ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଧୀରେ ଧୀରେ ବିଜ୍ଞାନର ଅଗ୍ରଗତି ସହିତ ନୂଆ ନୂଆ ଜ୍ଞାନକୌଶଳର ମଧ୍ୟ ଉଦ୍ଭାବନ ହେଉଛି । ଏହି ଜ୍ଞାନକୌଶଳଗୁଡିକ ଭଲ କ୍ଷେତ୍ରରେ ବ୍ୟବହାର ସହିତ ଖରାପ ଉପାୟରେ ମଧ୍ୟ ବ୍ୟବହାର ହେଉଛି । ଏହାସହିତ ସାଇବର କ୍ରାଇମ ମଧ୍ୟ ବଢୁଛି । ତେବେ ବର୍ତ୍ତମାନ ସର୍ବବୃହତ ଅଘୋଷିତ ଯୁଦ୍ଧ କେବଳ ଆଣବିକ କାର୍ଯ୍ୟକ୍ରମ କିମ୍ବା ଅନ୍ୟ କୌଣସି ପ୍ରଯୁକ୍ତିବିଦ୍ୟା ସହିତ ଜଡିତ ହୋଇ ରହିନାହିଁ । ବାସ୍ତବରେ ଏହା ସମ୍ପୂର୍ଣ୍ଣ ଭିନ୍ନ ଯୁଦ୍ଧକ୍ଷେତ୍ର, ଯାହାକି ସାଇବର ସ୍ପେସରେ ଘଟୁଛି ।
କୌଣସି ବ୍ୟକ୍ତି ସଂପର୍କରେ ତଥ୍ୟ ହାସଲ କରିବାକୁ ହେଲେ ତା'ର ସୋସିଆଲ ମିଡିଆକୁ ହ୍ୟାକ୍ କରାଯାଇ ଉକ୍ତ ବ୍ୟକ୍ତି ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ମିଳିପାରୁଛି । ତେବେ ଏହା ପଛରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବା ମନୁଷ୍ୟର ଜ୍ଞାନକୌଶଳ କାମ କରୁଛି । ସାଇବର ସ୍ପେସ୍ ସମ୍ପୂର୍ଣ୍ଣ ଭାବରେ ମାନବ-ନିର୍ମିତ ଏବଂ ଏହାର ଡିଜାଇନ୍, ସୃଷ୍ଟି, ରକ୍ଷଣାବେକ୍ଷଣ, ମାଲିକାନା ଏବଂ ଦେଶରେ ଉଭୟ ସରକାର ଓ ବେସରକାରୀ ଅଂଶୀଦାରଙ୍କ ଦ୍ବାରା ପରିଚାଳିତ କରାଯାଉଛି । ଟେକ୍ନୋଲୋଜି ପରିବର୍ତ୍ତନର ପ୍ରତିକ୍ରିୟାରେ ଏହା କ୍ରମାଗତ ଭାବରେ ପରିବର୍ତ୍ତନ ହେଉଛି ।
କୃତ୍ରିମ ଇଣ୍ଟେଲିଜେନ୍ସ, ମାନବ ବିହୀନ ଡ୍ରୋନ୍, ସାଇବର ଆକ୍ରମଣ ଏବଂ ଜିପିଏସ୍ ଟ୍ରାକିଂ ବର୍ତ୍ତମାନ ବିଶ୍ବ ବିବାଦରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଏହି ଆକ୍ରମଣ ବ୍ୟକ୍ତି, ସଂଗଠନ ଏବଂ ରାଷ୍ଟ୍ର-ରାଜ୍ୟ ଦ୍ବାରା କରାଯାଉଛି । ପ୍ରତିଦିନ ବିଶ୍ବରେ କମ୍ପ୍ୟୁଟର ଏବଂ ନେଟୱାର୍କ ବିରୁଦ୍ଧରେ ହଜାରରୁ ଅଧିକ ଆକ୍ରମଣ କରାଯାଇଥାଏ, ଯେଉଁଥିରେ ହ୍ୟାକରମାନେ ଦୁର୍ବଳତା ଖୋଜନ୍ତି, ସୀମିତ ସିଷ୍ଟମକୁ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି । ପରେ ତଥ୍ୟ ଚୋରୀ କରନ୍ତି କିମ୍ବା ନେଟୱାର୍କ ଦୁର୍ନୀତି କରନ୍ତି । ଏହି ହ୍ୟାକରମାନେ କେବଳ ବ୍ୟାଙ୍କ କିମ୍ବା କ୍ରେଡିଟ କାର୍ଡ କମ୍ପାନୀକୁ ଟାର୍ଗେଟ କରିନଥାନ୍ତି ବରଂ ସରକାରୀ ଏବଂ ପ୍ରତିରକ୍ଷା ବିଭାଗକୁ ମଧ୍ୟ ନିଜର ଟାର୍ଗେଟରେ ରଖିଥାନ୍ତି । ଏହି ସବୁ ପାଇଁ ସାଇବର ଯୁଦ୍ଧ ଏବଂ ଏହାର ସବିଶେଷ ତଥ୍ୟ ସାଇବର ସିକ୍ୟୁରିଟି ଏକ୍ସପର୍ଟ ତଥା ସାଇବର ସିକ୍ୟୁରିଟି ଆସୋସିଏସନ୍ ଅଫ୍ ଇଣ୍ଡିଆର ଡାଇରେକ୍ଟର ଜେନେରାଲ କର୍ଣ୍ଣଲ ଇନ୍ଦରଜିତ ସିଂ ଅଧିକ ସୂଚନା ଦେଇଛନ୍ତି ।
