ETV Bharat / science-and-technology

10 ପ୍ରତିଶତ କର୍ମଚାରୀଙ୍କୁ ବିଦା କଲା ପେଟିଏମ, ସେୟାରରେ ପଡିପାରେ ପ୍ରଭାବ - ପେଟିଏମରେ ଛଟେଇ

Paytm Layoffs: କଷ୍ଟ୍-କଟିଂ ନାଁରେ ପୁଣି ଛଟେଇ କଲା ପେଟିଏମ । ଅଧିକ ପଢ଼ନ୍ତୁ

Paytm Layoffs
Paytm Layoffs
author img

By ETV Bharat Odisha Team

Published : Dec 25, 2023, 1:46 PM IST

ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ଫିନଟେକ ଷ୍ଟାଟଅପ୍‌ ପେଟିଏମ । ତେବେ ବର୍ତ୍ତମାନ କୌଣସି ଅଫର, କ୍ୟାସ୍‌ବ୍ୟାକ୍‌ କିମ୍ବା ଋଣ ଯୋଗାଇବା ନୁହେଁ, ବରଂ କର୍ମଚାରୀଙ୍କୁ ବିଦା କରିବା ନେଇ ଚର୍ଚ୍ଚାର ପରିସରକୁ ଆସିଛି । ପେଟିଏମ୍ ପୁଣି ଥରେ ନିଜ କର୍ମଚାରୀଙ୍କୁ କମ୍ପାନୀରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଛି । ପେଟିଏମ ଏହାର ମୋଟ କର୍ମଚାରୀଙ୍କୁ ପ୍ରାୟ 10 ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପେଟିଏମ୍‌ର ପ୍ୟାରେଣ୍ଟ କମ୍ପାନୀ ଓ୍ବାନ୍‌ 97 କମ୍ୟୁନିକେସନ 1000ରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି । ଗତ କିଛି ମାସ ମଧ୍ୟରେ ଏହି ଛଟେଇ ହୋଇଥିବା ବେଳେ ବିଭିନ୍ନ ୟୁନିଟ୍‌ର କର୍ମଚାରୀମାନେ ଏହାର ଶିକାର ହୋଇଛନ୍ତି । ଖର୍ଚ୍ଚ କମ୍ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ନେଇ ଏକ ରିପୋର୍ଟରେ କୁହାଯାଇଟଛି ।

ଭାରତୀୟ ଷ୍ଟାଟଅପରେ ସବୁଠୁ ବଡ ଛଟେଇ: ପେଟିଏମ୍‌ର ଛଟେଇରେ ପ୍ରାୟ 10 ପ୍ରତିଶତ କର୍ମଚାରୀ ପ୍ରଭାବିତ ହୋଇଛନ୍ତି । ଭାରତୀୟ ଷ୍ଟାର୍ଟଅପ୍‌ରେ ହୋଇଥିବା ବଡ଼ ଛଟେଇ ମଧ୍ୟରୁ ଏହା ଅନ୍ୟତମ ବୋଲି କୁହାଯାଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ 28 ହଜାରରୁ ଅଧିକ କର୍ମଚାରୀଙ୍କୁ କମ୍ପାନୀମାନେ ଚାକିରିରୁ ବିଦା କରିଥିଲେ । ଏହାପୂର୍ବରୁ 2022 ମସିହାରେ ଷ୍ଟାର୍ଟଅପ୍ କମ୍ପାନୀଗୁଡ଼ିକ 20 ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଥିଲେ ଏବଂ 2021 ମସିହାରେ 4 ହଜାରରୁ ଅଧିକ କର୍ମଚାରୀ ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତେବେ ସୂଚନା ମୁତାବକ ଏହା ପୂର୍ବରୁ ମଧ୍ୟ ପେଟିଏମ୍‌ ଅନେକ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିଲା ।

ଏହା ମଧ୍ୟ ପଢନ୍ତୁ: Paytm ପ୍ରତିଷ୍ଠାତା ବିଜୟ ଶେଖରଙ୍କୁ ମିଳିଲା ଜାମିନ, ଦୁର୍ଘଟଣା ଘଟାଇ ହୋଇଥିଲେ ଗିରଫ

ଆରବିଆଇ ଆକ୍ସନର ପ୍ରଭାବ:

ଚଳିତ ବର୍ଷ ପେଟିଏମ୍‌କୁ ନେଇ ଚର୍ଚ୍ଚା କମିବାର ନାମ ନେଉନାହିଁ । ଏହା ପୂର୍ବରୁ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(RBI) ବେଆଇନ୍‌ ଋଣ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଆରବିଆଇର ଏହି ଆକ୍ସନ୍‌ ପରେ ପେଟିଏମ୍‌ ସ୍ମାଲ ଟିକେଟ୍‌ କଞ୍ଜ୍ୟୁମର ଲୋଡିଂ ଏବଂ ବାଏ ନାଓ, ପେ' ଲେଟର ବିଜନେସ୍‌କୁ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଥିଲା । କୁହାଯାଉଛି ଯେ, ଛଟେଇରେ ଦୁଇଟି ବିଭାଗର କର୍ମଚାରୀମାନେ ଅଧିକ ପ୍ରଭାବିତ ହୋଇଛନ୍ତି । ପେଟିଏମ ସେୟାର ବଜାରରେ ମଧ୍ୟ ସଂଘର୍ଷ ଜାରି ରଖିଛି । ଗତ ଏକ ମାସ ମଧ୍ୟରେ ପେଟିଏମର ସେୟାର 28 ପ୍ରତିଶତ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଗତ 6 ମାସ ମଧ୍ୟରେ ମୂଲ୍ୟ ମଧ୍ୟ 23 ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ତେବେ ଏହି ଛଟେଇ ପରେ ସେୟାର ମାର୍କେଟ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ବୃଦ୍ଧି ପାଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.