ETV Bharat / science-and-technology

PM Modi In ISRO: 'ଚନ୍ଦ୍ରଯାନ-3ର ସଫଳତାରେ ମହିଳା ବୈଜ୍ଞାନିକଙ୍କ ଭୂମିକା ମହତ୍ତ୍ବପୂର୍ଣ୍ଣ' - ଚନ୍ଦ୍ରଯାନ 3ର ସଫଳତା

ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟକୁ ଯାଇ ବୈଜ୍ଞାନିକଙ୍କୁ ଭେଟିଲେ ମୋଦି । ଇସ୍ରୋ ବୈଜ୍ଞନିକଙ୍କ ପରିଶ୍ରମକୁ ମୁଁ ସାଲ୍ୟୁଟ କରୁଛି ବୋଲି କହିବା ସହିତ ଚନ୍ଦ୍ରଯାନ-3ର ସଫଳତାରେ ମହିଳା ବୈଜ୍ଞାନିକଙ୍କ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM Modi In ISRO
PM Modi In ISRO
author img

By ETV Bharat Odisha Team

Published : Aug 26, 2023, 12:56 PM IST

ବେଙ୍ଗାଲୁରୁ: ଭାରତର ଐତିହାସିକ ଦିନ ଅର୍ଥାତ ଚନ୍ଦ୍ରଯାନ-3 ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଲ୍ୟାଣ୍ଡିଂ କରିବା ସମୟରେ ବିଦେଶ ଗସ୍ତରେ ଥିଲେ ପ୍ରଧାନମନ୍ତ୍ରୀ ମୋଦି । ଭର୍ଚୁଆଲରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଆଜି ବେଙ୍ଗାଲୁରୁରେ ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିଛନ୍ତି । ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ପହଞ୍ଚି ଚନ୍ଦ୍ରଯାନ-3ର ସଫଳ ଅବତରଣ ପାଇଁ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇ ଆଲିଙ୍ଗନ କରିଥିଲେ । ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ କରିବା ସମୟରେ ମୋଦିଙ୍କ ଆଖିରେ ଆସିଥିଲା ଖୁସିର ଲୁହ । ଆପଣଙ୍କ ପରିଶ୍ରମ ଏବଂ ଧୌର୍ଯ୍ୟକୁ ଯେତେ ପ୍ରଂଶସା କରିଲେ ମଧ୍ୟ କମ ପଡିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ଚନ୍ଦ୍ରଯାନ ମିଶନ ସହିତ ଜଡିତ ଥିବା ମହିଳା ବୈଜ୍ଞାନିକଙ୍କୁ ଭେଟିଥିଲେ ।

  • In the success of Chandrayaan-3 lunar mission, our women scientists, the country's Nari Shakti have played a big role. pic.twitter.com/iTD82erd9s

    — PMO India (@PMOIndia) August 26, 2023 " class="align-text-top noRightClick twitterSection" data=" ">

ଇସ୍ରୋରେ ଅଧିକ ସମୟ ବିତାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଉପସ୍ଥିତ ଥିବା ମହିଳା ବୈଜ୍ଞାନିକଙ୍କ ସହ ଆଲୋଚନା କରିବା ସହିତ ଫଟୋ ମଧ୍ୟ ଉଠାଇଥିଲେ । ଚନ୍ଦ୍ରଯାନ-3 ବିଷୟରେ ପଚାରି ବୁଝିବା ସହ ଅବତରଣ ବେଳର ଅନୁଭୂତିକୁ ପଚାରିଥିଲେ ମୋଦି । ଚନ୍ଦ୍ରଯାନ-3ର ସଫଳତାରେ ମହିଳା ବୈଜ୍ଞାନିକମାନେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

  • Interacting with our @isro scientists in Bengaluru. The success of Chandrayaan-3 mission is an extraordinary moment in the history of India's space programme. https://t.co/PHUY3DQuzb