ସାଇବର ହ୍ୟାକରମାନେ ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସଂସ୍ଥାଗୁଡିକର ସାଇଟଗୁଡିକୁ ହ୍ୟାକ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟଗୁଡିକୁ ସଂଗ୍ରହ କରିଥିାନ୍ତି । ତେବେ ସାଇବର ହ୍ୟାକରମାନଙ୍କ ଟାର୍ଗେଟର ଶିକାର ହେଉଥିବା ସଂସ୍ଥାଗୁଡିକ ହେଉଛି: -
- ସ୍ବାସ୍ଥ୍ୟବିଭାଗ
- ସରକାରୀ ସଂସ୍ଥା
- ଶିକ୍ଷାବିଭାଗ
- ଫାଇନାନ୍ସିଆଲ ସର୍ଭିସ
- ଉତ୍ପାଦକ ସଂସ୍ଥା
ସରକାରୀ ଏଜେନ୍ସିଗୁଡିକ ହ୍ୟାକରଙ୍କଠାରୁ ଗୁପ୍ତ ତଥ୍ୟ ଏବଂ ବ୍ଲୁପ୍ରିଣ୍ଟ ସୁରକ୍ଷିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏହି ଗୁରୁତ୍ବପୂର୍ଣ୍ଣ ତଥ୍ୟଗୁଡିକୁ ସୁରକ୍ଷିତ ରଖିବା ପାଇଁ ସରକାରୀ ଏଜେନ୍ସିଗୁଡିକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥାଏ । କାରଣ ଏହି ତଥ୍ୟଗୁଡିକ ଲିକ୍ ହୋଇଗଲେ ଏହା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥାଏ । ସାଇବର ଭାଷାରେ ସେହି ବିପଦଗୁଡିକର ସ୍ବତନ୍ତ୍ର ନାମ ରହିଛି । ତେବେ ସେଗୁଡିକ ହେଉଛି:-
- ଡାଟା ସ୍କ୍ରେପିଙ୍ଗ
- କିଷ୍ଟ୍ରୋକ ଥେଫ୍ଟ
- ୱର୍ମ୍ସ ଓ ତ୍ରୋଜାନ ହର୍ସେସ
- ରିମୋଟ ପୋର୍ଟ ସ୍କାନିଂ
- ମାଲୱାର
- ସ୍ପୁଫିଙ୍ଗ
- ପିଙ୍ଗ ଫ୍ଲଡ୍ସ
- ସ୍ମର୍ଫିଙ୍ଗ
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଆଗମନ ହ୍ୟାକରମାନଙ୍କୁ କମ୍ପ୍ୟୁଟର ହ୍ୟାକିଂ ଅଧିକ ସୁଯୋଗ ସୃଷ୍ଟି କରୁଛି । ହ୍ୟାକରମାନେ ବ୍ୟାଙ୍କିଂ ସିଷ୍ଟମ୍, ବିମାନବନ୍ଦର ଫ୍ଲାଇଟ୍ ଟ୍ରାକିଂ, ହସ୍ପିଟାଲ୍ ରେକର୍ଡ, ଦେଶର ଆଣବିକ ଶକ୍ତି ରିଆକ୍ଟର ଚଳାଉଥିବା କାର୍ଯ୍ୟକ୍ରମଗୁଡିକର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟଗୁଡିକୁ ସଂଗ୍ରହ କରି ନେଉଛନ୍ତି । ତେବେ ସରକାରୀ ଏଜେନ୍ସିଗୁଡିକ ମଧ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟଗୁଡିକୁ ସଂରକ୍ଷିତ କରିବା ପାଇଁ ସମସ୍ତ ପ୍ରଚେଷ୍ଟା କରୁଛନ୍ତି । ଆର୍ଟିଫିସିଆଲ ଅଣ୍ଟେଲିଜେନ୍ସି ହ୍ୟାକରମାନଙ୍କଠାରୁ ତଥ୍ୟଗୁଡିକୁ ସୁରକ୍ଷିତ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ । ଏଣୁ କୃତ୍ରିମ ଇଣ୍ଟେଲିଜେନ୍ସ ଏବଂ ମେସିନ୍ ଲର୍ନିଂ କ୍ଷମତା ଆଦିକୁ ବ୍ୟବହାର କରି ସରକାରୀ ଏଜେନ୍ସିଗୁଡିକ ଆକ୍ରମଣକାରୀଙ୍କ ଦ୍ବାରା ସୃଷ୍ଟି ହୋଇଥିବା ଉଚ୍ଚ-ଟାର୍ଗେଟେଡ୍, କଷ୍ଟମ୍-ପ୍ରସ୍ତୁତ ମାଲୱେର୍ ଶୀଘ୍ର ଚିହ୍ନଟ କରିବା ସହିତ ଏହାକୁ ଅକାମୀ କରିଥାନ୍ତି । ଫଳରେ ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟଗୁଡିକ ସଂରକ୍ଷିତ ହୋଇ ରହିଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