ETV Bharat / science-and-technology

OnePlus Open Launch: ଲଞ୍ଚ୍‌ ହେଲା ଓ୍ବାନପ୍ଲସ୍‌ର ପ୍ରଥମ ଫୋଲ୍ଡେବଲ୍‌ ଫୋନ୍‌, ଏତିକି ରହିଛି ଦାମ୍

author img

By ETV Bharat Odisha Team

Published : Oct 20, 2023, 11:41 AM IST

ଲଞ୍ଚ ହେଲା ଓ୍ବାନପ୍ଲସର ପ୍ରଥମ ଫୋଲ୍ଡେବଲ ଫୋନ୍‌ । ଜାଣନ୍ତୁ ଦାମ ସହିତ ଫିଚର । ଅଧିକ ପଢ଼ନ୍ତୁ

OnePlus Open Launch
OnePlus Open Launch

ହାଇଦ୍ରାବାଦ: OnePlus(ଓ୍ବାନପ୍ଲସ) ନିଜର ପ୍ରଥମ ଫୋଲଡେବଲ୍ ଫୋନ୍ OnePlus ଓପନ୍ ଲଞ୍ଚ କରିଛି । ଗତକାଲି(ଗୁରୁବାର) ମୁମ୍ବାଇରେ ଏହାର ଲଞ୍ଚିଂ ହୋଇଛି । ଏହାକୁ ଦୁଇଟି ରଙ୍ଗରେ ଲଞ୍ଚ କରିଛି କମ୍ପାନୀ । ଏମେରାଲ୍ଡ ଗ୍ରୀନ୍ ଏବଂ ଭଏଜର୍ ବ୍ଲାକ୍ ଏହି ଦୁଇଟି ରଙ୍ଗ ରହିଛି । OnePlus ଏହାର ଦଶମ ବାର୍ଷିକୀରେ ଓ୍ବାନପ୍ଲସ୍‌ ଓପନ୍ ଫୋଲଡେବଲ୍ ଫୋନ୍ ଲଞ୍ଚ କରିଛି । OnePlus ଓପନ୍ ଫୋଲଡେବଲ୍ ଫୋନର ଓଜନ 238 ଗ୍ରାମ ରହିଛି । ତେଣୁ ଏହାକୁ ଧରିବା ପାଇଁ ଭଲ ଲାଗିବା । ଏହି ଫୋନର ବଡି ଷ୍ଟେନଲେସ ଷ୍ଟିଲ, ଟାଇଟାନିୟମ ଫ୍ରେମ ଏବଂ କାର୍ବନ ଫାଇବରରେ ନିର୍ମିତ।

OnePlus ଓପନ୍ ଫୋଲଡେବଲ୍ ଫୋନରେ ଫ୍ଲାଗସିପ୍ ଇମେଜ୍ ଓ୍ବାଲିଟି ରହିଛି। ଏହି ଫୋନରେ ତିନୋଟି ପାଓ୍ବାରଫୁଲ ସେନ୍ସର ଦିଆଯାଇଛି। ଯେଉଁଥିରେ ପ୍ରାଥମିକ ସେନ୍ସର 48MP ସୋନି LYT-T808 ପିକ୍ସେଲ ଷ୍ଟାକ୍ଡ ସେନ୍ସର ରହିଛି । ଲୋ ଲାଇଟ୍‌ ସୁଟିଂ ପାଇଁ, OnePlus ଓପନ୍ ଫୋଲଡେବଲ୍ ଫୋନରେ 64MP ଟେଲିଫୋଟୋ କ୍ୟାମେରା ଅଛି ଯାହା 3x ଜୁମ୍ ଏବଂ 6x ଜୁମ୍ ସେଟିଙ୍ଗ୍ ସହିତ ଆସିଥାଏ। ଏହି ଫୋନରେ AI ସପୋର୍ଟ ସେନସର ସହିତ ଅଲଟ୍ରା ରେସ୍ ଜୁମ୍ ମଧ୍ୟ ଅଛି । ଏହି ଫୋନ ଦ୍ବାରା ୟୁଜର୍ସ 4K ଭିଡିଓ ମଧ୍ୟ ସୁଟ୍ କରିପାରିବେ ।

