇଁ ଏହି 'ସ୍ମାର୍ଟ ହେଲମେଟ'କୁ ବିକଶିତ କରିବେ ।

CSIROର ବିଶେଷଜ୍ଞ ଏବଂ ଡିଜିଟାଲ୍ ସ୍ପେଶାଲିଷ୍ଟର ସୂଚନା ଅନୁସାରେ, ଡକ୍ଟର ଉମୁଟ ଗୁଭେନ୍ସ କହିଛନ୍ତି ଯେ, ମସ୍ତିଷ୍କ ଆଘାତରେ ସାରା ବିଶ୍ବରେ 69 ନିୟୁତ ଲୋକଙ୍କୁ ପ୍ରଭାବିତ ହୋଇଥାନ୍ତି । ଯେଉଁମାନଙ୍କ ମଧ୍ୟରେ 7ଲକ୍ଷ ଅଷ୍ଟ୍ରେଲୀୟ ମଧ୍ୟ ଅଛନ୍ତି । ତେବେ ପ୍ରତି ତିନି ଜଣଙ୍କ ମଧ୍ୟରେ ଅତି ହାଇ ଫ୍ରିକ୍ୟୁଏନ୍ସି କ୍ରିନିକ ଇପିଲେପ୍ସିର ଶିକାର ହେବାର ସମ୍ଭାବନା ରହିଛି ।

ଏନେଇ ଡାକ୍ତର ଗୁଭେଙ୍କ କହିଛନ୍ତି, “ଅସ୍ତ୍ରୋପଚାର ପରେ ମସ୍ତିଷ୍କର ଗତିବିଧି ଉପରେ ନଜର ରଖିବା ବିଶେଷ ଗୁରୁତ୍ବପୂର୍ଣ୍ଣ । କାରଣ ନିୟମିତ ଭାବରେ ମସ୍ତିଷ୍କ ଉପରେ ଆଘାତ ହୋଇପାରେ, ଯାହାଦ୍ବାରା ରୋଗୀମାନେ ଏପିପ୍ଲେସି ରୋଗରେ ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି।

“ବର୍ତ୍ତମାନର ମନିଟରିଂ କୌଶଳ ଦ୍ବାରା ଆଭ୍ୟନ୍ତରୀୟ ମସ୍ତିଷ୍କ ଘାତକକୁ ସାଧାରଣ ଭାବେ ଚିହ୍ନଟ କରିବା ଭାରି କଷ୍ଟସାଧ୍ୟ । କେବଳ ହସ୍ପିଟାଲର ଥିବା ସ୍ବାସ୍ଥ୍ୟ ସାମଗ୍ରୀ ଓ ଉପକରଣକୁ ବ୍ୟବହାର କରି 24 ଘଣ୍ଟାରୁ କମ ସମୟରେ ଏହାକୁ ଚିହ୍ନଟ କରିବା କଷ୍ଟକର । ଏହା ସବୁସମୟରେ ନହୋଇ କେବଳ ସେହି ସମୟ ପାଇଁ ମସ୍ତିଷ୍କର ଗତିବିଧି ଉପରେ ସଂକ୍ଷିପ୍ତ ସ୍ନାପସଟ ପ୍ରଦାନ କରିଥାଏ ।

ମସ୍ତିଷ୍କ ଫୁଲା, ଅସ୍ତ୍ରୋପଚାର ସମୟ ଏବଂ ରୋଗୀର ଆସୁଥିବା ସ୍ବାସ୍ଥ୍ୟ ଫଳାଫଳ ତଥ୍ୟର ସମ୍ମିମିଶ୍ରଣ ମଧ୍ୟ ସର୍ବୋତ୍ତମ ରୋଗୀର ଚିକିତ୍ସା ପାଇଁ ସେତେ ସଫଳ ହୋଇ ନଥିବାବେଳେ, ପୁନଃନିର୍ମାଣକାରୀ କ୍ରାନିଓପ୍ଲାଷ୍ଟି କରିବା ପାଇଁ ଅଧିକ ଅଧ୍ୟୟନକୁ ସକ୍ଷମ କରିବ ଅନୁସନ୍ଧାନ ଯାହା ଶେଷରେ ଭବିଷ୍ୟତର ଚିକିତ୍ସା ନିଷ୍ପତ୍ତି ଉପରେ ପ୍ରଭାବ ପକାଇବ |

Last Updated : Feb 16, 2021, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.