    — Narendra Modi (@narendramodi) August 26, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କଲେ ମୋଦି: ଚନ୍ଦ୍ରଯାନ-3 ଲ୍ୟାଣ୍ଡିଂ ସ୍ଥାନର ନାଁ ରଖିଲେ ଶିବଶକ୍ତି

ଇସ୍ରୋର ଐତିହାସିକ ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, "ଇସ୍ରୋ ଏବଂ ଭାରତର ଏହି ସଫଳତା ଆଗାମୀ ପିଢିକୁ ବିଜ୍ଞାନକୁ ଗମ୍ଭୀରତାର ସହ ନେବା ସହିତ ଲୋକଙ୍କ କଲ୍ୟାଣ ପାଇଁ ଏହାର ଉପଯୋଗ କରିବାକୁ ପ୍ରେରଣା ଯୋଗାଇବ । ଲୋକଙ୍କ କଲ୍ୟାଣ ଆମର ସର୍ବୋଚ୍ଚ ପ୍ରତିବଦ୍ଧତା ।" ଇସ୍ରୋ ବୈଜ୍ଞାନିକମାନଙ୍କୁ ଐତିହାସିକ ଚନ୍ଦ୍ରାବତରଣର ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଇସ୍ରୋ ବୈଜ୍ଞାନିକମାନେ ଦେଶକୁ ଏକ ନମ୍ବର କରିପାରିଛନ୍ତି । ଆମ ପାଇଁ ଏହା କୌଣସି ସାଧାରଣ ଉପଲବ୍ଧି ନୁହେଁ ।

ଏହା ମଧ୍ୟ ପଢନ୍ତୁ: India on Moon: ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ପ୍ରତିବର୍ଷ ଅଗଷ୍ଟ ୨୩ରେ ପାଳିତ ହେବ ଜାତୀୟ ମହାକାଶ ଦିବସ

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଭାରତ ଚନ୍ଦ୍ରରେ ଅଛି । ଅର୍ଥାତ ଭାରତର ମୁନ ମିଶନ ସଫଳ ହୋଇସାରିଛି । ଏହି ମିଶନ ଆମର ମହାକାଶ ଗବେଷଣା କ୍ଷେତ୍ରରେ ପାରଦର୍ଶିତାକୁ ସୂଚୀତ କରୁଛି । ଆମେ ଆମର ରାଷ୍ଟ୍ରୀୟ ଗୌରବର ପ୍ରତୀକ ତ୍ରିରଙ୍ଗାକୁ ଚନ୍ଦ୍ରରେ ରଖିଛୁ ।" ଅନ୍ୟପଟେ ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରି ମୋଦି କହିଛନ୍ତି, "ଆପଣ ଆମକୁ ସେହି ସ୍ଥାନରେ ପହଞ୍ଚାଇଛନ୍ତି, ଯାହା ପୂର୍ବରୁ କେହି କରିପାରି ନଥିଲେ । ଏହା ହେଉଛି ଆଜିର ଭାରତ ଏବଂ ଏକ ନିର୍ଭୟ ଭାରତ । ଏହା ହେଉଛି ନୂତନ ଏବଂ ଅଭିନବ ଚିନ୍ତାଧାରାରେ ପରିପୂର୍ଣ୍ଣ ଭାରତ । ଆମର ଚିନ୍ତାଧାରା ବଦଳି ଯାଇଛି । ଏହା ଏଭଳି ଏକ ଭାରତ ଯାହା ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱରୁ ମଧ୍ୟ ବିଶ୍ୱକୁ ଆଶାର କିରଣ ପ୍ରଦାନ କରୁଛି । ଚନ୍ଦ୍ରଯାନ-3ର ସ୍ମୃତି ଅମର ହୋଇରହିବ । ଇସ୍ରୋ ବୈଜ୍ଞନିକଙ୍କ ପରିଶ୍ରମକୁ ମୁଁ ସାଲ୍ୟୁଟ କରୁଛି। " ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ମହିଳା ବୈଜ୍ଞାନିକମାନେ ମଧ୍ୟ ଖୁସି ହୋଇଥିବା ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.