ଓ୍ବାନପ୍ଲସ ଓପନ୍ ଫୋଲଡେବଲ୍ ଫୋନର ଡିସପ୍ଲେ ଫୋଲ୍ଡ ହେବାବେଳେ 6.31 ଇଞ୍ଚ ରହିବ । କିନ୍ତୁ ଏହାକୁ ଖୋଲିବା ପରେ 7.82 ଡିସପ୍ଲେ ହେବ । ଏହାର ରିଫ୍ରେସ୍‌ ରେଟ୍‌ 120Hz ରହିଛି । ଏଥିରେ 2800 ନିଟ୍ସର ପିକ୍‌ ବ୍ରାଇଟନେସ ରହିଛି । OnePlus ଓପନ୍ ଫୋଲଡେବଲ୍ ଫୋନରେ ଅକ୍ସିଜେନ OS ପ୍ରଦାନ କରାଯାଇଛି। ଏହାସହ ଫୋନରେ ଏକାସାଙ୍ଗରେ ଦୁଇଟି ଟ୍ୟାବ୍ ଖୋଲିପାରିବେ । ଗେମିଂ ପାଇଁ ଏହି ଫୋନ୍‌ ବେଷ୍ଟ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: 'Google for India': ଗୁଗଲ ପିକ୍ସେଲ ସ୍ମାର୍ଟଫୋନ ହେବ ମେଡ ଇନ ଇଣ୍ଡିଆ, 2024ରେ ହେବ ଆରମ୍ଭ

OnePlus Openର ସ୍ପେସିଫେକିସନ: ଏହି OnePlus ଫୋନ୍‌ରେ ସ୍ନାପଡ୍ରାଗନ୍ 8 ଜେନେରେସନ 2 ପ୍ରୋସେସର୍ ଅଛି । ଯାହା 16GB LPDDR5X RAM ଏବଂ 512GB UFS4.0 ଷ୍ଟୋରେଜ୍ ସହିତ ଆସିଥାଏ। ଏହି ଫୋନରେ 4808 mAhର ପାଓ୍ବାରଫୁଲ ବ୍ୟାଟେରୀ ଅଛି। ଯାହାର 67W ଫାଷ୍ଟ ଚାର୍ଜର ରହିଛି। ତେବେ ଫୋନକୁ 1 ପ୍ରତିଶତରୁ 100 ପ୍ରତିଶତ ଚାର୍ଜ କରିବା ପାଇଁ ମାତ୍ର 42 ମିନିଟ୍‌ ସମୟ ଲାଗିବ । OnePlus ଓପନ୍ 5G ଟେକ୍ନୋଲୋଜିକୁ ସପୋର୍ଟ କରେ ।

OnePlus Openର ଦାମ: OnePlusର ଏହି ଫୋନ୍ 1,39,999 ଟଙ୍କାରେ ଲଞ୍ଚ କରାଯାଇଛି ଏବଂ ଏହାର ପ୍ରି-ବୁକିଂ 19 ଅକ୍ଟୋବରରୁ ଆରମ୍ଭ ହୋଇଛି। OnePlus ଓପନ୍ ଫୋଲଡେବଲ୍ ଫୋନ୍‌ର ପ୍ରି-ବୁକିଂରେ, ଆପଣ 8000 ଟଙ୍କାର ଟ୍ରେଡ୍‌ ବୋନସ ଏବଂ 12 ମାସର ନୋ କଷ୍ଟ୍ ଇଏମଆଇ ସୁବିଧା ମିଳିବ । ଯଦି ଆଇସିଆଇସିଆଇ ବ୍ୟାଙ୍କ୍‌ କାର୍ଡ କିମ୍ବା ଇନ୍‌ଷ୍ଟାଣ୍ଟ୍‌ ବ୍ୟାଙ୍କ୍‌ କାର୍ଡ ମାଧ୍ୟମରେ କିଣନ୍ତି, ତେବେ ଆପଣଙ୍କୁ 5000 ଟଙ୍କା ରିହାତି ମିଳିବ ।

କେବେ ଆରମ୍ଭ ହେବ ସେଲ୍‌: ଓ୍ବାନପ୍ଲସ ଓପନ୍‌ ଫୋଲ୍ଡେବଲ ଫୋନ୍‌ର ଫାଷ୍ଟ ସେଲ୍‌ 27 ଅକ୍ଚୋବରରୁ ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.